Posted inଖେଳ

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ। ୨୦୨୬ ଟି-୨୦ ବିଶ୍ୱକପରେ ଭାରତକୁ ଚାମ୍ପିଅନ କରାଇବା ପରେ ମଧ୍ୟ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। ଏହା ପରେ ଶ୍ରେୟସ ଆୟରଙ୍କୁ ଟି-୨୦ ଦଳର ନୂଆ ଅଧିନାୟକ କରାଯାଇଛି।
ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ ସହ ଆଲୋଚନା ସମୟରେ ସୂର୍ଯ୍ୟକୁମାର ଏହି ପୂରା ଘଟଣାକ୍ରମ ନେଇ ନିଜ ମନର କଥା କହିଛନ୍ତି।

ସୂର୍ଯ୍ୟକୁମାର ସ୍ବୀକାର କରିଛନ୍ତି ଯେ କ୍ୟାପ୍ଟେନ୍ସି ହରାଇବାର ନିଷ୍ପତ୍ତି ତାଙ୍କୁ ନିରାଶ କରିଥିଲା। ତାଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରୁଥିବା ଏବଂ ବଡ଼ ଟୁର୍ନାମେଣ୍ଟ ଜିତୁଥିବା ସମୟରେ ହଠାତ୍‌ ନେତୃତ୍ୱରେ ପରିବର୍ତ୍ତନ ତାଙ୍କ ପାଇଁ ସହଜ ନଥିଲା। ତେବେ ସେ ଏହି ନିଷ୍ପତ୍ତି ଉପରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଚୟନକର୍ତ୍ତାମାନଙ୍କ ନିଷ୍ପତ୍ତିକୁ ସମ୍ମାନ କରିବାକୁ ସେ ଚାହୁଁଥିଲେ। ତାଙ୍କ ମତରେ ଟିମ ମ୍ୟାନେଜମେଣ୍ଟ ଯେଉଁ ନିଷ୍ପତ୍ତି ନେଇଛି, ନିଶ୍ଚିତ ଭାବେ ଦଳର ହିତକୁ ଧ୍ୟାନରେ ରଖି ନେଇଥିବ।

ସୂର୍ଯ୍ୟକୁମାର କହିଛନ୍ତି ଯେ ଦଳ ଘୋଷଣା ହେବାର ପ୍ରାୟ ୨ରୁ ୩ ଦିନ ପୂର୍ବରୁ ଚୟନକର୍ତ୍ତାମାନେ ତାଙ୍କୁ ଫୋନ କରିଥିଲେ। ଏହି ଫୋନ୍‌ରେ ତାଙ୍କୁ ଆଗାମୀ ସିରିଜ ପାଇଁ ଦଳରେ ଚୟନ କରାଯିବ ନାହିଁ ବୋଲି ପୂର୍ବରୁ ଜଣାଇ ଦିଆଯାଇଥିଲା।
ଏହି ଆଲୋଚନା ସମୟରେ ସେ ଚୟନକର୍ତ୍ତାମାନଙ୍କୁ ଦଳରେ ରଖିବା ପାଇଁ କୌଣସି ଅନୁରୋଧ କରିନଥିଲେ। ନିଷ୍ପତ୍ତିକୁ ସ୍ବୀକାର କରି ଆଗକୁ ବଢ଼ିବାକୁ ସେ ନିଷ୍ପତ୍ତି ନେଇଥିଲେ।

ନୂଆ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କୁ ନେଇ ମଧ୍ୟ ସୂର୍ଯ୍ୟକୁମାର ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ ଶ୍ରେୟସଙ୍କ ସହ ସେ ଦୀର୍ଘ ସମୟ ଧରି କ୍ରିକେଟ ଖେଳିଛନ୍ତି ଏବଂ ସେ ଜଣେ ଭଲ ଖେଳାଳି ହେବା ସହ ଭଲ ଅଧିନାୟକ ମଧ୍ୟ ହୋଇପାରିବେ ବୋଲି ସେ ଜାଣନ୍ତି।
ତେଣୁ କ୍ୟାପ୍ଟେନ୍ସି ଶ୍ରେୟସଙ୍କୁ କାହିଁକି ଦିଆଗଲା, ସେଥିପାଇଁ ସୂର୍ଯ୍ୟକୁମାରଙ୍କର କୌଣସି ଅସନ୍ତୋଷ ନାହିଁ। ତାଙ୍କୁ ଅଧିକ ଯାହା କଷ୍ଟ ଦେଇଥିଲା, ତାହା ହେଉଛି ଯେଉଁ ଦଳ ସହ ସେ ଦୀର୍ଘ ସମୟ କାମ କରିଥିଲେ ଏବଂ ସଫଳତା ହାସଲ କରିଥିଲେ, ସେହି ଦଳରୁ ହଠାତ୍‌ ତାଙ୍କ ରାସ୍ତା ଅଲଗା ହୋଇଯିବା।

ଦଳରୁ ବାଦ୍‌ ପଡ଼ିବା ପରେ ମଧ୍ୟ ସୂର୍ଯ୍ୟକୁମାର ଭାଙ୍ଗି ପଡ଼ିନାହାନ୍ତି। ଭାରତୀୟ ଦଳକୁ ଫେରିବା ପାଇଁ ସେ କଠିନ ପରିଶ୍ରମ କରୁଥିବା କହିଛନ୍ତି। ତାଙ୍କ ମତରେ ନିଜ ଉପରେ ଧ୍ୟାନ ଦେଇ ପରିଶ୍ରମ ଜାରି ରଖିଲେ ସୁଯୋଗ ମିଳିବା ସମୟରେ ସବୁକିଛି ଠିକ ହୋଇପାରେ।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?