ଆଇପିଏସ୍‌ ଅଫିସର ସ୍ତରରେ ବଡଧରଣର ଅଦଳ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୧ ଜଣ ଆଇପିଏସ୍‌ ଓ ଜଣେ ଓପିଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି । ଏ ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୦୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ତାଳଚେର ଆଇଜି ଥିବା ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ଭାବେ ବଦଳି କରାଯାଇଥିବା ବେଳେ ଭଦ୍ରକ ଏସ୍‌ପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କୋରାପୁଟ ଡିଆଇଜି, ସିଫେନ ଅହମ୍ମଦଙ୍କୁ ଡିଆଇଜି ଟେକ୍ନିକାଲ, ସାର୍ଥକ ଷଡ଼ଙ୍ଗୀଙ୍କୁ ଡିଆଇଜି ଅନୁଗୋଳ, ଅବିନାଶ କୁମାର ଏସ୍‌ଏପି ଡିଆଇଜି, କେନ୍ଦ୍ରାପଡା ଏସ୍‌ପି ନୀତି ଶେଖରଙ୍କୁ ଆଡିଶନାଲ ଟିସି(ସିନ୍‌ଏଫ) ସି ଆଣ୍ଡ ଟି ବିଭାଗ, କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କୁ ସମ୍ବଲପୁର ଏସ୍‌ପିି, ଯାଜପୁର ଏସିପି ଚରଣସିଂ ମୀନାଙ୍କୁ ଭଦ୍ରକ, ରାଉରକେଲା ଏସ୍‌ପି କେ. ଶୀବା ସୁବ୍ରମନିଙ୍କୁ ଢେଙ୍କାନାଳ ଏସପି ଏବଂ ଝାରସୁଗୁଡା ଏସପି ରାହୁଲ ପିଆରଙ୍କୁ ଯାଜପୁର ଏସପି ଭାବେ ବଦଳି କରାଯାଇଛି। ସେହିପରି ବଲାଙ୍ଗୀର ଏସପି ମଧକର ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡା ଏସପି, କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କୁ ରାଉରକେଲା ଏସପି, ରାୟଗଡା ଏସପି ଶ୍ରବଣ ବିବେକ ଏମଙ୍କୁ କଳାହାଣ୍ଡି, ନବରଙ୍ଗପୁର ଏସପି କୁସଲକାର ନୀତିନ ଡଗୁଡୁଙ୍କୁ ବଲାଙ୍ଗୀର, ହେଡକ୍ୱାର୍ଟସ ଏଆଇଜି ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା, ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲିଙ୍କୁ କୋରାପୁଟ ଏସପି, ତାଳଚେର ଏସଡିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ, ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ୱାଟର୍ସ, ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ସହାଏ ମୀନାଙ୍କୁ ନବରଙ୍ଗପୁର ଏସପି , ପୋଲିସ ହେଡକ୍ୱାର୍ଟସରେ ଥିବା ଅଖିଳେଶ ସିଂଙ୍କୁ ଏସଓଜି କମାଣ୍ଡାଣ୍ଟ, ସତ୍ୟାଜିତ ନାୟକଙ୍କୁ ଏସପି କମ୍ପ୍ୟୁଟର ଏବଂ ଓପିଏସ ବିକାଶ ଦାସଙ୍କୁ ଝାରସୁଗୁଡା ଏସପି ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri