ଭାଷାରେ ପୁରୁଷ ପ୍ରାଧାନ୍ୟ

ବିଜୟନୀ ମିଶ୍ର

 

ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଆସନରେ ୨୦୦୭ରେ ଦେଶର ପ୍ରଥମ ମହିଳା ଭାବେ ପ୍ରତିଭା ଦେବୀ ସିଂ ପାଟିଲ ଆସୀନ ହେବା ପରେ ତାଙ୍କୁ ହିନ୍ଦୀରେ କେଉଁ ଭଳି ସମ୍ବୋଧନ କରାଯିବା ଉଚିତ, ସେନେଇ ସେତେବେଳେ ପ୍ରଶ୍ନ ଉଠିଥିଲା। ତାଙ୍କୁ ‘ରାଷ୍ଟ୍ରପତି’ କିମ୍ବା ‘ରାଷ୍ଟ୍ରପତ୍ନୀ’ ଭାବେ ସମ୍ବୋଧନ କରାଯିବା ଉଚିତ କି ନୁହେଁ, ସେ ନେଇ ବିତର୍କ ମଧ୍ୟ ହୋଇଥିଲା। ହେଲେ ସେତେବେଳେ ସେହି ପ୍ରସଙ୍ଗ ଏତେ ଝଡ଼ ସୃଷ୍ଟି କରି ନ ଥିଲା; ଯାହା ନିକଟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ରୂପେ ସମ୍ବୋଧନ କରିବା ପରେ ଲୋକ ସଭାରେ ବିବାଦୀୟ ସ୍ଥିତି ଉପୁଜିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିବାକୁ ନେଇ ଅଧୀରଙ୍କୁ କଡ଼ା ସମାଲୋଚନା କରିବା ସହ କଂଗ୍ରେସ ଏଥିଲାଗି କ୍ଷମା ମାଗୁ ବୋଲି ଭାଜପା ଦାବି କରିଥିଲା। ଏହାକୁ ନେଇ ପାର୍ଲାମେଣ୍ଟ ଭିତରେ ଓ ବାହାରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ଯଦିଓ ଅଧୀର ନିଜର ଦୁର୍ବଳ ହିନ୍ଦୀ ଭାଷା ଜ୍ଞାନ ଥିବା କହି କ୍ଷମା ମାଗିଥିଲେ, ତଥାପି ସେହି ପ୍ରସଙ୍ଗ ଆମ ଭାଷାର ଲିଙ୍ଗଗତ ପ୍ରକୃତିକୁ ନେଇ ବିତର୍କ ସୃଷ୍ଟି କରିଦେଇଛି।
‘ପତି’ ଓ ‘ପତ୍ନୀ’ର ମାନେ କ’ଣ ହୋଇପାରେ ତାହା ଅଧୀରଙ୍କ ମନ୍ତବ୍ୟରୁ ଉପୁଜିଥିବା ବିତର୍କକୁ ଦେଖିଲେ ବୁଝିହୁଏ। ଏହି ଦୁଇ ଶବ୍ଦ ରାଷ୍ଟ୍ର (ନେଶନ୍‌) ପରେ ବ୍ୟବହୃତ ହେଲେ ତାହାର ଅର୍ଥ ମଧ୍ୟ କ’ଣ ରହୁଛି ତାହା ଆଲୋଚନା କରିବାର ଅବକାଶ ସୃଷ୍ଟି କରିଛି। ଇଂଲିଶ ଶବ୍ଦ ‘ପ୍ରେସିଡେଣ୍ଟ୍‌’କୁ ହିନ୍ଦୀ ଭାଷାରେ ଅନୁବାଦ କଲେ ତାହାର ଅର୍ଥ ହେବ ‘ରାଷ୍ଟ୍ରପତି’। ପ୍ରେସିଡେଣ୍ଟ୍‌ ଶବ୍ଦ ସାଧାରଣରେ ଏକ ଗୋଷ୍ଠୀର ପୌରୋହିତ୍ୟ କରୁଥିବା ମୁଖ୍ୟ ଓ ତାହା ଏକ ଲିଙ୍ଗ ନିରପେକ୍ଷ ଶବ୍ଦ ଭାବେ ବ୍ୟବହୃତ ହୋଇଥାଏ। ଅନ୍ୟପକ୍ଷରେ ଏହାର ହିନ୍ଦୀ ଅନୁବାଦ ଶବ୍ଦ ‘ରାଷ୍ଟ୍ରପତି’ ଲିଙ୍ଗ ନିରପେକ୍ଷ ହୋଇପାରିବ ନାହିଁ, କାରଣ ଏହାର ଆଗରେ ‘ପତି’ ରହିଛି।
ହିନ୍ଦୀ ଶବ୍ଦ ‘ପତି’ର ବ୍ୟୁତ୍ପତିଗତ ବ୍ୟାଖ୍ୟା କରାଗଲେ ତାହା ଭାରତ-ୟୁରୋପୀୟ ଭାଷା ପରିବାର ଅନ୍ତର୍ଗତ, ଯେଉଁଠାରେ ଏହାର ଅର୍ଥ ‘ପ୍ରଭୁ’ ବା ‘ମୁନିବ’କୁ ବୁଝାଇଥାଏ। ସଂସ୍କୃତରେ ବିବାହିତ ଗୃହକର୍ତ୍ତାଙ୍କୁ ‘ଗୃହପତି’ କୁହାଯାଇଥାଏ। ସେହିପରି ସେନାପତି ଅର୍ଥ ସେନାର କମାଣ୍ଡର ଓ ଗଣପତି ମାନେ ଦେବତାଙ୍କ ପ୍ରଭୁ। ଅନୁରୂପ ଭାବେ ‘ଛତ୍ରପତି’ ଅର୍ଥ ରାଜାମାନଙ୍କ ପ୍ରଭୁ। ଏଭଳି ଉଦାହରଣ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ‘ପତି’ ଶବ୍ଦ ସହ କିଭଳି କ୍ଷମତାର ସମ୍ପର୍କ ରହିଛି ତାହା ଦର୍ଶାଇବା। ଆମର ଦୈନନ୍ଦିନ ବ୍ୟବହାରରେ ‘ପତି’ ଅର୍ଥ ସାଧାରଣରେ ସ୍ବାମୀଙ୍କୁ ବୁଝାଏ। ପୁଣି ଯେତେବେଳେ ‘ପତି-ଦେବ’ ଓ ‘ପତି-ପରମେଶ୍ୱର’ ଭଳି ଯୌଗିକ ଶବ୍ଦ ବ୍ୟବହାର କରାଯାଏ, ସେତେବେଳେ ତାହା ପୁରୁଷ ପ୍ରାଧାନ୍ୟ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିଥାଏ; ଯାହା ସ୍ବାମୀଙ୍କୁ ପ୍ରଭୁ ଭାବେ କିମ୍ବା ସ୍ତ୍ରୀ ପାଇଁ ‘ଭଗବାନ’ ସଦୃଶ ବୋଲି ବିବେଚନା କରାଯାଏ।
ଅପରପକ୍ଷରେ ‘ପତି’ର ବିପକ୍ଷ ଶବ୍ଦ ହେଉଛି ‘ପତ୍ନୀ’। ଏହା ସ୍ତ୍ରୀଙ୍କ ପ୍ରତି ପ୍ରଯୁଜ୍ୟ ହୋଇଥିଲେ ମଧ୍ୟ ତାହାର ସେଭଳି କିଛି ଅର୍ଥ ବୁଝାଇ ନ ଥାଏ। ଏହା ଏକ ସ୍ବାଧୀନ ଶବ୍ଦ, ଯାହା ଜଣେ ମହିଳା ବିବାହ କରିବା ପରେ ତାଙ୍କ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ସରଳ ଭାଷାରେ କହିଲେ ଏହା ପତିର ସ୍ତ୍ରୀଲିଙ୍ଗ ଶବ୍ଦ ଓ ଯୌନ ପରିଭାଷାକୁ ବୁଝାଇଥାଏ। ପତ୍ନୀ ହେଉଛନ୍ତି ପତିଙ୍କ ଯୌନ ସାଥୀ। କିନ୍ତୁ ହିନ୍ଦୀ ଶବ୍ଦ ‘ପତି-ଦେବ’ ବା ‘ପତି-ପରମେଶ୍ୱର’ ଭଳି ପତ୍ନୀର କୌଣସି ଯୌଗିକ ଶବ୍ଦ ନାହିଁ। ଏହା କେବଳ ଭାରତୀୟ ସମାଜରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରଭାବର ତାରତମ୍ୟକୁ ସୂଚାଏ। ଏଇଠି ରହିଛି ରାଷ୍ଟ୍ରପତ୍ନୀ ଶବ୍ଦକୁ ନେଇ ସଦ୍ୟ ଉପୁଜିଥିବା ବିବାଦର ମୂଳ।
ରାଷ୍ଟ୍ରପତି ହେଉଛି ଦୁଇଟି ହିନ୍ଦୀ ଶବ୍ଦର ମିଶ୍ରଣ-ରାଷ୍ଟ୍ର ଓ ପତି। ଯେତେବେଳେ ଇଂଲିଶ ଶବ୍ଦ ପ୍ରେସିଡେଣ୍ଟ୍‌ର ଅନୁବାଦ କରାଯାଏ, ସେତେବେଳେ ତାହା ‘ଗଣତନ୍ତ୍ରର ନେତା’ଙ୍କୁ ବୁଝାଏ। କିନ୍ତୁ ‘ଦେଶର ସ୍ବାମୀ’ଙ୍କୁ ସୂଚିତ କରେନାହିଁ। ଅନ୍ୟପକ୍ଷରେ ରାଷ୍ଟ୍ର ଶବ୍ଦ ସହ ‘ପତ୍ନୀ’ ଶବ୍ଦକୁ ମିଶାଇ ଦିଆଗଲେ ତାହା ଏକ ଯୌନ ପରିଭାଷା ପରିପ୍ରକାଶ କରିଥାଏ। ଏହାର ଅର୍ଥ ରାଷ୍ଟ୍ରର ପତ୍ନୀକୁ ବୁଝାଉଥିବା ବିଷୟ ଭାରତୀୟ ମାନସିକତାରେ ପ୍ରତିଫଳିତ ହୋଇଥାଏ।
ରବର୍ଟ ବାକ୍‌ଅଫ୍‌ ତାଙ୍କ ଲେଖାର ଶୀର୍ଷକ ‘ଲାଙ୍ଗୁଏଜ୍‌ ଆଣ୍ଡ୍‌ ଓମେନ୍ସ ପ୍ଲେସ୍‌ (୧୯୭୨)’ରେ ଭାଷା ଓ ଲିଙ୍ଗ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଥମ ଥର ସକାଶେ ଆବିଷ୍କାର କରିଥିଲେ। ସେଥିରେ ସେ ଯୁକ୍ତି ଦର୍ଶାଇଥିଲେ ଯେ, ମହିଳାମାନେ ସାଧାରଣତଃ ଏପରି ଶବ୍ଦ ବ୍ୟବହାର କରିଥାଆନ୍ତି ଯାହା ପୁରୁଷଙ୍କ ତୁଳନାରେ ନୂ୍ୟନ ମନେହୁଏ।
ଫ୍ରାନସେସ୍‌କା ଡି ଗାର୍ବୋ, ବ୍ରୁନୋ ଓଲସନ୍‌ ଏବଂ ବର୍ନହାର୍ଡ ଓ୍ବାଲଚିଲ୍‌ଙ୍କ ଗବେଷଣାତ୍ମକ ସନ୍ଦର୍ଭ ‘ଗ୍ରାମାଟିକାଲ ଜେଣ୍ଡର ଆଣ୍ଡ୍‌ ଲିଙ୍ଗୁଷ୍ଟିକ କମ୍ପ୍ଲେକ୍ସିଟି’ ୨୦୧୧ରେ ଦର୍ଶାଯାଇଥିଲା ଯେ, ବିଶ୍ୱ ଭାଷାର ୭୫ ପ୍ରତିଶତ ଲିଙ୍ଗଗତ ଶବ୍ଦ ରହିଥାଏ, ଯେଉଁଥିରେ ପୁରୁଷଙ୍କ ସର୍ବନାମ ବ୍ୟାପକ ଭାବରେ ବ୍ୟବହୃତ ହୁଏ। ହିନ୍ଦୀ ଏଥିରୁ ବାଦ୍‌ ପଡ଼ି ନାହିଁ। ଆମର ଦୈନନ୍ଦିନ ଜୀବନର କଥୋପକଥନରେ ଆମେ ସର୍ବଦା ଭାରି ପଡ଼ୁଥିବା ଲିଙ୍ଗଗତ ଶବ୍ଦଗୁଡ଼ିକୁ ଅଣଦେଖା କରିଥାଉ। ଯେତେବେଳେ ଆମେ ଇଲିଂଶ ଶବ୍ଦ ‘ପୋଲିସମ୍ୟାନ୍‌’, ‘ଫାୟାରମ୍ୟାନ୍‌’, ‘ଚେୟାରମ୍ୟାନ୍‌’ ଏବଂ ‘ସେଲ୍ସମ୍ୟାନ୍‌’ ଆଦି ଶବ୍ଦକୁ ବ୍ୟବହାର କରିଥାଉ, ସେତେବେଳେ ଆମେ ଲିଙ୍ଗଗତ ପକ୍ଷପାତିତାକୁ ଗୁରୁତ୍ୱ ଦେଇ ନ ଥାଉ।
ପ୍ରଶ୍ନଉଠେ ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ଭାଷା ଭିତରେ କାହିଁକି ଲିଙ୍ଗଭିତ୍ତିକ ଶବ୍ଦଗୁଡ଼ିକ ପଶି ଆସିଥାଏ। ଏହାର ମୂଳକୁ ଗଲେ ଜଣାଯାଏ ଯେ ଅଭିଧାନ, ଖବରକାଗଜ, ପତ୍ରପତ୍ରିକାର ସମ୍ପାଦକମାନେ ବିଶ୍ୱସ୍ତରରେ ପୁରୁଷ ହୋଇଥିବାରୁ ଶବ୍ଦଭଣ୍ଡାରଗୁଡ଼ିକ ସେହିଭଳି ସଜାଯାଇଛି।
ବାସ୍ତବରେ, ସବୁ ରାଜନୈତିକ ଦଳ ସେମାନଙ୍କର ଜାତୀୟ ଓ ରାଜ୍ୟସ୍ତରର ପ୍ରେସିଡେଣ୍ଟ୍‌ଙ୍କୁ ‘ଅଧ୍ୟକ୍ଷ’ ଭାବେ ସମ୍ବୋଧନ କରିଥାନ୍ତି। ତେଣୁ ରାଷ୍ଟ୍ରପତି ଶବ୍ଦକୁ ‘ରାଷ୍ଟ୍ର ଅଧ୍ୟକ୍ଷ’ କିମ୍ବା ‘ରାଷ୍ଟ୍ର ପ୍ରଧାନ’ ଭାବେ ବ୍ୟବହାର କରୁ ନ ଥିବା ଦଳଗୁଡ଼ିକର ଆଭିମୁଖ୍ୟ ବୁଝିହୁଏ ନାହିଁ। ଭାରତୀୟ ସମ୍ବିଧାନର ହିନ୍ଦୀ ସଂସ୍କରଣ ଚିଠା ପ୍ରଣୟନ ବେଳେ ଉଲ୍ଲେଖ କରାଯାଇଥିବା ଏହି ଶବ୍ଦଦ୍ୱୟରେ ସର୍ବୋଚ୍ଚ ସାମ୍ବିଧାନିକ ପଦର ଲିଙ୍ଗ ନିରପେକ୍ଷତା ପ୍ରତିଫଳିତ।
‘ରାଷ୍ଟ୍ରପତ୍ନୀ’ ବିବାଦ ଏକ ଅସ୍ବାଭାବିକ ରାଜନୈତିକ ତର୍କରୁ ଉପୁଜିଥିଲେ ହେଁ ଏହା ଆମ ପାଇଁ ଉଦ୍ୟୋଗପତି (ଇଣ୍ଡଷ୍ଟ୍ରିଆଲିଷ୍ଟ), ସଭାପତି (ଚେୟାରପର୍ସନ/ମ୍ୟାନ୍‌), ଲକ୍ଷପତି ଓ କୋରଡପତି ଭଳି ପୁରୁଷ ପ୍ରାଧାନ୍ୟ ହିନ୍ଦୀ ଶବ୍ଦର ମୂଳ ଉପରେ ଅନୁଶୀଳନ କରିବା ସକାଶେ ସୁଯୋଗ ଆଣିଦେଇଛି; ଯାହାକି ସେଗୁଡ଼ିକ ପାଇଁ ଲିଙ୍ଗ ନିରପେକ୍ଷ ପଦ ସୃଷ୍ଟି କରିପାରିବ।
ଆସିଷ୍ଟାଣ୍ଟ୍‌ ପ୍ରଫେସର, ସମାଜବିଜ୍ଞାନ ବିଭାଗ, ମୈତ୍ରୈୟୀ କଲେଜ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?