ନେପାଳରେ ଶାସକ ମେଣ୍ଟକୁ ସଂଖ୍ୟାଗରିଷ୍ଠତା

କାଠମାଣ୍ଡୁ,୨୮ା୧୧: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ନେତୃତ୍ୱାଧୀନ ନେପାଳୀ କଂଗ୍ରେସକୁ ରବିବାର ସଂଖ୍ୟାଗରିଷ୍ଠତା ମିଳିଛି। ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ ଦଳ ୫୩ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଫଳରେ ପଡ଼ୋଶୀ ଦେଶରେ ଲାଗିରହିଥିବା ରାଜନୈତିକ ସଙ୍କଟ ଦୂର ହେବା ନେଇ ଆଶା ଉଜ୍ଜିବୀତ ହୋଇଛି। ନେପାଳ ପାର୍ଲାମେଣ୍ଟ ପ୍ରତିନିଧି ସଭା ଏବଂ ୭ ପ୍ରାଦେଶିକ ବିଧାନସଭା ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୋମବାର ଗଣତି ଆରମ୍ଭ ହୋଇଥିଲା, ଯାହାର ଫଳାଫଳ ରବିବାର ଆସିଛି।

ନେପାଳୀ କଂଗ୍ରେସ ୫୩ ଆସନ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବାବେଳେ ବିରୋଧୀ ନେପାଳ (ୟୁନିଫାଏଡ୍‌ ମାର୍କ୍ସବାଦୀ-ଲେନିନବାଦୀ) (ସିପିଏନ୍‌-ୟୁଏମ୍‌ଏଲ୍‌)କୁ ୪୨ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟପକ୍ଷେ ସିପିଏନ୍‌-ମାଓଇଷ୍ଟ୍‌ ୧୭ ଆସନ ଦଖଲ କରି ତୃତୀୟ ବୃହତ୍‌ ଦଳର ମାନ୍ୟତା ଲାଭ କରିଛି। ସିପିଏନ୍‌-ୟୁନିଫାଏଡ୍‌ ସୋସିଆଲିଷ୍ଟକୁ ୧୦ ଆସନ ମିଳିଛି। ନବଗଠିତ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ଏବଂ ହିନ୍ଦୁ ସପକ୍ଷବାଦୀ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ପ୍ରାର୍ଥୀ ୭ଟି ଲେଖାଏ ଆସନ ଦଖଲ କରିଛନ୍ତି। ସ୍ବାଧୀନ ଓ ଅନ୍ୟ ଛୋଟ ଦଳଗୁଡ଼ିକ ୨୧ ଆସନରେ ବିଜୟୀ ହୋଇଛନ୍ତି। ୨୭୫ ଆସନ ବିଶିଷ୍ଟ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ୧୬୫ ଆସନରେ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। ସେଥିରୁ ୮ ଆସନର ଫଳାଫଳକୁ ଅପେକ୍ଷା କରାଯାଇଛି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୩୮ ହୋଇଥିବାବେଳେ ୫ ଦଳକୁ ନେଇ ଗଠିତ ଶାସକ ମେଣ୍ଟକୁ ୮୫ ଆସନରେ ସଫଳତା ମିଳିଛି। ଏଥିସହ ଶାସକ ମେଣ୍ଟ ପୁଣି ଥରେ ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ପ୍ରଧାନମନ୍ତ୍ରୀ ଦେଉବାଙ୍କ ସମେତ ୩ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ପୁଷ୍ପକମଳ ଦହଲ ପ୍ରଚଣ୍ଡ ଓ ମାଧବ ନେପାଳ ମଧ୍ୟ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡା-ଛେଳି ବିକ୍ରି ହେବ ବନ୍ଦ !

ଜେନେଭା/ନୂଆଦିଲ୍ଲୀ,୧୩।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ଆର୍‌ଟି-ପିସିଆର୍‌ ପରୀକ୍ଷାରେ କରୋନା ଭୁତାଣୁକୁ ଚିହ୍ନବା ସମ୍ଭବ ହେଉନାହିଁ।...

ଆମେରିକା ଯାତ୍ରା କରିପାରିବେ ବିଦେଶୀ…

ଓ୍ବାଶିଂଟନ,୧୩।୧୦: ଏବେ ବିଦେଶୀ ଯାତ୍ରୀ ଆମେରିକା ଯାତ୍ରା କରିପାରିବେ। ୧୯ ମାସ ପରେ ଆମେରିକା କରୋନା ଯୋଗୁ ଜାରି ହୋଇଥିବା କଟକଣାକୁ କୋହଳ କରିଛି। କରୋନା...

