Posted inଖେଳ

ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ୍‌ ବାଧ୍ୟତାମୂଳକ ହେଉ

ନୂଆଦିଲ୍ଲୀ, ୪ା୧୧(ପି.ଟି.)-ପ୍ରଫେସନାଲ ସ୍ତରରେ ଖେଳିବାବେଳେ ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କ ମୁଣ୍ଡରେ ବଲ୍‌ ବାଜିବା ଦୃଶ୍ୟର ଏକ ଭିଡିଓ ସେ ଶେୟାର କରିଛନ୍ତି। ରନଆଉଟ କରିବା ଲାଗି କିଙ୍ଗ୍ସ ଇଲେଭେନ ପଞ୍ଜାବ ଫିଲ୍ଡର ନିକୋଲାସ ପୁରନ ଷ୍ଟ୍ରାଇକର୍ସ ଏଣ୍ଡ୍‌କୁ ବଲ୍‌ ଫିଙ୍ଗୁ ଥିବାବେଳେ ତାହା ବ୍ୟାଟ୍ସମ୍ୟାନଙ୍କୁ ଆଘାତ ଦେଇଥିଲା। ଏହି ଭିଡ଼ିଓଟି ପ୍ରକୃତରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଅଫିସିଆଲ ଓ୍ବେବସାଇଟ୍‌ରେ ପୋଷ୍ଟ ହୋଇଥିଲା। ବଲ୍‌ ବାଜିବା ପରେ ଶଙ୍କର ତଳେ ପଡ଼ିଯାଇଥିଲେ। ଫିଜିଓ ତାଙ୍କ ନିକଟକୁ ଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ସୌଭାଗ୍ୟବଶତଃ ୨୯ବର୍ଷୀୟ ବ୍ୟାଟ୍ସମ୍ୟାନ ସେତେବେଳେ ଏକ ହେଲମେଟ୍‌ ପିନ୍ଧିଥିଲେ। ଖେଳ ଏବେ ଦ୍ରୁତତର ହୋଇଛି। କିନ୍ତୁ ଖେଳାଳିଙ୍କୁ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ୨୦୧୪ ନଭେମ୍ବରରେ ଏକ ଘରୋଇ ମ୍ୟାଚ୍‌ ବେଳେ ସିନ୍‌ ଆବଟଙ୍କ ଏକ ବାଉନ୍ସରରେ ଆଘାତପ୍ରାପ୍ତ ହୋଇ ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ଫିଲିପ ହ୍ୟୁଗ୍ସଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଖେଳାଳିଙ୍କ ସୁରକ୍ଷାକୁ ନେଇ ବିତର୍କ ହୋଇଥିଲା। ବଲ୍‌ ୨୫ ବର୍ଷୀୟ କ୍ରିକେଟରଙ୍କ ବେକ ତଳେ ବାଜିଥିଲା। ଫଳରେ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁରକ୍ଷିତ କରିବା ଲାଗି ହେଲମେଟ୍‌ ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇଥିଲା। ତେନ୍ଦୁଲକର ଏହି ଭିଡିଓଟିକୁ ବିସିସିଆଇ, କ୍ରିକେଟ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ ସମେତ ସମସ୍ତ କ୍ରିକେଟ ବୋର୍ଡ ସହିତ ଯୋଡ଼ିଛନ୍ତି। ସେ ତାଙ୍କର ଅନ୍ୟ ଏକ ଟୁଇଟ୍‌ରେ ବର୍ତ୍ତମାନର ଭାରତୀୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଯୋଡ଼ିଛନ୍ତି। ଏକ ପୁରୁଣା ଘଟଣାକୁ ସେ ମନେ ପକାଇଛନ୍ତି। ସେତେବେଳେ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ସୁନିଲ ଗାଭାସ୍କରଙ୍କ ଏକ ଫୁଲ୍‌ଟସ୍‌ ବଲ୍‌ ଶାସ୍ତ୍ରୀଙ୍କ ମୁଣ୍ଡରେ ବାଜିଥିଲା। ବଲ୍‌ଟି ଟପ୍‌ ଏଜ୍‌ ହୋଇ ନ ଥିଲେ ହୁଏତ ସେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା: ବାସନକୁସନ-ପୋଷାକ ବାବଦକୁ ମିଳିବ…

ଭୁବନେଶ୍ୱର,୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

କଂଗ୍ରେସର ‘ବନ୍ଦେ ମାତରମ’ ଭିଡିଓକୁ ନେଇ ବର୍ଷିଲେ କଙ୍ଗନା, ପାକିସ୍ତାନ ସହ ତୁଳନା କରି କହିଲେ…

ନୂଆଦିଲ୍ଲୀ, ୧୮।୮: ହିମାଚଳ ପ୍ରଦେଶର ମଣ୍ଡିରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରଣାୱତ କଂଗ୍ରେସ ନେତୃତ୍ୱ ଉପରେ ବଡ଼ ବୟାନ ଦେଇଛନ୍ତି। ଅଗଷ୍ଟ ୧୫…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri