Posted inଜାତୀୟ

ମମତା ଜଣେ ନିର୍ଦ୍ଦୟ ମୁଖ୍ୟମନ୍ତ୍ରୀ: ଭାଜପା…

ନୂଆଦିଲ୍ଲୀ,୧୧।୭ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବିଭିନ୍ନ ଜିଲାରେ ହିଂସା ମଧ୍ୟରେ ଶେଷ ହୋଇଛି। ହିଂସାକୁ ନେଇ ଭାଜପା ଟିଏମସି ସରକାରକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାଜପା ନିର୍ଦ୍ଦୟ ବୋଲି କହିଛି। ମଙ୍ଗଳବାର ଭାଜପା କହିଛି ଏହି ହିଂସା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଏବଂ ଏହି ସଂଘର୍ଷରେ ପ୍ରାୟ ୪୫ ଜଣଙ୍କର ମୃତ୍ୟୁ ଘଟିଛି।

ଭାଜପା ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି ଶାସକ ଟିଏମସିର ଦାଦାଗିରି ରାଜନୀତି ଭୋଟ ଗଣତି ଦିନ ମଧ୍ୟ  ଜାରି ରହିଛି।   ଭାଜପା ଏବଂ  ଅନ୍ୟ ବିରୋଧୀ ଦଳର ଏଜେଣ୍ଟଙ୍କୁ  ଗଣନା କେନ୍ଦ୍ର ପରିଦର୍ଶନ କରିବାକୁ ବାରଣ କରାଯାଇଛି।
ମମତା ବାନାର୍ଜୀ ‘ମା’, ‘ମାଟି’ ଏବଂ ‘ମାନୁଷ’ ବିଷୟରେ କଥାବାର୍ତ୍ତା କରୁଥିଲେ। ଆଜି ‘ମା’ କାନ୍ଦୁଛି, ‘ମାଟି’ ରକ୍ତରେ ଭିଜି ଯାଇଛି, ଏବଂ ‘ମାନୁଷ’ କୁ ହତ୍ୟା କରାଯାଇଛି କିନ୍ତୁ ସଭିଏଁ ମୂକ ଦର୍ଶକ ହୋଇ ଏସବୁ ଦେଖୁଛନ୍ତି।  ପଶ୍ଚିମବଙ୍ଗରେ ନିର୍ବାଚନୀ  ହିଂସା ଏବଂ ଗଣତନ୍ତ୍ରର ହତ୍ୟାକୁ  ଭାଜପା  ନିନ୍ଦା କରୁଛି।
ଯଦି ଏଭଳି  ଦୃଶ୍ୟ ଭାଜପା ଶାସିତ ରାଜ୍ୟରୁ ଆସୁଥାନ୍ତା ତେବେ ଚିତ୍କାର ହୋଇଥାନ୍ତା। ଏହି ସମସ୍ତ ନେତା, ଯେଉଁମାନେ ହାତ ଧରି ରାଜ୍ୟରେ ଠିଆ ହୁଅନ୍ତି, ଏହି ସବୁ ନେତାମାନେ କେଉଁଠାରେ ଅଛନ୍ତି? ଲାଲୁ ପ୍ରସାଦ ଯାଦବ କେଉଁଠାରେ, ନୀତୀଶ କୁମାର ଏବଂ ରାହୁଲ ଗାନ୍ଧୀ କେଉଁଠାରେ । ରାହୁଲ ତାଙ୍କ ପ୍ରେମ ଦୋକାନ କେଉଁଠି ଖୋଲିଛନ୍ତି? ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ଉପରେ ସେମାନେ ନୀରବ ରହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ଆଇନ ଶୃଙ୍ଖଳା ଆଲୋଚନା, ରାତିରେ ବଦଳି: ବଦଳିଲେ ୧୦ ଜିଲାର ଆଇପିଏସ୍‌ ଅଫିସର

ଭୁବନେଶ୍ବର, ୨୪।୫(ସୁନିତ୍‌ ମିଶ୍ର): ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନାକରିବା ପରେ ରାତିରେ ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

୧୦ ଦିନରେ ୫ ଟଙ୍କା ମହଙ୍ଗା ପେଟ୍ରୋଲ, ଡିଜେଲ

ଭାରତରେ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ୧୦ ଦିନ ମଧ୍ୟରେ ୩ ଥର ବୃଦ୍ଧି କରିସାରିଲେଣି। ଶନିବାର ପେଟ୍ରୋଲ ଦର ଲିଟର ପିଚ୍ଛା…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri