‘ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ ହେଉ’

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ମଙ୍ଗଳବାର ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ମହାସଂଘ କର୍ମକର୍ତ୍ତା କହିଛନ୍ତି, ସ୍କୁଲରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବିନା ଗୁଣାତ୍ମକ ଶିକ୍ଷାର ପରିକଳ୍ପନା କରିବା ଅସମ୍ଭବ। ୨୦୧୪ରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ୪ହଜାରୁ ଊର୍ଦ୍ଧ୍ୱ ହାଇସ୍କୁଲରେ କମ୍ପ୍ୟୁଟର ଲାବ୍‌ ପ୍ରତିଷ୍ଠା ସହ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ କରିଥିଲେ। କିନ୍ତୁ ୨୦୧୯ରେ ଓପେପା ପ୍ରକଳ୍ପ ବନ୍ଦ ହେବା ପରେ ସେହି ଶିକ୍ଷକମାନଙ୍କୁ ଛଟେଇ କରାଯାଇଛି। କମ୍ପ୍ୟୁଟର ଲ୍ୟାବ୍‌ଗୁଡ଼ିକରେ ମଧ୍ୟ ତାଲା ପଡ଼ିଛି। ସରକାରୀ ସ୍କୁଲରେ ଶିକ୍ଷାର ମାନ କମିଯାଉଥିବାରୁ ଅଭିଭାବକମାନେ ବାଧ୍ୟହୋଇ ଘରୋଇ ସ୍କୁଲମୁହାଁ ହେଉଛନ୍ତି। ଗତ ୫ବର୍ଷ ମଧ୍ୟରେ ପ୍ରାୟ ୩୫% ସରକାରୀ ବିଦ୍ୟାଳୟ ପିଲା ବେସରକାରୀ ସ୍କୁଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। କମ୍ପ୍ୟୁଟର ଲାବ୍‌ ନ ଖୋଲି ଶିକ୍ଷାଦାନ ବନ୍ଦ କଲେ ଲକ୍ଷ ଲକ୍ଷ ପିଲା ଗୁଣାତ୍ମକ ଶିକ୍ଷlରୁ ବଞ୍ଚତ୍ତ ହେବେ। ପିଲାମାନେ ତାଙ୍କ ମୌଳିକ ଅଧିକାରରୁ ବଞ୍ଚତ୍ତ ହେଉଥିବାରୁ ମହାସଂଘ ପ୍ରତିବାଦ ଜଣାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି।
ଆନ୍ଦୋଳନରେ ଅଭିଭାବକ ମହାସଂଘ କର୍ମକର୍ତ୍ତାମାନଙ୍କ ସହିତ ସରକାରୀ ସ୍କୁଲର ଅଭିଭାବକ, ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ସାମିଲ ହୋଇ ଥାଳି ଚାମଚ ବାଡ଼େଇ ଅଭିନବ ପ୍ରତିବାଦ କରିବା ସହ ସ୍ଲୋଗାନ ଦେଇଥିଲେ। ସରକାର ‘ମୋ ସ୍କୁଲ’ ଯୋଜନାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅର୍ଥ ବରାଦ କରିଛନ୍ତି। ତେଣୁ ଏହି ଯୋଜନାରେ କମ୍ପ୍ୟୁଟର ଶିକ୍ଷାକୁ ସାମିଲ କରିବା ସହ ଲାବ୍‌ଗୁଡ଼ିକ ଖୋଲି ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ଦିଅନ୍ତୁ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଦାବି କରିଛନ୍ତି। ପ୍ରସନ୍ନ ବିଶୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପ୍ରଦୀପ୍ତ ମିଶ୍ର, ଅଶୋକ ପାଇକରାୟ, ଭୂମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜାଙ୍କ ସମେତ କମ୍ପ୍ୟୁଟର ଶିକ୍ଷକ ନେତ୍ରୀ ଦୀପିକା ମଞ୍ଜରୀ ମିଶ୍ରଙ୍କ ସମେତ ୧୫୦୦ରୁ ଊର୍ଦ୍ଧ୍ୱ ଅଭିଭାବକ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଙ୍ଗୀ ଶାଳଗାଁ ନିକଟରେ ରେଳ ଦୁର୍ଘଟଣା

କଟକ ଅଫିସ୍‌,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ସହିତ ମାଲଗାଡି ଧକ୍କା ହୋଇଛି। ଗୁରୁବାର ସକାଳ ୭ଟାରେ କଟକର ଟାଙ୍ଗୀ ଶାଳଗାଁ ନିକଟରେ ଏହି ଦୁର୍ଘଟଣା...

ବାଇକ ଚଳାଇ ସଚେତନ କଲେ ଟ୍ରାଫିକ ଡିସିପ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ଆରମ୍ଭ ହୋଇଛି ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଶନିବାର ଭୁବନେଶ୍ୱର ଏଜି ଛକ ନିକଟ ଟ୍ରାଫିକ ଥାନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି...

୨ଟି ଆସନରେ ବିଜେଡିର ବାଜିମାତ୍‌

ବରଗଡ଼ ଅଫିସ,୨୭ା୨: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ତେବେ ଗଣତି...

ଯୁବତୀଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ୩୪ ଲକ୍ଷ ଠକେଇ, ଯୁବ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୧୦ା୯(ସୂର୍ଯ୍ୟକାନ୍ତ ବେହେରା)ଜଣେ ଯୁବତୀଙ୍କ ନାଁରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ଆଳରେ ଯୁବକଙ୍କୁ ୩୪ ଲକ୍ଷ ଠକି ନେଇଛନ୍ତି ଜଣେ ଯୁବ ଇଞ୍ଜିନିୟର। ଏନେଇ...

ଅମରେଶ ହତ୍ୟା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଅମରେଶ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଉ ୩ଜଣଙ୍କୁ ଶନିବାର ପୋଲିସ ଗିରଫ କରିଛି। ସେମାନେ ହେଲେ ସୁନ୍ଦରପଦାର ରଘୁ, ବବୁଲ...

ଦାରୁବିଗ୍ରହଙ୍କୁ ଲାଗି ହେଲା ତୁଳସୀ

ପୁରୀ ଅଫିସ, ୧୮ା୬: ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଠାକୁରଙ୍କ...

ବାହାନଗା ପଞ୍ଚାୟତ ସମିତି ବୈଠକ: ଫାଇଲିନ୍‌ ଟଙ୍କା ଖର୍ଚ୍ଚ ନେଇ ହୋହାଲ୍ଲା

ବାହାନଗା, ୭ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ ସଭ୍ୟାସଭ୍ୟମାନେ ଫାଇଲିନ୍‌ ବାବଦକୁ ଆସିଥିବା ୭୦...

ଅନନ୍ତ ବାସୁଦେବ ମନ୍ଦିର ପରିସରରେ ବେଆଇନ ନିର୍ମାଣ : ବିରୋଧ କରିବାରୁ ଏଏସ୍‌ଆଇ କର୍ମଚାରୀଙ୍କୁ ନାଲିଆଖି

ପୁରୁଣା ଭୁବନେଶ୍ୱର,୧୯।୭(ଡି.ଏନ.ଏ.) : ଏକାମ୍ର କ୍ଷେତ୍ରର ବିଭିନ୍ନ ମଠ ମନ୍ଦିର ନିକଟରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର...

Advertisement
Archives

Model This Week