୩୦ରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କରିବେ ମମତା: ପୁରୀରୁ ଆସିବେ ଦଇତାପତି, ପଣ୍ଡିତ

ଭୋଗରାଇ, ୨୧।୪( ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଠାରୁ ମାତ୍ର ୨ କିମି ଦୂର ପଶ୍ଚିମବଙ୍ଗ ନିଉ ଦୀଘା ରେଳଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନୂତନ ଅନ୍ୟ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ଶେଷ ହୋଇଛି l ଆସନ୍ତା ପବିତ୍ର ଅକ୍ଷୟ ତୃତୀୟାରେ ଏହି ନୂତନ ଜଗନ୍ନାଥ ମନ୍ଦିରରେ ଭଗବାନ ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନଥଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l ଏଥି ଲାଗି ପୁରୀ ଶ୍ରୀମନ୍ଦିରରୁ ଦଇତାପତି ଓ ପଣ୍ଡିତ ମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ଆସି ସମସ୍ତ ଦିବ୍ୟ ଓ ଭବ୍ୟ କାର୍ଯ୍ୟକ୍ରମର ଅଂଶ ଗ୍ରହଣ କରିବାକୁ ନେଇଁ ଦୀଘା – ଶଙ୍କରପୁର ଉନ୍ନୟନ ପରିଷଦ ଓ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛିl

ଓଡିଶା ସୀମାନ୍ତ ବଙ୍ଗୋପସାଗର କୂଳରେ ଦୀଘା ପର୍ଯ୍ୟଟନ କେନ୍ଦ୍ରକୁ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷଣ ଓ ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ୨୦, ୨୦୧ ୮ ମସିହାରେ ଦୀଘାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଏଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ ବୋଲି ଉଚ୍ଚ ପ୍ରଶାସନିକ ବୈଠକରେ ଘୋଷଣା କରିଥିଲେ l ୨୦୨୨ ମସିହାରେ ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ବଙ୍ଗ ସରକାର ୨ ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର କରି ଖୁବଶୀଘ୍ର ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ l ୬୫ ଫୁଟ ଉଚ୍ଚର ଏହି ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ହିଡ଼କୋ ସଂସ୍ଥା ହାତକୁ ନେଇଥିବାବେଳେ ରାଜସ୍ଥାନର ନାମୀ ମାର୍ବଲ ପଥରରେ ଶ୍ରୀଜଗନ୍ନାଥ ମନ୍ଦିର ସହ ଆଠଟି ମନ୍ଦିର ନିର୍ମିତ ହୋଇଛି l ମେଘନାଦ ପ୍ରାଚେରୀ ଭଳି ପ୍ରଥମ ମନ୍ଦିରରେ ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ଭଗବାନ ଶ୍ରୀ ଜଗନ୍ନାଥ ପଥରରେ ମୂର୍ତ୍ତି ରହିଥିବାବେଳେ ମନ୍ଦିରର ୪ ଦ୍ୱାର ସହ ୨ ୟ ମନ୍ଦିରରେ ମା’ ଲକ୍ଷ୍ମୀଙ୍କ ମନ୍ଦିର, ସମ୍ମୁଖ ଭାଗରେ ଗରୁଡ଼ ସ୍ତମ୍ଭ, ରୋଷେଇଶାଳ, ବିଶ୍ରାମଗାର ଓ ଅତିଥିଶାଳା ରହିଛି l ମନ୍ଦିର ପ୍ରାଚେରୀ ଦୀଘା – ବର୍ଡ଼ର ରାସ୍ତା ଦକ୍ଷିଣ ପଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ଅନ୍ୟ ଏକ ନୂତନ ପାର୍କ ନିର୍ମାଣ କରାଯାଇଛିl

