ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍‌ନେସ୍ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଆସିଯାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା କେବେ କେବେ ଫଟୋ ତ ପୁଣି କେବେ ଭିଡିଓ ଶେୟାର କରି ପ୍ରଶଂସକଙ୍କ ନିକଟତର ହେଉଥିବା ବେଳ ପୁଣି କେବେ ଟ୍ରୋଲର ଶିକାର ବି ହୋଇ ଯାଆନ୍ତି । ନିକଟରେ ଜିମ ୱେୟାରରେ ଜଣେ ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ପୁଣି ଥରେ ଟ୍ରୋଲ୍ ହୋଇଛନ୍ତି ଏହ ଅଭିନେତ୍ରୀ । ନିକଟରେ ସେ ତାଙ୍କ ସୋସାଇଟି ବାହାରକୁ ଆସିବା ବେଳକୁ ଫଟୋ ଉଠାଇବାକୁ ଅପେକ୍ଷା ରଖିଥିବା କେତେଜଣ ପାପାରାଜି ବନ୍ଧୁ ମଲାଇକାଙ୍କୁ ପୋଜ ଦେବାକୁ କହିଥିଲେ । ଅବଶ୍ୟ ଏମାନଙ୍କୁ କେବେ ନିରାଶ କରୁ ନ ଥିବା ମଲାଇକା ପୋଜ ବି ଦେଇଥିଲେ । ସେହି ସମୟରେ ସେଠାରେ ଥିବା ଜଣେ ଟ୍ରାଫିକ ପୋଲିସଙ୍କ ସହ ତାଙ୍କୁ ପୋଜ ଦେବାକୁ ଅନୁରୋଧ କରିଥିଲେ ପାପାରାଜି । ଆଉ ଏଥିରେ ସେ ରାଜି ବି ହୋଇ ଯାଇଥିଲେ । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ମଲାଇକା ଟ୍ରୋଲର ଶିକାର ହୋଇ ଯାଇଛନ୍ତି । ଅନେକେ ପ୍ରଶ୍ନ କରିଛନ୍ତି ଜିମ୍ ୱେୟାରରେ ସେ କିପରି ଜଣେ ଟ୍ରାଫିକ ପୋଲିସ କର୍ମୀଙ୍କ ସହ ଫଟୋ ଉଠାଇଲେ । ମଲାଇକା ଏହା ପୂର୍ବରୁ ମଧ୍ୟ ଟ୍ରୋଲର ଶିକାର ହୋଇଥିବା ବେଳେ ସେ ଏହାକୁ ଅଣଦେଖା କରିବା ଭଳି ମନେ ହୁଏ । ଯାହା ବି ହେଉ ୪୭ ବର୍ଷରେ ପହଞ୍ଚିଥିଲେ ମଧ୍ୟ ଆଜିବି ଏହି ଅଭିନେତ୍ରୀ ନ୍ୟୁ କମରଙ୍କୁ ଟକ୍କର ଦେଇଥାଆନ୍ତି । ନିଜକୁ ଫିଟ୍ ରଖିବା ପାଇଁ ସେ ଅନେକ ସମୟରେ ଯୋଗ ଅବା ଜିମ୍ ୱାର୍କ ଆଉଟର ଭିଡିଓ ଶେୟାର କରି ପ୍ରଶଂସକଙ୍କ ମନୋବଳ ବଢାଇ ଥାଆନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପରାଷ୍ଟ୍ରପତି ଦେଖିଲେ ‘ବାଟଲା ହାଉସ୍‌’ର ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ,୪।୮: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଦେଶଭକ୍ତିର ଫିଲ୍ମ ‘ବାଟଲା ହାଉସ’ର ସ୍ପେଶାଲ ସ୍କ୍ରିନିଂ ଶନିବାର ଦିଲ୍ଲୀଠାରେ କରାଯାଇଛି। ଅଗଷ୍ଟ ୧୫ରେ ଏହା ରିଲିଜ୍‌...

ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର...

ଅମିତାଭଙ୍କ ସହ ଫିଲ୍ମ କରିବାକୁ ନର୍ଭସ ହୋଇଯାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ତାଙ୍କର ୮୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ସୁପରଷ୍ଟାରଙ୍କ ସହ ପ୍ରଥମେ ଯେଉଁମାନେ ଅଭିନୟ କରିଛନ୍ତି...

ଭାବୁକ ହେଲେ ଫର୍‌ହାନ: କହିଲେ ‘ଆପଣ ଆଉ ନାହାନ୍ତି ବିଶ୍ୱାସ ହେଉନାହିଁ’

ବମ୍ବେ: ଆଉ ନାହାନ୍ତି ‘ଫ୍ଲାଇଂ ଶିଖ୍‌’। ମହାନ ଧାବକ ପଦ୍ମଶ୍ରୀ ମିଲ୍‌ଖା ସିଂହଙ୍କ ପରଲୋକ ଘଟିଛି। ଏହି ଖବର ଜଣାପଡ଼ିବା ପରେ ଖେଳଜଗତରେ ଶୋକର ଛାୟା...

ଅନନ୍ୟାଙ୍କ ପ୍ରଶଂସକ ପାଲଟିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ନାୟିକା ଅନନ୍ୟା ପାଣ୍ଡେ ନିଜର ଅଭିନୟକୁ ନେଇ ନ୍ୟୁ କମର ଭାବେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ସୋସିଆଲ...

ଟିକିଲି ନ ଲଗାଇ ଟ୍ରୋଲ ହେଲେ କରିନା

ବମ୍ବେ: ସାମାନ୍ୟ ଟିକିଲି ପାଇଁ ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କପୁର। ଅଭିନେତା ଅକ୍ଷୟ କୁମାରଙ୍କ ପରେ କରିନାଙ୍କୁ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶର...

୪୦ ବର୍ଷରେ ନିର୍ବନ୍ଧ କଲେ ବଲିଉଡ୍‌ର ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ ‘ଲଭ୍‌ ଷ୍ଟୋରୀ ୨୦୫୦’ ଏବଂ ହ୍ବାଟସ୍‌ ୟୋର ରାଶି’ ରେ କାମ କରିସାରିଥିବା ଅଭିନେତା ହରମନ ବାବେଜା...

ଏହି ଅଭିନେତାଙ୍କ ଗୋଟିଏ ସର୍ତ୍ତ ଲାଗି ବଜାର ମଝିରେ ପୁଶ୍‌ଅପ୍‌ ମାରିଲେ ମହିଳା; କାରଣ ଜାଣିଲେ…

ବମ୍ବେ: ନିଜ ଫିଟ୍‌ନେସ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ମଡେଲ ତଥା ଅଭିନେତା ମିଲିନ୍ଦ ସୋମେନ। ଲୋକପ୍ରିୟତା ଦୃଷ୍ଟିରୁ ତାଙ୍କର ପ୍ରଶଂସକ ମଧ୍ୟ ଅଧିକ। ଅଭିନେତାଙ୍କ...

Advertisement
Archives

Model This Week