Posted inଜାତୀୟ

ଭାରତରେ ବଡ଼ ବ୍ରିଜ୍‌ ଦୁର୍ଘଟଣା

ନୂଆଦିଲ୍ଲୀ,୧।୧୧: ଗୁଜରାଟର ମଛୁ ନଦୀ ଉପରେ ଥିବା ଏକ ପୁରୁଣା କେବଲ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିବାରୁ ୪୭ ପିଲାଙ୍କ ସମେତ ୧୩୪ ଜଣଙ୍କ ଜୀବନ ଯାଇଛି। କ୍ଷମତାଠାରୁ ଅଧିକ ଲୋକଙ୍କୁ ଏକସଙ୍ଗେ ଯିବାକୁ ଅନୁମତି ଦିଆଯିବାରୁ ଏଭଳି ଅଘଟଣ ଘଟିଲା ବୋଲି କୁହାଯାଉଛି। ଭାରତ ଇତିହାସରେ ଏହା ସବୁଠୁ ମର୍ମନ୍ତୁଦ ବ୍ରିଜ୍‌ ଦୁର୍ଘଟଣା। ଦେଶରେ ୧୯୭୭ରୁ ୨୦୧୭ ମଧ୍ୟରେ ହୋଇଥିବା ବ୍ରିଜ୍‌ ବିଫଳତାର ଏକ ଅନୁଧ୍ୟାନ କରାଯାଇ ‘ଷ୍ଟ୍ରକ୍ଚର ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଇଞ୍ଜିନିୟରିଂ’ ନାମକ ଏକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ ପାଇଥିଲା। ଉକ୍ତ ରିପୋର୍ଟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ କଲ୍‌ଭର୍ଟ ଏବଂ ପାଦଚଲା ବ୍ରିଜ୍‌କୁ ବାଦ୍‌ ଦେଇ ମୋଟ ୨,୧୩୦ ବ୍ରିଜ୍‌ ଆବଶ୍ୟକ ସେବା ଯୋଗାଇବାରେ ବିଫଳ ହୋଇଛି କିମ୍ବା ବିଭିନ୍ନ ସମୟରେ ଭୁଶୁଡ଼ି ପଡ଼ିଛି। ସେଥିରୁ କେତେକ ପ୍ରମୁଖ ବ୍ରିଜ୍‌ ସମ୍ପର୍କରେ ନିମ୍ନରେ ଦିଆଗଲା।
ଦାର୍ଜିଲିଂ ବ୍ରିଜ୍‌: ୨୦୧୧ ଅକ୍ଟୋବର ୨୨ରେ ଦାର୍ଜିଲିଂ ଜିଲାର ବିଜାନବାରିଠାରେ ଥିବା ଏକ ପୁରୁଣା କାଠ ଫୁଟ୍‌ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ୩୧ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେଠାରେ ଗୋର୍ଖା ଜନମୁକ୍ତି ମୋର୍ଚ୍ଚାର ବୈଠକ ଚାଲିଥିବାବେଳେ ପ୍ରବଳ ଭିଡ଼ ଯୋଗୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା।
ଅରୁଣାଚଳପ୍ରଦେଶ ଫୁଟ୍‌ବ୍ରିଜ୍‌: ୨୦୧୧ ଅକ୍ଟାବର ୨୯ରେ ଅରୁଣାଚଳପ୍ରଦେଶର କାମେଙ୍ଗ ନଦୀ ଉପରେ ଥିବା ଏକ ଫୁଟ୍‌ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ପିଲା ଥିଲେ। ଟାରି ନାମକ କୀଟ ଧରିବା ପାଇଁ ଏକସଙ୍ଗେ ୬୩ ଜଣ ବ୍ରିଜ୍‌ରେ ଚଢ଼ିବାରୁ ଏହା ଭୁଶୁଡ଼ି ପଡ଼ିଥିଲା।
ବିବେକାନନ୍ଦ ଫ୍ଲାଇଓଭର : ଉତ୍ତର କୋଲକାତାର ଏକ ବ୍ୟସ୍ତବହୁଳ ବଜାର ଅଞ୍ଚଳରେ ନିର୍ମାଣାଧୀନ ୨.୨ କିଲୋମିଟର ଦୀର୍ଘ ବିବେକାନନ୍ଦ ଫ୍ଲାଏଓଭର ବ୍ରିଜ୍‌ ୨୦୧୬ ମାର୍ଚ୍ଚ ୩୧ରେ ଭୁଶୁଡ଼ି ପଡ଼ିବାରୁ ୨୬ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ବ୍ରିଜ୍‌ କାମ ନେଇଥିବା ହାଇଦ୍ରାବାଦର ଆଇଭିଆର୍‌ସିଏଲ୍‌ କମ୍ପାନୀ ଏହାକୁ ଈଶ୍ୱରକୃତ ବୋଲି କହିଥିଲା।
ମାଜେରହାଟ ଫ୍ଲାଇଓଭର: ୨୦୧୮ ସେପ୍ଟେମ୍ବର ୪ରେ ଦକ୍ଷିଣ କୋଲକାତାରେ ଥିବା ୫୦ ବର୍ଷ ପୁରୁଣା ମାଜେରହାଟ ବ୍ରିଜ୍‌ ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨୪ ଆହତ ହୋଇଥିଲେ।
ମୁମ୍ବାଇ ଫୁଟ୍‌ ଓଭରବ୍ରିଜ୍‌ : ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଳଷ୍ଟେଶନ ନିକଟରେ ଥିବା ଫୁଟ୍‌ଓଭର ବ୍ରିଜ୍‌ ୨୦୧୯ ମାର୍ଚ୍ଚ ୧୪ରେ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବ୍ରିଜ୍‌ରେ ବ୍ୟବହୃତ ସାମଗ୍ରୀର ମାନ ହ୍ରାସ ଯୋଗୁ ଅଧିକାଂଶ ବ୍ରିଜ୍‌ ଭୁଶୁଡ଼ିଥିବା ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ବିସ୍ଫୋରଣ କିମ୍ବା ବଡ଼ ଧରଣର ଦୁର୍ଘଟଣା ମଧ୍ୟ ବ୍ରିଜ୍‌ ଭୁଶୁଡ଼ିବାର ଅନ୍ୟତମ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?