Posted inଜାତୀୟ

କଲିକତା ହାଇକୋର୍ଟରୁ ମମତାଙ୍କୁ ଲାଗିଲା ଝଟକା!

କୋଲକାତା,୪।୪: ଶୁକ୍ରବାର ମମତା ସରକାରଙ୍କୁ କଲିକତା ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ହାୱଡାରେ ପ୍ରସ୍ତାବିତ ରାସ୍ତାରେ ରାମ ନବମୀ ରାଲି କରିବାକୁ ହିନ୍ଦୁ ସଂଗଠନ ଅଞ୍ଜନୀ ପୁତ୍ର ସେନାକୁ କୋର୍ଟ ଅନୁମତି ଦେଇଛନ୍ତି। କୋର୍ଟ ଏପ୍ରିଲ ୬ରେ ରାମ ନବମୀ ରାଲି କରିବାକୁ ଅନୁମତି ଦେଇଛନ୍ତି।
ତଥାପି, ଶାନ୍ତିପୂର୍ଣ୍ଣ ରାଲି ସୁନିଶ୍ଚିତ କରିବା ପାଇଁ କୋର୍ଟ ହିନ୍ଦୁ ସଂଗଠନ ଉପରେ କିଛି ସର୍ତ୍ତ ମଧ୍ୟ ଲଗାଇଛନ୍ତି। ସୂଚନା ଅନୁଯାୟୀ, ଏହି ରାଲି ନରସିଂହ ମନ୍ଦିରରୁ ଆରମ୍ଭ ହୋଇ ଜିଟି ରୋଡ ଦେଇ ହାଓ୍ବଡା ମୈଦାନରେ ଶେଷ ହେବ।
କୋର୍ଟ ସର୍ତ୍ତାବଳୀରେ କହିଛନ୍ତି ଯେ କୌଣସି ବ୍ୟକ୍ତି ରାଲିରେ ଅସ୍ତ୍ରଶସ୍ତ୍ର ନେଇପାରିବେ ନାହିଁ। ଲୋକମାନେ ପତାକା ଏବଂ ପ୍ଲାଷ୍ଟିକ ଗଦା ଧରି ଯାଇପାରିବେ। ରାଲିର ଆଗରେ ଏବଂ ପଛରେ ପୋଲିସ ଗାଡ଼ି ମୁତୟନ କରାଯାଇପାରେ।
କୋର୍ଟ ରାଲିର ସମୟ ଉପରେ ମଧ୍ୟ ସର୍ତ୍ତାବଳୀ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ସକାଳ ୮ଟା ୩୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ରାଲି ବାହାର କରିବାକୁ ପଡିବ। ଏହି ସମାବେଶରେ ୫୦୦ ଜଣ ଲୋକ ଯୋଗ ଦେଇପାରିବେ। ହାୱଡାରେ ରାମନବମୀ ରାଲି ବାହାର କରାଯିବ।
ସୂଚନାଯୋଗ୍ୟ, ରାମନବମୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ରାଲି ମଧ୍ୟ ବାହାର କରାଯିବ। ଉଭୟଙ୍କ ରାଲିର ପଥ ଭିନ୍ନ। ଭିଏଚପି ରାଲି ବିଇ କଲେଜ ଗେଟ-୧ ରୁ ଆରମ୍ଭ ହେବ ଏବଂ ମଲ୍ଲିକ ଗେଟ ଦେଇ ରାମକୃଷ୍ଣପୁର ଘାଟରେ ଶେଷ ହେବ।
ଆୟୋଜକମାନେ ରାଲି ପାଇଁ ବଙ୍ଗଳା ପୋଲିସଠାରୁ ଅନୁମତି ମାଗିଥିଲେ। ପ୍ରସ୍ତାବିତ ରାସ୍ତାରେ ଯାତ୍ରା ପାଇଁ ହାଓ୍ବଡା ପୋଲିସ ଅନୁମତି ଦେଇ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPLକୁ ଅଲବିଦା କହିଲେ ମାହି, ଛାଡ଼ିଗଲେ ୭ଟି ବଡ଼ ରେକର୍ଡ; ଜାଣନ୍ତୁ ୭ ନମ୍ବର ଜର୍ସିି ପଛର ରହସ୍ୟ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLକୁ ଅଲବିଦା କହିଛନ୍ତି। ଆଗାମୀ ସିଜିନ (IPL ୨୦୨୭)ରେ ମାହି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମେଣ୍ଟର ଭୂମିକା ତୁଲାଇବେ। ମଙ୍ଗଳବାର (ନଭେମ୍ବର…

