ବିହାରର ଏସ୍‌ଟିଇଟି ପରୀକ୍ଷାରେ ପାସ୍‌ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ

ସୋସିଆଲ ମିଡିଆରେ ବିହାର ଏସ୍‌ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ ମିଳୁଛି। ଏବେ ଏହାକୁ ନେଇ ନୂଆ ବିବାଦ ଉପୁଜିଛି।

ଏସ୍‌ଟିଇଟି ୨୦୧୯ ପରୀକ୍ଷାର ଫଳ ୨୦୨୧ ମାର୍ଚ୍ଚରେ ଘୋଷଣା କରାଯାଇଥିଲା। ହେଲେ କୌଣସି ସମସ୍ୟା ଯୋଗୁ ଉର୍ଦ୍ଦୁ, ସଂସ୍କୃତ ଏବଂ ବିଜ୍ଞାନର ପରୀକ୍ଷାଫଳ ଆଧିକାରୀକ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ ହୋଇପାରି ନ ଥିଲା। ଏବେ ରେଜଲ୍ଟ ଅପଲୋଡ ହୋଇଛି। ଏଥିରେ ରିଷିକେଶ କୁମାର ନାମକ ଜଣେ ପରୀକ୍ଷାର୍ଥୀ ପାସ କରିଛନ୍ତି। ହେଲେ ତାଙ୍କର ପରୀକ୍ଷାଫଳରେ ମାଲାୟାଲାମ ଅଭିନେତ୍ରୀ ଅନୁପମାଙ୍କ ଫଟୋ ଲାଗିଥିବା ଦେଖାଯାଇଛି। ଏହାକୁ ନେଇ ଶିକ୍ଷା ବିଭାଗ ଉପରେ ପ୍ରଶ୍ନ ଉଠୁଥିବା ବେଳେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫଟୋ ଥିବା ରେଜଲ୍ଟ ଭାଇରାଲ ହେଉଛି।

କିଛି ଦିନ ପୂର୍ବରୁ ଏଭଳି ଏକ ମାମଲା ବିହାରରୁ ଆସିଥିଲା। ଏଠାରେ ଇଞ୍ଜିନିୟରିଂ ପରୀକ୍ଷାଫଳ ତାଲିକାରେ ଅଭିନେତ୍ରୀ ସନି ଲିଓନିଙ୍କ ଫଟୋ ଲାଗିଥିଲା।

କହିରଖୁଛୁ, ଅନୁପମା ମାଲାୟାଲାମ ସିନେମାର ଜଣାଶୁଣା ନାମ। ସେ ତାମିଲ, ତେଲୁଗୁ ଏବଂ କନ୍ନଡ଼ ଫିଲ୍ମରେ କାମ କରି ସାରିଛନ୍ତି। ୨୦୧୫ରେ ସେ ପ୍ରେମମ୍‌ ଫିଲ୍ମରୁ ଡେବ୍ୟୁ କରିଥିଲେ। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେବେଠାରୁ ସେ ପଛକୁ ଫେରିଚାହିଁ ନାହାନ୍ତି। ଧିରେ ଧିରେ ତାଙ୍କର ପ୍ରଶଂସକଙ୍କ ସହ ଫିଲ୍ମ ତାଲିକା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଏନ୍‌ୟୁ ହିଂସା ନେଇ ଦେଶବ୍ୟାପି ପ୍ରଦର୍ଶନ

ନୂଆଦିଲ୍ଲୀ, ୬।୧: ଜେଏନ୍‌ୟୁ କ୍ୟାମ୍ପସ୍‌ରେ ରାତି ଅନ୍ଧାରରେ ହୋଇଥିବା ହିଂସା ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ରାତିରେ କିଛି ଦୁର୍ବୁତ୍ତ କ୍ୟାମ୍ପସ୍‌ରେ ପଶି ଭଙ୍ଗାରୁଜା...

ଶୂନ୍ୟକାଳରେ ପ୍ରଶ୍ନ: ବିବାହରେ ୫୦ ବରଯାତ୍ରୀ-୧୧ ପ୍ରକାର ଖାଦ୍ୟ ବାଧ୍ୟତା ମୂଳକ…

ନୂଆଦିଲ୍ଲୀ, ୩୦।୩ : କଂଗ୍ରେସ ଏମ୍‌ପି ଜସବୀର ସିଂ ଗିଲ ବୁଧବାର ଲୋକସଭାରେ କେନ୍ଦ୍ର ସରକାରଙ୍କୁ ଏକ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି ଯେ...

ଡ୍ରମରୁ ଗହମ ବାହାର କରୁଥିଲେ ମହିଳା, ଗହମ ବଦଳରେ ବାହାରିଲା…

ଲକ୍ଷ୍ନୌ,୧୨ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାର ଫୁଲବାହାର ଥାନା ଅଞ୍ଚଳର ଜଣେ ମହିଳା ଘରେ ଥିବା ଡ୍ରମରୁ ଗହମ ବାହାର କରୁଥିଲେ। ଏଥିରୁ ଗହମ ବାହାରିବା...

ବଲିଉଡ ଅଭିନେତା ମନୀଷ ପାଲଙ୍କୁ କରୋନା

ମୁମ୍ବାଇ,୭।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ମନୀଷ ପାଲ। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ମନୀଷ କରୋନା ସଂକ୍ରମିତ ହେବାର ଜଣା ପଡ଼ିବା...

ଆରଏସ୍‌ଏସ୍‌ ମୁଖ୍ୟଙ୍କୁ ଭେଟିଲେ ଯୋଗୀ ଆଦିିତ୍ୟନାଥ

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜର ଗୌହନିଆରେ ଅବସ୍ଥିତ ଜୟପୁରିଆ ସ୍କୁଲର ବତ୍ସଲ୍ୟ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ଦୁହିଁଙ୍କ...

୬ ବର୍ଷ ବୟସରୁ ଗୀତ ଗାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ଶୁଣିବାକୁ ମିଳୁନି କଣ୍ଠ ଶ୍ୱର

ଯଦି ଆପଣଙ୍କୁ ୯୦ ଦଶକର ଗୀତଗୁଡ଼ିକ ଭଲ ଲାଗେ କିମ୍ବା ଏସବୁର ପ୍ରଶଂସକ ଅଟନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଗାୟକ ଅଲକା ୟାଗ୍‌ନିକ୍‌ଙ୍କ ଗୀତ...

ସୁକମା ଜିଲାରେ ମାଓବାଦୀଙ୍କ ଆକ୍ରମଣରେ ୧୭ ଯବାନ ଶହୀଦ

ସୁକମା,୨୨।୩: ଛିତଶଗଡ଼ ସୁକମା ଜିଲାରେ ମାଓବାଦୀଙ୍କ ଆକ୍ରମଣରେ ୧୭ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣାରେ ୧୪ରୁ ଅଧିକ ଯବାନ ଆହତ ହୋଇଛନ୍ତି। ଚିକିତ୍ସା ଲାଗି...

ଏଲଏସିରେ ଉତ୍ତେଜନା ମଧ୍ୟରେ ୧୪ ହଜାର ଫୁଟ ଉପରେ ଯୁଦ୍ଧାଭ୍ୟାସ କଲେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ,୨୭ ।୧୦: ଭାରତ ଓ ଚାଇନା ମଧ୍ୟରେ ବେଶ କିଛି ଦିନ ହେବ ତୁତୁମେମେ ଲାଗି ରହିଛି । ସୀମାରେ ଉଭୟ ଦେଶର ସେନା ବହୁବାର...

Advertisement
Archives

Model This Week