ମନ୍ଦିରର ଶୁଭ ଉଦଘାଟନ ନିମନ୍ତେ ଆସନ୍ତା ୨୮ ରେ ସମସ୍ତ ଅତିଥି ମାନେ ମନ୍ଦିରରେ ଉପସ୍ଥିତି ରହିବା ସହିତ ୨୯ ରେ ଧର୍ମୀୟ ନୀତି ଅନୁଯାୟୀ ଯଜ୍ଞ, ହୋମ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କୁହାଯାଇଛି l ୩୦ ତାରିଖ ଅକ୍ଷୟ ତୃତୀୟାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦୀଘା ଜଗନ୍ନାଥ ମନ୍ଦିରକୁ ଶୁଭଦଘାଟନ କରିବେ l ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ ଉତ୍ସବ ଦର୍ଶନଲାଗି ଓଡିଶା ଓ ପଶ୍ଚିମବଙ୍ଗବାସୀଙ୍କ ଉତ୍କଣ୍ଠା ବଢିଥିବାବେଳେ ଦୀଘାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି l ଓଡିଶା ବର୍ଡ଼ର ଏବଂ ଦୀଘା ପ୍ରବେଶ ପଥରେ ଯାନବାହାନାକୁ ନିୟନ୍ତ୍ରଣ ଲାଗି ପୋଲିସର ତତ୍ପରତା ପ୍ରକାଶ ପାଇଛିl

ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ମୁଖ୍ୟ ସଚିବଙ୍କ ସହ ଜିଲା ମାଜିଷ୍ଟ୍ରେଟ, ଏସପି, ଇସ୍କନର ମୁଖ୍ୟ ସହ ୨ ୨ ଜଣିଆ କମିଟି ଗଠନ କରାଯାଇଥିବାବେଳେ ଇସ୍କନ ମନ୍ଦିରର ସମସ୍ତ ପରିଚାଳନା କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ ନିମନ୍ତେ ୨ ରାଜ୍ୟବାସୀଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟୁଥିବାବେଳେ ବାଲେଶ୍ୱର ଜିଲା ଭୋଗରାଇର ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁ୍ରିଜିମ, ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର, ଭୂଷଣ୍ଡେଶ୍ୱର ଓ ମା ବାସୁଳୀଙ୍କ ପୀର ଗୁରୁତ୍ୱ ବଢିଵ ବୋଲି କୁହାଯାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି...

ବରଗଡ଼ରେ ମାତିଛନ୍ତି ଟ୍ରାନ୍ସଫର୍ମର ଚୋର: ତେଲ, କଏଲ ନେଇଯିବା ଯୋଗୁ ଶ୍ରୀଧାମ ଅନ୍ଧାର,ଲୋକେ…

ବରଗଡ଼ ୧୪।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଗତ କିଛିଦିନ ତଳେ ବରାହାଗୋଡାରେ ହୋଇଥିବା ଟ୍ରାନ୍ସଫର୍ମର ଚୋରିର ଅଭିଯୁକ୍ତଙ୍କୁ ପୋଲିସ...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର...

ସରକାରଙ୍କ ଯୋଜନା ବଖାଣୁଛି ବିକାଶ ରଥ

ରିଷିଡ଼ା,୧୪।୬(ସୁଶାନ୍ତ ମଲ୍ଲିକ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶନିବାର ରିଷିଡ଼ାରେ ପହଞ୍ଚି ଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରଥକୁ...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ, ପରେ ଝୁଲି ପଡ଼ିଲେ ସ୍ବାମୀ; ୨ ନାବାଳକ ସନ୍ତାନ…

ପଦ୍ମପୁର,୧୪।୬(ପ୍ରଦୀପ୍ତ ଦାଶ): ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲି ପଡିଲେ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଥାନା ଭେଉଁରିଆ ଗାଁରେ । ମୃତକ...

୧୮ ମାସରେ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହୁଛନ୍ତି…

ମୋହନା,୧୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ସହରରେ ରହୁଥିବା ସାମାଜସେବୀ ତଥା ପ୍ରକୃତି ବନ୍ଧୁ, ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର...

ବରଗଡ଼ ଜିଲାରେ ବ୍ୟାପିଲା ଝାଡ଼ାବାନ୍ତି: ୧୭ ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ପାଇକମାଳ,୧୪।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ କୁଆପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପ୍ରାୟ ୭୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଝାଡାବାନ୍ତି ଅଣାୟତ୍ତ...

ଅଙ୍ଗନଓ୍ବାଡି କେନ୍ଦ୍ର ଯିବାକୁ ରାସ୍ତା ନିର୍ମାଣ ଦାବି ତେଜିଲା

କେସିଙ୍ଗା,୧୪।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଜୋଲକୋ ଗ୍ରାମ ସ୍ଥିତ ଆମ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପକ୍କା ରାସ୍ତା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri