Posted inଫୁରସତ

ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ମାଜୁଲି

ଇତିହାସର ଅନେକ ସ୍ମୃତି ଏବଂ ସଂସ୍କୃତିକୁ ଆଜିଯାଏ ନିଜ ଭିତରେ ସାଇତି ରଖିଥିବା ମାଜୁଲି ହେଉଛି ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ। ଏଥିସହିତ ଏହା ଆସାମର ଏକ ସବୁଠୁ ବଡ଼ ଆକର୍ଷଣ। ତେବେ ମାଜୁଲି କେବଳ ଏକ ନଦୀରୁ ସୃଷ୍ଟି ହୋଇଥିବା ଦ୍ୱୀପ ଭାବେ ପରିଚିତ ତାହା ନୁହେଁ ବରଂ ଆସାମରେ ବୈଷ୍ଣବ ଧର୍ମର
ପ୍ରଚାର ପ୍ରସାର କରାଇଥିବା ଏକ ଧାର୍ମିକ ପୀଠ ଭାବେ ମଧ୍ୟ ସୁପ୍ରସିଦ୍ଧ….

ଆସାମରେ ଅବସ୍ଥିତ ମାଜୁଲି ହେଉଛି ଏକ ନଦୀ ଦ୍ୱୀପ। ବ୍ରହ୍ମପୁତ୍ର ନଦୀଦ୍ୱାରା ସୃଷ୍ଟି ହୋଇଥିବା ଏହି ଦ୍ୱୀପଟି ପୂର୍ବେ ପ୍ରାୟ ୮୮୦ ବର୍ଗ କି.ମି ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ପରବର୍ତ୍ତୀ ସମୟରେ ଏହାର କିଛି କିଛି ଅଂଶ ପୋତି ହୋଇପଡିବାରୁ ବର୍ତ୍ତମାନ ଏହାର ସୀମା ମାତ୍ର ୫୫୩ ବର୍ଗ କି.ମିରେ ସୀମିତ ରହିଛି। ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ ମାଜୁଲିର ଆକାର ଛୋଟ ହୋଇପାରେ ସତ କିନ୍ତୁ ଏହାର ପ୍ରାକୃତିକ ସୁନ୍ଦରତା ନିମିଷକରେ କାହାକୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ। ତା’ଛଡ଼ା ଏଠାରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଏପରିକି ଶୀତଦିନେ ଏଠାରେ ବିଭିନ୍ନ କିସମର ପକ୍ଷୀମାନଙ୍କୁ ଦେଖିବା ମଧ୍ୟ ନିଆରା ଆନନ୍ଦ ଦେଇଥାଏ ଆଗନ୍ତୁକଙ୍କୁ। ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳେ।
କ’ଣ ଦେଖିବେ
ମାଜୁଲିର ସଂସ୍କୃତି ବେଶ୍‌ ଅନନ୍ୟ। ବର୍ଷସାରା ଏଠାରେ ବିଭିନ୍ନ ପ୍ରକାରର ଉତ୍ସବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ପର୍ଯ୍ୟଟକ ଚାହିଁଲେ ଏହି ଉତ୍ସବକୁ ଦେଖି କିଛିଟା ନିଆରା ଅନୁଭୂତି ହାସଲ କରିପାରିବେ। ତା’ଛଡ଼ା ମାଜୁଲିକୁ କେହି କେହି ପକ୍ଷୀମାନଙ୍କର ସ୍ବର୍ଗ ବୋଲି ବି କହିଥାନ୍ତି। କାରଣ ଏଠାରେ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଏପରିକି ଶୀତ ଆରମ୍ଭ ହେବା ମାତ୍ରେ ଦେଶବିଦେଶରୁ ବହୁ ଭ୍ରମଣାଗତ ପକ୍ଷୀ ଏଠାକୁ ଉଡ଼ି ଆସି ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ କରି ଦେଇଥାନ୍ତି। ତେଣୁ ପକ୍ଷୀପ୍ରିୟ ଆଗନ୍ତୁକଙ୍କ ପାଇଁ ଶୀତଦିନେ ଏଠାକୁ ବୁଲିଯିବା ସବୁଠୁ ଅନୁକୂଳ ହୋଇଥାଏ। ସେହିପରି କୁହାଯାଏ, ମାଜୁଲିରେ କେତେକ ଛୋଟ ଛୋଟ ମଠ ଆଦି ବି ରହିଛି; ଯେଉଁଠାକୁ ବୁଲିଯାଇ ପର୍ଯ୍ୟଟକ ଅନେକ କିଛି ଅଜଣା ଅନୁଭୂତିକୁ ନିଜ ସାଙ୍ଗେ ଆଣିବା ସହ ସ୍ଥାନୀୟ ସଂସ୍କୃତିକୁ ନିକଟରୁ ଜାଣିବାର ସୁଯୋଗ ଲଭିପାରିବେ।
ଫିଶିଂର ମଜା ନିଆରା
ଯେହେତୁ ଏହା ଏକ ଦ୍ୱୀପ ଏବଂ ଏହା ପାର୍ଶ୍ୱ ଦେଇ ନଦୀ ପ୍ରବାହିତ ହେଉଛି, ତେଣୁ ଏଠାରେ ମାଛ ଧରିବା ଏକ ସାଧାରଣ କଥା। ଏପରିକି ପର୍ଯ୍ୟଟକ ବି ଚାହିଁଲେ ଏଠାରେ ଫିଶିଂ ବା ମାଛ ଧରିବାର ନିଆରା ଆନନ୍ଦ ବି ନେଇପାରିବେ। ଯେଉଁମାନେ ଫିଶିଂ କରିବା ଜାଣି ନାହାନ୍ତି ସେମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦେବାର ବ୍ୟବସ୍ଥା ବି ଏଠାରେ ଉପଲବ୍ଧ।
ସେରାମିକ୍‌ ପାତ୍ର ଏବଂ ହ୍ୟାଣ୍ଡଲୁମ୍‌ ବସ୍ତ୍ରର ରହିଛି ଆଦର
ମାଜୁଲିର ଅଧିବାସୀ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। ଧାନଚାଷ ହେଉଛି ଏଠାକାର ମୁଖ୍ୟ ଚାଷ। ସୂଚନାନୁଯାୟୀ, ଏଠାରେ କୁଆଡ଼େ ପ୍ରାୟ ୧୦୦ କିସମର ଧାନ ଚାଷ ହୋଇଥାଏ। ସେହିପରି ମାଛ ଧରିବା ବି ଏଠାକାର ଅନ୍ୟତମ ବେଉସା। କ୍ଲେ ତଥା ସେରାମିକ୍‌ରେ ପାତ୍ର ଗଢିବା ଏବଂ ହ୍ୟାଣ୍ଡଲୁମ୍‌ ବସ୍ତ୍ର ତିଆରି କରିବାରେ ବି ସ୍ଥାନୀୟ ଲୋକେ ବେଶ୍‌ ପାରଙ୍ଗମ। ପର୍ଯ୍ୟଟକ ଚାହିଁଲେ ଏଠାରୁ ସୁଲଭ ଦରରେ ଏହି ସବୁ ଜିନିଷ କିଣିଆଣି ପାରିବେ।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାକୁ ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ନଭେମ୍ବରରୁ ମାର୍ଚ୍ଚ ହେଉଛି ମାଜୁଲିକୁ ବୁଲିଯିବା ପାଇଁ ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ମାଜୁଲିକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଆସାମର ଜୋରହାଟ୍‌ଠାରୁ ପ୍ରାୟ ୨୦ କି.ମି ଦୂରରେ ଥିବା ମାଜୁଲିକୁ ଯିବାପାଇଁ ହେଲେ ପର୍ଯ୍ୟଟକଙ୍କୁ ବସ୍‌ କିମ୍ବା ଟ୍ୟାକ୍ସି ଯୋଗେ ପ୍ରଥମେ ନିମତି ଘାଟ୍‌ରେ ପହଞ୍ଚତ୍ବାକୁ ପଡିବ। ତା’ପରେ ସେଠାରୁ ସ୍ବତନ୍ତ୍ର ବୋଟ୍‌ ଯୋଗେ ନଦୀ ପାର୍‌ ହୋଇ ମାଜୁଲିରେ ପହଞ୍ଚତ୍ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri