Posted inଜାତୀୟ

ଚାଇନା ଉପରେ କେବେ ହେବ ଚର୍ଚ୍ଚା? ମୋଦିଙ୍କୁ ପ୍ରଶ୍ନ କଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୧୨: ଚାଇନା ବିବାଦକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଖାଗେର୍ର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତିି ଯେ, ଡୋକଲାମରୁ ଜାମଫେରୀ ରିଜ ପର୍ଯ୍ୟନ୍ତ ଚାଇନା ନିଜର ନିର୍ମାଣ କାର୍ଯ୍ୟ ଚଳାଇଛି। ଯାହା ଭାରତର ସିଲିଗୁରି କରିଡରକୁ ବିପଦରେ ପକାଉଛି। ଏହା ଉତ୍ତର-ପୂର୍ବ ଭାରତର ପ୍ରବେଶ ଦ୍ୱାର ଅଟେ। ଆମର ଜାତୀୟ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଚିନ୍ତାର ବିଷୟ! ତେବେ ଚାଇନା ଉପରେ କେବେ ଚର୍ଚ୍ଚା ହେବ ବୋଲି ମୋଦିଙ୍କୁ ସେ ପ୍ରଶ୍ନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଖାର୍ଗେ ସରକାରଙ୍କୁ ପଚାରିଥିଲେ, ସଂସଦରେ ଚାଇନା ବିରୋଧରେ କହିବା ସମ୍ଭବ ନୁହେଁ କି? ଏହା ଅନୁମତିପ୍ରାପ୍ତ ନୁହେଁ କି? ଏହା ଜଣାପଡୁଛି ଯେ ମୋଦି ସରକାର ଆଖିରେ ଚାଇନା ଚଷମା ପିନ୍ଧି ଦେଇଛନ୍ତି। ତେବେ ତୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ସରକାର କେବଳ ମୂକ ଦର୍ଶକ ସାଜିଛନ୍ତି ବୋଲି ଖାର୍ଗେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ମାମଲା ଲକ୍ଷେ ୪୬ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୮।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ମାଲ୍ୟା, ନୀରବ, ଚୋକ୍‌ସିଙ୍କଠାରୁ ୧୮,୦୦୦ କୋଟି ବ୍ୟାଙ୍କକୁ ଫେରିଛି

ନୂଆଦିଲ୍ଲୀ,୨୪।୨: ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କଠାରୁ ବ୍ୟାଙ୍କକୁ ୧୮,୦୦୦ କୋଟି ଟଙ୍କା ଫେରିଥିବା କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।...

ସୀମା ଟପିଲାଣି ବର୍ବରତା

ନୂଆଦିଲ୍ଲୀ,୬।୧୨:ଦେଶରେ ଯୌନ ପିପାସୁଙ୍କ ବର୍ବରତା ସୀମା ଟପିଲାଣି। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାକୁ ନେଇ...

ଅଭିଯୋଗ ଆଣିଲେଣି ତେଜସ୍ୱୀ

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମହାମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି...

ବାରଣ ସତ୍ତ୍ୱେ ଟିସ୍‌ ଛାତ୍ରୀଛାତ୍ର ଦେଖିଲେ ବିବିସି ଡକୁମେଣ୍ଟାରି

ମୁମ୍ବାଇ: ୨୯।୧: ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି) ପକ୍ଷରୁ ପ୍ରସ୍ତୁତ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ୨୦୦୨ ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଟ୍ରମ୍ପ୍‌ କ’ଣ ଭଗବାନ; ୭୦ ଲକ୍ଷ ଲୋକ କରିବେ ସ୍ବାଗତ: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଇତିମଧ୍ୟରେ ଟ୍ରମ୍ପ୍‌ଙ୍କର ଏକ ଭିଡ଼ିଓ ଜାରି ହୋଇଛି। ଏଥିରେ ଟ୍ରମ୍ପ୍‌ କହିଛନ୍ତି...

ନିର୍ମାଣଧୀନ କୋଠାରୁ ଖସିଲା ଲିଫ୍ଟ, ୭ ମୃତ…

ଅହମଦାବାଦ, ୧୪।୯ : ଗୁଜରାଟର ଅହମଦାବାଦରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ନିର୍ମାଣଧୀନ କୋଠାର ଲିଫ୍ଟ ହଠାତ ଖସି ପଡି ତଳେ ପଡ଼ିଯାଇଥିଲା। ଯାହା...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ ମହିଶୂର ପହଞ୍ଚିଲେ ସୋନିଆ, ବେଶ କିଛି ବର୍ଷ ପରେ ସାର୍ବଜନିକ କାର୍ଯ୍ୟକ୍ରମରେ ଭାଗ ନେବେ

ନୂଆଦିଲ୍ଲୀ,୩ ।୧୦: ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି । ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବି ଏହି ଯାତ୍ରାରେ...

Advertisement
Archives

Model This Week