ଆଇପିଏସ୍‌ ଅଫିସର ସ୍ତରରେ ବଡଧରଣର ଅଦଳ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୧ ଜଣ ଆଇପିଏସ୍‌ ଓ ଜଣେ ଓପିଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି । ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୦୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ତାଳଚେର ଆଇଜି ଥିବା ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ଭାବେ ବଦଳି କରାଯାଇଥିବା ବେଳେ ଭଦ୍ରକ ଏସ୍‌ପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କୋରାପୁଟ ଡିଆଇଜି, ସିଫେନ ଅହମ୍ମଦଙ୍କୁ ଡିଆଇଜି ଟେକ୍ନିକାଲ, ସାର୍ଥକ ଷଡ଼ଙ୍ଗୀଙ୍କୁ ଡିଆଇଜି ଅନୁଗୋଳ, ଅବିନାଶ କୁମାର ଏସ୍‌ଏପି ଡିଆଇଜି, କେନ୍ଦ୍ରାପଡା ଏସ୍‌ପି ନୀତି ଶେଖରଙ୍କୁ ଆଡିଶନାଲ ଟିସି(ସିନ୍‌ଏଫ) ସି ଆଣ୍ଡ ଟି ବିଭାଗ, କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କୁ ସମ୍ବଲପୁର ଏସ୍‌ପିି, ଯାଜପୁର ଏସିପି ଚରଣସିଂ ମୀନାଙ୍କୁ ଭଦ୍ରକ, ରାଉରକେଲା ଏସ୍‌ପି କେ. ଶୀବା ସୁବ୍ରମନିଙ୍କୁ ଢେଙ୍କାନାଳ ଏସପି ଏବଂ ଝାରସୁଗୁଡା ଏସପି ରାହୁଲ ପିଆରଙ୍କୁ ଯାଜପୁର ଏସପି ଭାବେ ବଦଳି କରାଯାଇଛି। ସେହିପରି ବଲାଙ୍ଗୀର ଏସପି ମଧକର ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡା ଏସପି, କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କୁ ରାଉରକେଲା ଏସପି, ରାୟଗଡା ଏସପି ଶ୍ରବଣ ବିବେକ ଏମଙ୍କୁ କଳାହାଣ୍ଡି, ନବରଙ୍ଗପୁର ଏସପି କୁସଲକାର ନୀତିନ ଡଗୁଡୁଙ୍କୁ ବଲାଙ୍ଗୀର, ହେଡକ୍ୱାର୍ଟସ ଏଆଇଜି ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା, ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲିଙ୍କୁ କୋରାପୁଟ ଏସପି, ତାଳଚେର ଏସଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ, ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାଟର୍ସ, ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ସହାଏ ମୀନାଙ୍କୁ ନବରଙ୍ଗପୁର ଏସପି , ପୋଲିସ ହେଡକ୍ୱାର୍ଟସରେ ଥିବା ଅଖିଳେଶ ସିଂଙ୍କୁ ଏସଓଜି କମାଣ୍ଡାଣ୍ଟ, ସତ୍ୟାଜିତ ନାୟକଙ୍କୁ ଏସପି କମ୍ପ୍ୟୁଟର ଏବଂ ଓପିଏସ ବିକାଶ ଦାସଙ୍କୁ ଝାରସୁଗୁଡା ଏସପି ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?