Posted inଫୁରସତ

ଅମୃତଭଣ୍ଡାରେ ଫୁଲ

ଅମୃତଭଣ୍ଡାକୁ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ହେଲେ ଏହାକୁ ନେଇ କଳାକୃତୀ ବି ଗଢାଯାଏ ତାହା ହୁଏତ ଅନେକେ ଜାଣି ନ ଥିବେ। ଭିଏତନାମରେ କଞ୍ଚା ଅମୃତଭଣ୍ଡାକୁ ବ୍ୟବହାର କରି ସୁନ୍ଦର ଫୁଲର କଳାକୃତୀ ତିଆରି କରିବା ଏକ ପାରମ୍ପରିକ କଳା। କିନ୍ତୁ ଏବେ ଏହାର ସତ୍ତା ଦିନକୁ ଦିନ ହଜିବାକୁ ଲାଗିଲାଣି। ହେଲେ ହାନୋଇର ନୁୟେନ ଥି ଥୁ ହେଉଛନ୍ତି ଏମିତି ଜଣେ ମହିଳା ଯେକି ହଜି ଯାଉଥିବା ଏହି କଳାକୁ ବଞ୍ଚାଇ ରଖିବା ଲାଗି ଅହରହ ଚେଷ୍ଟା ଜାରି ରଖିଛନ୍ତି। ସେ ଏଥିରେ ଏତେ ସୁନ୍ଦର ଓ ଜୀବନ୍ତ ଫୁଲ ତିଆରି କରୁଛନ୍ତି ଯେ, ତାହା ସବୁ ସତସତିକା ଫୁଲ ପରି ହିଁ ଲାଗେ। ଏଥିପାଇଁ ସେ କଞ୍ଚା ସବୁଜ ଅମୃତଭଣ୍ଡା ଆବଶ୍ୟକ କରନ୍ତି। କଳାକୃତୀ ଗଢିବା ପୂର୍ବରୁ ସେ ଏହାକୁ ମଝିରୁ ଦୁଇ ଫାଳ କରି କାଟି ଥଣ୍ଡା ପାଣିରେ ଏକ ଘଣ୍ଟା ବୁଡାଇ ରଖନ୍ତି। ମଞ୍ଜି ବାହାର କରି ଛୁରୀ ସାହାଯ୍ୟରେ ଅମୃତଭଣ୍ଡାକୁ ପତଳା ପତଳା କାଟନ୍ତି। କଇଁଚିରେ ସେସବୁକୁ କାଟି ପାଖୁଡାର ରୂପ ଦିଅନ୍ତି। ଚପ୍‌ଷ୍ଟିକ୍‌ ମାଧ୍ୟମରେ ପାଖୁଡାକୁ ମୋଡନ୍ତି। ପରେ ଫୁଡ କଲର୍‌ରେ ପାଖୁଡ଼ାଗୁଡିକୁ ରଙ୍ଗ ଦେଇ ସତସତିକା ଫୁଲର ରୂପ ଦିଅନ୍ତି। ପଦ୍ମ, କଇଁ ପରି ନାନା ପ୍ରକାରର ଫୁଲ ସେ ଅମୃତ ଭଣ୍ଡାରେ କରି ପାରନ୍ତି। ଆଉ ତା’ର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି। ଗୋଟିଏ ଫୁଲ ତିଆରି କରିବାକୁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗେ। ସେ କୁହନ୍ତି, ଏହି ଫୁଲକୁ ଫ୍ରିଜ୍‌ରେ ରଖିଲେ ଅଧିକ ସମୟ ରହିପାରେ। ତେବେ ପ୍ରଦର୍ଶନୀରେ ପ୍ରଦର୍ଶିତ କଲାବଳେ ଏହାକୁ ଖରାଠୁ ଦୂରରେ ରଖିବାକୁ ଚେଷ୍ଟା କରେ। ଏହାଛଡ଼ା ମୋ କଳାକୁ ଅଧିକ ସମୟ ବଞ୍ଚାଇ ରଖିବା ଲାଗି ମୁଁ ବିଭିନ୍ନ ପ୍ରିଜରଭେଟିଭ୍‌ସ ଉପରେ ଗବେଷଣା କରୁଛି।’


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?