ପୃଥିବୀର ବିରଳ ଉପାଦାନ ଉପରେ ଚାଇନା ପ୍ରାଧାନ୍ୟ ବୃଦ୍ଧି ନେଇ ବିପଦ ଆଶଙ୍କା: ଚିନ୍ତାରେ ଆମେରିକା…

ବେଜିଂ/ଓ୍ବାଶିଂଟନ,୨୩।୧ : ପୃଥିବୀର ବିରଳ ଉପାଦାନ ବଜାରରେ ଚାଇନାର ବଢୁଥିବା ପ୍ରାଧାନ୍ୟ ଆମେରିକା ସମେତ ଅନେକ ବଡ ଦେଶର ଚିନ୍ତାକୁ ବଢ଼ାଇ ଦେଇଛି। ରିପୋର୍ଟ ଅନୁଯାୟୀ,...

ମାଗଣା ଟିକେଟ୍‌ ପାଇଁ ଦଳାଚକଟା: ୧୫ ମୃତ

ଆଣ୍ଟାନାନାରିଭୋ,୨୭।୬: ମାଡାଗାସ୍କରର ମହାମାସିନା ଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳନ ଅବସରରେ ଦଳଚକଟା ହେବାରୁ ଅତି କମ୍‌ରେ ୧୫ ଜଣଙ୍କ ମୃତ୍ୟୁ ହେବା ସହ ୭୫ରୁ ଊର୍ଦ୍ଧ୍ୱ...

କଶ୍ମୀରରୁ କଟକଣା ଉଠାଇବାକୁ ଆମେରିକା କଂଗ୍ରେସରେ ପ୍ରସ୍ତାବ

ଓ୍ବାଶିଂଟନ,୯ା୧୨: ଜମ୍ମୁ-କଶ୍ମୀରରେ ଯୋଗାଯୋଗ ଉପରେ ଲାଗୁ ହୋଇଥିବା କଟକଣା ତୁରନ୍ତ ହଟାଇବା ସହ ଧର୍ମୀୟ ସ୍ବାଧୀନତା ବଜାୟ ରଖିବା ପାଇଁ ଭାରତକୁ ଅନୁରୋଧ କରିବା ନିମନ୍ତେ...

୨୪୦ ଚକା ବିଶିଷ୍ଟ ଟ୍ରକ୍‌ରେ ବୁହାହୋଇ ବନ୍ଦରରେ ପହଞ୍ଚିଲା ଜାକି ଚାନ୍‌ଙ୍କ ସୁପରୟାଚ୍‌: ଦାମ୍‌ ୩୧୫ କୋଟି

ବେଜିଂ,୧୫।୭: ଚାଇନାର ମାର୍ଶାଲ ଆର୍ଟ ଅଭିନେତା ଜାକି ଚାନ୍‌ଙ୍କ ସୁପରୟାଚ୍‌ ସ୍ଥାନୀୟ ଜିଙ୍ଗଲୋଗ୍‌ ସ୍ଥିତ ବନ୍ଦରରେ ପହଞ୍ଚିଛି। ଏହାକୁ ୨୪୦ ଚକା ବିଶିଷ୍ଟ ଟ୍ରକ୍‌ ଦ୍ୱାରା...

ଆମେରିକାରେ ଭାରତୀୟଙ୍କ ଦେବଦୂତ ସାଜିଛନ୍ତି ପ୍ରମିତ

ଓ୍ବାଶିଂଟନ,୨୪।୩: ଆମେରିକାର ଇଣ୍ଡୋୟୁଏସ୍‌ ହେଲ୍‌ଥ ଇନିସିଏଟିଭର କୋ-ଫାଉଣ୍ଡର ଭାରତୀୟ ମୂଳ ବାସିନ୍ଦା ପ୍ରମିତ ମାକୋଡେ ଆମେରିକାର କରୋନା ସହ ଲଢୁଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛନ୍ତି।...

ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଭାରତ ସମର୍ଥନରେ ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ବାଶିଂଟନ୍‌,୧୭।୨: ଆମେରିକାର ଦୁଇ ସାଂସଦ ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଥିବା ଦ୍ୱିପାକ୍ଷିକ ବିଲ ଆଗତ କରିଛନ୍ତି। ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର...

Advertisement
Archives

Model This Week