IPLର ପ୍ରଥମ ସିଜିନରେ କେତେ ଥିଲା ଧୋନୀଙ୍କ ଦରମା? ୧୯ ବର୍ଷରେ CSKରୁ କମାଇଛନ୍ତି ଏତେ କୋଟି, ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀ IPLରୁ…

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ବ୍ଲକରେ ସିଡିଓଙ୍କ ସମୀକ୍ଷା, ସ୍ଥାନାନ୍ତର ପାଇଁ ପ୍ରଶାସନର ପ୍ରସ୍ତୁତି

ଗଞ୍ଜାମ,୧୭।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ…

ଲକ୍ଷେ ଖସିବ ସୁନାଦର? ରୂପା ବି କମିଯିବ, ଏକ୍ସପର୍ଟ କହିଲେ ବର୍ଷ ଶେଷକୁ…

ନୂଆଦିଲ୍ଲୀ,୧୭।୧୧: ସୁନା ଏବଂ ରୂପା ଦରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ଦେଶର ଫ୍ୟୁଚର୍ସ ବଜାରରେ ସୁନା ଦାମ ୨,୧୦୦ ଟଙ୍କାରୁ ଅଧିକ କମି ୧.୩୫ ଲକ୍ଷ…

ପୂଜାରୀବମ୍ବୁ ଗ୍ରାମକୁ ଚାଲି ଚାଲି ଗଲେ ବିଡିଓ: ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଚେତାବନୀ

ରାୟଗଡ଼ା, ୧୭।୧୧ (ଜଗନ୍ନାଥ ଗୌଡ଼): ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ବାଇସି ପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମକୁ ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ।…

ଯୁବପିଢିଙ୍କ ପାଇଁ ବଡ଼ ଘୋଷଣା କଲେ ସୀତାରମଣ, Gen Z ପ୍ରସ୍ତୁତ କରିବେ ବଜେଟ୍‌

ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ…

ବର୍ଷେ ପରେ ବି ମା’ଙ୍କ ଆଖିରୁ ଶୁଖୁନି ଲୁହ, ନ୍ୟାୟ ଅପେକ୍ଷାରେ ଶେଫାଳି, ଏପଟେ ଶାଶୁଙ୍କୁ ଦେଖିବାକୁ ମେଡିକାଲ ଗଲେନି ବୋହୂ

ଟିଟିଲାଗଡ଼,୧୭।୧୧: ବହୁ ଚର୍ଚ୍ଚିତ ହ୍ୟୁମାନଙ୍କ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ବର୍ଷେ ପୂରିଛି। ହେଲେ ଏଯାଏଁ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇନଥିବା ବେଳେ ପରିବାରକୁ ମିଳିନାହିଁ ନ୍ୟାୟ। ପୁଅକୁ…

ଜାତୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ବ୍ରହ୍ମପୁର ଝିଅ ସିଦ୍ଧିକୃଷ୍ଣାଙ୍କ କମାଲ, ହାସଲ କଲେ ୩ଟି ପଦକ

ଛତ୍ରପୁର, ୧୬।୧୧ (ଦିଲୀପ ସାମଲ): ଜାତୀୟ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ନିଜର ଅସାଧାରଣ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?