Posted inଜାତୀୟ

ବିଭାଜନ ନୁହେଁ, ଆମେ ଲୋକଙ୍କୁ କରୁ ଏକଜୁଟ: ମମତା

କୋଲକତା,୨୧।୧୨: ଆମେ ଲୋକଙ୍କୁ ବିଭାଜନ କରୁନାହୁଁ ବରଂ ସେମାନଙ୍କୁ ଏକଜୁଟ କରୁଛୁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କୋଲକାତାରେ ଖ୍ରୀଷ୍ଟମାସ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମମତା କହିଛନ୍ତି, ବଙ୍ଗଳା ଏପରି ଏକ ସ୍ଥାନ ଯେଉଁଠାରେ ଲୋକମାନେ କେବଳ ବିଭିନ୍ନ ଧର୍ମ ଅନୁସରଣ କରନ୍ତି ନାହିଁ ବରଂ ଏକତ୍ର ଉତ୍ସବ ମଧ୍ୟ ପାଳନ କରନ୍ତି। ଏଠାରେ ଲୋକେ ନିଜ ଧାର୍ମିକ ପରିଚୟ ଆଧାରରେ ବଣ୍ଟା ହୁଅନ୍ତି ନାହିଁ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପଶ୍ଚିମବଙ୍ଗରେ ନୂଆ ବର୍ଷରେ ଆୟୋଜିତ ହେବାକୁ ଥିବା ଗଙ୍ଗାସାଗର ମେଳା ସମ୍ପର୍କରେ ବିଶେଷ ସୁବିଧା ଘୋଷଣା କରିଛନ୍ତି। ଗଙ୍ଗାସାଗରରେ ପ୍ରଥମ ଥର ପାଇଁ ସବୁଜ କରିଡର ନିର୍ମାଣ କରାଯିବ।
ଏଥର ଗଙ୍ଗାସାଗରରେ ସମସ୍ତ ରେକର୍ଡ ଭାଙ୍ଗିଯିବ ବୋଲି ଆଶା କରାଯାଉଛି। ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ ସମ୍ପର୍କରେ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଛି। ପ୍ରତ୍ୟେକ ଥର ବହୁ ସଂଖ୍ୟାରେ ଭକ୍ତ ଗାଙ୍ଗାସାଗରକୁ ଗାଧୋଇବାକୁ ଯାଆନ୍ତି, କିନ୍ତୁ କରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ଧରି ଭକ୍ତମାନେ ପହଞ୍ଚି ପାରିନଥିଲେ, ତେଣୁ ଚଳିତ ବର୍ଷ ଗଙ୍ଗାସାଗରରେ ବହୁ ସଂଖ୍ୟାରେ ଜନସମାଗମ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତାରେ ଗୋରୁର କଟାମୁଣ୍ଡ, ରାସ୍ତାରେ ପଡ଼ିଛି ଗୋ’ମାଂସ, କାର୍ଯ୍ୟାନୁଷ୍ଠାନ ଦାବିରେ…

ବାଲେଶ୍ୱର,୨୦ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ସ୍ଥାନୀୟଲୋକେ…

ନିଷ୍ଠା ହିଁ ଆଗ୍ରହକୁ ଦକ୍ଷତାରେ ପରିଣତ କରେ: ନିଗମଜ୍ୟୋତି ପାଠୀ

ନିଗମଜ୍ୟୋତି ପାଠୀ ହେଉଛନ୍ତି ଜଣେ ଦୂରଦର୍ଶୀ ଉଦ୍ୟୋଗୀ, ଯାହାଙ୍କର ପାକକଳା ପ୍ରତି ଥିବା ଗଭୀର ଭଲପାଇବା ଯୋଗୁ ମୟୂରଭଞ୍ଜର ବାରିପଦା ସହରରେ ଜନ୍ମନେଇଛି ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ନମସ୍ତେ…

କାନାଡାକୁ ବଡ଼ ଧମକ ଦେଲେ ଟ୍ରମ୍ପ, ଚାଇନା ସହ ବାଣିଜ୍ୟ ଚୁକ୍ତି ସମାପ୍ତ ନକଲେ ୧୦୦% ଟାରିଫ…

ଓ୍ବାଶିଂଟନ,୨୦।୪: କାନାଡାକୁ କଡ଼ା ଚେତାବନୀ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି କାନାଡା ଚାଇନା ସହିତ ବାଣିଜ୍ୟ ଚୁକ୍ତି ସମାପ୍ତ ନ କରେ, ତେବେ…

ଆସିବେ ରାଷ୍ଟ୍ରପତି, ସଜେଇ ହେଉଛି ରାଉରକେଲା

ରାଉରକେଲା,୨୦।୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହେଉଛି ଇସ୍ପାତ ସହର। ଅନ୍ୟପକ୍ଷେ ସ୍ଥାନୀୟ ପ୍ରଶାସନ ପକ୍ଷରୁ…

ବଜ୍ରପାତରେ ପରମହଂସନାଥ ମନ୍ଦିର ଦଧିନଉତିରୁ ଖସିପଡ଼ିଲା ପଥର

କଟକ ସଦର,୨୦ା୪(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସନାଥ ମନ୍ଦିରରେ ଏକ ଅଘଟଣ ଘଟିଯାଇଛି। ରବିବାର ରାତିରେ ମନ୍ଦିର ଚୂଡ଼ାରେ ବଜ୍ରପାତ ହୋଇଥିଲା। ଯାହାଫଳରେ…

ପରାଜୟ ପରେ ରିଷଭ ପନ୍ତଙ୍କ ବଡ଼ ବୟାନ: ‘ଜିତିବା ପାଇଁ, ପଞ୍ଜାବ କିଙ୍ଗସ…’

ନୂଆଦିଲ୍ଲୀ,୨୦।୪: ରବିବାର IPL 2026ର ୨୯ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୫୪ରନରେ ପରାଜୟ ବରଣ କରିଛି। LSG ଅଧିନାୟକ…

୫ ହଜାର ଶସ୍ତା ହେଲା ରୂପା; ସୁନା ବି କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୦ା୪: ଅକ୍ଷୟ ତୃତୀୟାରେ ସୋମବାର ବଜାର ଖୋଲିବା ସହିତ, ସୁନା ଏବଂ ରୂପାର ମୂଲ୍ୟରେ ଏକ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ୫,୪୦୦ ରୁ ଅଧିକ…

ଢାବାରେ ଚାଲିଥିଲା ଦେହ ବ୍ୟବସାୟ, ମାଡ଼ି ବସିଲା ପୋଲିସ, ପାଖରୁ ମିଳିଲା…

ବରଗଡ଼,୨୦ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଧାଙ୍ଗେର ଆନ୍ଧ୍ରାଟିକ୍ରା ନିକଟ ଜୟ ଦୁର୍ଗା ଢାବାରେ ଦେହ ବ୍ୟବସାୟ ଚାଲିଥିବାବେଳେ ସୋମବାର ପୋଲିସ ଅତର୍କିତ ଚଢ଼ାଉ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri