ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା: ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜଧାନୀରେ ଏବେ ଟ୍ରାଫିକ୍‌ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି ଟ୍ରାଫିକ୍‌ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ ବୁଧବାର ସକାଳେ ଶିଶୁ ଭବନ ଛକ , ରବି ଟକିଜ୍‌ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହ ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। ଏହି ସମୟରେ ପୋଲିସ କମିଶନର ଏସ୍‌ ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଭି ଭି ଯାଦବ ଏବଂ ବିଏମ୍‌ସି କମିଶନର କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷା: ପାହାଡ଼ ଧସିଲା

ପାତ୍ରପୁର/ଦିଗପହଣ୍ଡି/ଚିକିଟି/ଶେରଗଡ଼,(ଡି.ଏନ୍‌.ଏ.)/ପାରଳାଖେମୁଣ୍ଡି,୧୪ା୧୦(ସ୍ବ.ପ୍ର.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି...

ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୧୮।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ...

ପ୍ଲାଷ୍ଟିକ କଟକଣାକୁ ମାନୁ ନାହାନ୍ତି ସରକାରୀ କର୍ମଚାରୀ:ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର,୨୫-୯(ବ୍ୟୁରୋ): ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କିମ୍ବା ୫୦ ମାଇକ୍ରନରୁ କମ ମୋଟେଇ ପଲିଥିନ ପରିବେଶ ପାଇଁ ମାରାତ୍ମକ । ଏହାର ବ୍ୟବହାରକୁ ଉଭୟ କେନ୍ଦ୍ର...

ସହରରେ ବିକ୍ରି ହେଉଛି ବାସି, ଭେଜାଲ ଖାଦ୍ୟ

ଭୁବନେଶ୍ୱର, ୧୪।୯ (ବ୍ୟୁରୋ): ପାର୍ବଣ ଋତୁ ଆସିଯାଇଥିବାରୁ ବିଏମ୍‌ସି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଆରମ୍ଭ କରିଛି। ଭେଜାଲ ଓ ବାସି ଖାଦ୍ୟ ଖାଇ...

ପରୀକ୍ଷା ଚାଲିଥିବା ବେଳେ ଅସୁସ୍ଥ ହୋଇ ଛାତ୍ରୀଙ୍କ ମୃତ୍ୟୁ

କୋଲନରା,୧୭ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ବଡ଼ଖିଲାପଦର ଆଶ୍ରମ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବାବେଳେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପରେ ତାଙ୍କର ମୃତ୍ୟୁ ଘଟିଛି।...

ବୌଦ୍ଧ ବିଧାନସଭା: ଭାଜପା ଅ।ଗୁଅ।

ବୌଦ୍ଧ,୨୩୫(ଡି.ଏନ୍.ଏ.):ବୌଦ୍ଧ ବିଧାନସଭା ଅାସନରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ସୁଶାନ୍ତ ପ୍ରଧାନ ବିଜେଡିର ପ୍ରଦୀପ ଅମାତଙ୍କଠାରୁ ୨୦୨ ଭୋଟରେ ଅ।ଗୁଅ। ରହିଛନ୍ତି

ତିନିରଥ ଚକ, ପ୍ରଭାରେ ଫାଟ

ପୁରୀ ଅଫିସ,୧୬ା୭:ତିନି ରଥର ଚକ ଓ ପ୍ରଭାରେ ଫାଟ ହୋଇଛି। ତାଳଧ୍ୱଜ ରଥ ଆଗପାର୍ଶ୍ୱ ଚକରେ ବଡ଼ ଫାଟ ହୋଇ ଚକଟି ଗୋଟିଏ ପାର୍ଶ୍ୱକୁ ମୋଡ଼ିଯାଇଥିବାବେଳେ...

ତଦନ୍ତ ଆଳରେ କାଳିଆ ସହାୟତା ପ୍ରଦାନରେ ବିଳମ୍ବ: ଚୂଡାନ୍ତ ରିପୋର୍ଟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ

ରସୁଲପୁର,୮।୯(ଡି.ଏନ.ଏ.)- ସମୟ ଗଡି ଚାଲିଛି, ହେଲେ କାଳିଆ ଦ୍ୱନ୍ଦ୍ୱ ତୁଟୁନି। ତଦନ୍ତ ଆଳରେ ସରକାର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ଦେବେରେ ବିଳମ୍ବ କରୁଛନ୍ତି। ସରକାର...

Advertisement
Archives

Model This Week