Posted inଫୁରସତ

ସାଂସ୍କୃତିକ ପର୍ଯ୍ୟଟନସ୍ଥଳୀ ମାଜୁଲି

ଇତିହାସର ଅନେକ ସ୍ମୃତି ଏବଂ ସଂସ୍କୃତିକୁ ଆଜିଯାଏ ନିଜ ଭିତରେ ସାଇତି ରଖିଥିବା ମାଜୁଲି ହେଉଛି ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ। ଏଥିସହିତ ଏହା ଆସାମର ଏକ ସବୁଠୁ ବଡ଼ ଆକର୍ଷଣ। ତେବେ ମାଜୁଲି କେବଳ ଏକ ନଦୀରୁ ସୃଷ୍ଟି ହୋଇଥିବା ଦ୍ୱୀପ ଭାବେ ପରିଚିତ ତାହା ନୁହେଁ ବରଂ ଆସାମରେ ବୈଷ୍ଣବ ଧର୍ମର
ପ୍ରଚାର ପ୍ରସାର କରାଇଥିବା ଏକ ଧାର୍ମିକ ପୀଠ ଭାବେ ମଧ୍ୟ ସୁପ୍ରସିଦ୍ଧ….

ଆସାମରେ ଅବସ୍ଥିତ ମାଜୁଲି ହେଉଛି ଏକ ନଦୀ ଦ୍ୱୀପ। ବ୍ରହ୍ମପୁତ୍ର ନଦୀଦ୍ୱାରା ସୃଷ୍ଟି ହୋଇଥିବା ଏହି ଦ୍ୱୀପଟି ପୂର୍ବେ ପ୍ରାୟ ୮୮୦ ବର୍ଗ କି.ମି ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ପରବର୍ତ୍ତୀ ସମୟରେ ଏହାର କିଛି କିଛି ଅଂଶ ପୋତି ହୋଇପଡିବାରୁ ବର୍ତ୍ତମାନ ଏହାର ସୀମା ମାତ୍ର ୫୫୩ ବର୍ଗ କି.ମିରେ ସୀମିତ ରହିଛି। ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ ମାଜୁଲିର ଆକାର ଛୋଟ ହୋଇପାରେ ସତ କିନ୍ତୁ ଏହାର ପ୍ରାକୃତିକ ସୁନ୍ଦରତା ନିମିଷକରେ କାହାକୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ। ତା’ଛଡ଼ା ଏଠାରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଏପରିକି ଶୀତଦିନେ ଏଠାରେ ବିଭିନ୍ନ କିସମର ପକ୍ଷୀମାନଙ୍କୁ ଦେଖିବା ମଧ୍ୟ ନିଆରା ଆନନ୍ଦ ଦେଇଥାଏ ଆଗନ୍ତୁକଙ୍କୁ। ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳେ।
କ’ଣ ଦେଖିବେ
ମାଜୁଲିର ସଂସ୍କୃତି ବେଶ୍‌ ଅନନ୍ୟ। ବର୍ଷସାରା ଏଠାରେ ବିଭିନ୍ନ ପ୍ରକାରର ଉତ୍ସବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ପର୍ଯ୍ୟଟକ ଚାହିଁଲେ ଏହି ଉତ୍ସବକୁ ଦେଖି କିଛିଟା ନିଆରା ଅନୁଭୂତି ହାସଲ କରିପାରିବେ। ତା’ଛଡ଼ା ମାଜୁଲିକୁ କେହି କେହି ପକ୍ଷୀମାନଙ୍କର ସ୍ବର୍ଗ ବୋଲି ବି କହିଥାନ୍ତି। କାରଣ ଏଠାରେ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଏପରିକି ଶୀତ ଆରମ୍ଭ ହେବା ମାତ୍ରେ ଦେଶବିଦେଶରୁ ବହୁ ଭ୍ରମଣାଗତ ପକ୍ଷୀ ଏଠାକୁ ଉଡ଼ି ଆସି ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ କରି ଦେଇଥାନ୍ତି। ତେଣୁ ପକ୍ଷୀପ୍ରିୟ ଆଗନ୍ତୁକଙ୍କ ପାଇଁ ଶୀତଦିନେ ଏଠାକୁ ବୁଲିଯିବା ସବୁଠୁ ଅନୁକୂଳ ହୋଇଥାଏ। ସେହିପରି କୁହାଯାଏ, ମାଜୁଲିରେ କେତେକ ଛୋଟ ଛୋଟ ମଠ ଆଦି ବି ରହିଛି; ଯେଉଁଠାକୁ ବୁଲିଯାଇ ପର୍ଯ୍ୟଟକ ଅନେକ କିଛି ଅଜଣା ଅନୁଭୂତିକୁ ନିଜ ସାଙ୍ଗେ ଆଣିବା ସହ ସ୍ଥାନୀୟ ସଂସ୍କୃତିକୁ ନିକଟରୁ ଜାଣିବାର ସୁଯୋଗ ଲଭିପାରିବେ।
ଫିଶିଂର ମଜା ନିଆରା
ଯେହେତୁ ଏହା ଏକ ଦ୍ୱୀପ ଏବଂ ଏହା ପାର୍ଶ୍ୱ ଦେଇ ନଦୀ ପ୍ରବାହିତ ହେଉଛି, ତେଣୁ ଏଠାରେ ମାଛ ଧରିବା ଏକ ସାଧାରଣ କଥା। ଏପରିକି ପର୍ଯ୍ୟଟକ ବି ଚାହିଁଲେ ଏଠାରେ ଫିଶିଂ ବା ମାଛ ଧରିବାର ନିଆରା ଆନନ୍ଦ ବି ନେଇପାରିବେ। ଯେଉଁମାନେ ଫିଶିଂ କରିବା ଜାଣି ନାହାନ୍ତି ସେମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦେବାର ବ୍ୟବସ୍ଥା ବି ଏଠାରେ ଉପଲବ୍ଧ।
ସେରାମିକ୍‌ ପାତ୍ର ଏବଂ ହ୍ୟାଣ୍ଡଲୁମ୍‌ ବସ୍ତ୍ରର ରହିଛି ଆଦର
ମାଜୁଲିର ଅଧିବାସୀ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। ଧାନଚାଷ ହେଉଛି ଏଠାକାର ମୁଖ୍ୟ ଚାଷ। ସୂଚନାନୁଯାୟୀ, ଏଠାରେ କୁଆଡ଼େ ପ୍ରାୟ ୧୦୦ କିସମର ଧାନ ଚାଷ ହୋଇଥାଏ। ସେହିପରି ମାଛ ଧରିବା ବି ଏଠାକାର ଅନ୍ୟତମ ବେଉସା। କ୍ଲେ ତଥା ସେରାମିକ୍‌ରେ ପାତ୍ର ଗଢିବା ଏବଂ ହ୍ୟାଣ୍ଡଲୁମ୍‌ ବସ୍ତ୍ର ତିଆରି କରିବାରେ ବି ସ୍ଥାନୀୟ ଲୋକେ ବେଶ୍‌ ପାରଙ୍ଗମ। ପର୍ଯ୍ୟଟକ ଚାହିଁଲେ ଏଠାରୁ ସୁଲଭ ଦରରେ ଏହି ସବୁ ଜିନିଷ କିଣିଆଣି ପାରିବେ।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାକୁ ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ନଭେମ୍ବରରୁ ମାର୍ଚ୍ଚ ହେଉଛି ମାଜୁଲିକୁ ବୁଲିଯିବା ପାଇଁ ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ସେହିପରି ମାଜୁଲିକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଆସାମର ଜୋରହାଟ୍‌ଠାରୁ ପ୍ରାୟ ୨୦ କି.ମି ଦୂରରେ ଥିବା ମାଜୁଲିକୁ ଯିବାପାଇଁ ହେଲେ ପର୍ଯ୍ୟଟକଙ୍କୁ ବସ୍‌ କିମ୍ବା ଟ୍ୟାକ୍ସି ଯୋଗେ ପ୍ରଥମେ ନିମତି ଘାଟ୍‌ରେ ପହଞ୍ଚତ୍ବାକୁ ପଡିବ। ତା’ପରେ ସେଠାରୁ ସ୍ବତନ୍ତ୍ର ବୋଟ୍‌ ଯୋଗେ ନଦୀ ପାର୍‌ ହୋଇ ମାଜୁଲିରେ ପହଞ୍ଚତ୍ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?