ମୁଖ୍ୟ ଡାକ୍ତରଖାନା, ମିଳୁନି ସର୍ବନିମ୍ନ ସ୍ବାସ୍ଥ୍ୟସେବା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ରେ ଜିଲା ମୁଖ୍ୟ ଡାକ୍ତରଖାନା ରହିଛି। ସହର ମଧ୍ୟରୁ ଏହି ଡାକ୍ତରଖାନାକୁ ଉଠାଇ ସେଠାରେ ନୂତନ ଭାବେ ନିର୍ମାଣ କରାଯାଇଛି। ତେବେ ପୁରୁଣା ମୁଖ୍ୟ ଡାକ୍ତରଖାନା ଭଳି ନୂତନ ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ମିଳୁ ନଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ତ ସାଧାରଣ କଥା। ଏଠାରେ ଅସ୍ଥିଶଲ୍ୟ ବିଭାଗର ଜଣେ ମଧ୍ୟ ଡାକ୍ତର ନାହାନ୍ତି। ସେହିପରି ଏଠାକୁ ଆସୁଥିବା ରୋଗୀଙ୍କୁ ସର୍ବନିମ୍ନ ସେବା ମଧ୍ୟ ମିଳିପାରୁ ନାହିଁ। ରକ୍ତ, ପରିସ୍ରା ଆଦି ପରୀକ୍ଷା ପାଇଁ ଉଦ୍ଦିଷ୍ଟ କେମିକାଲ୍ସ ଗଚ୍ଛିତ ରହୁ ନାହିଁ। ଫଳରେ ରୋଗୀଙ୍କ ବିଭିନ୍ନ ପରୀକ୍ଷା ହୋଇପାରୁ ନଥିବାରୁ ବାହାରକୁ ଯାଇ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। କେବଳ ସେତିକି ନୁହେଁ, ଅଲଟ୍ରାସାଉଣ୍ଡ୍‌, ଡାଇଲାସିସ୍‌, ଏକ୍ସରେ ଆଦି ପାଇଁ ରୋଗୀ ଅଟହଟା ହେଉଛନ୍ତି। ସେହିପରି ଉକ୍ତ ଡାକ୍ତରଖାନା ପରିସରରେ ୫୦ଶଯ୍ୟା ବିଶିଷ୍ଟ ଜଟିଳ ରୋଗ ଚିକିତ୍ସା କେନ୍ଦ୍ର ରହିଛି। ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡ଼ରେ ଏହାକୁ ଉଦ୍‌ଘାଟନ କରିଥିଲେ। ହେଲେ ତାହା ମଧ୍ୟ କେବଳ ଉଦଘାଟନରେ ହିଁ ସୀମିତ ରହିଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବରଗଡ଼ ସହରରେ ବହୁ ପୂର୍ବରୁ ଜିଲା ମୁଖ୍ୟ ଡାକ୍ତରଖାନା ରହିଥିଲା। ଗତ କିଛି ବର୍ଷତଳେ ମୁଖ୍ୟ ଡାକ୍ତରଖାନାକୁ ସହରଠାରୁ ପ୍ରାୟ ୪କି.ମି ଦୂର ବରଗଡ଼-ଭଟଲି ରାସ୍ତାପାର୍ଶ୍ୱ ଖେଦାପାଲି(ଟୁକୁର୍ଲା)କୁ ଉଠାଇ ନିଆଯାଇଥିଲା। ସେଠାରେ ୭ମହଲା ବିଶିଷ୍ଟ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା ନିର୍ମାଣ କରାଯାଇଥିଲା। ସେତେବେଳେ ପୁରୁଣା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ସେଠାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାକୁ ନେଇ ସହରରେ ସେତେବେଳେ ବିରୋଧ ତେଜି ଉଠିଥିଲା। ଏହାପରେ ପୁରୁଣା ମୁଖ୍ୟ ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦିଆଯାଇଥିଲା ଏବଂ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ବାପେକ୍ଷା ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମିଳିଥିଲା। ଏହାପରେ ବରଗଡ଼ ସହରରେ ଶାନ୍ତି ଫେରିଥିଲା।
କିନ୍ତୁ ମୁଖ୍ୟ ଡାକ୍ତରଖାନା ଖେଦାପାଲି(ଟୁକୁର୍ଲା)କୁ ସ୍ଥାନାନ୍ତର ହେବା ପରେ ଉଭୟ ପୁରୁଣା ଏବଂ ନୂତନ ଡାକ୍ତରଖାନାରେ ନୂଆଁ ସମସ୍ୟା ବଢ଼ି ଚାଲିଛି। ଉଭୟ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହୁଛି। ଫଳରେ ବିଭିନ୍ନ ସମୟରେ ପୁରୁଣା ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ନୂଆ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ସେହିପରି ନୂଆ ଜିଲା ମୁଖ୍ୟ ଡାକ୍ତରଖାନାକୁ ଗଲେ ଆବଶ୍ୟକ ବ୍ୟବସ୍ଥା ନଥିବା ଦର୍ଶାଇ ସେଠାରୁ ରୋଗୀଙ୍କୁ ପୁଣି ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଉଛି। ଏହାଦ୍ୱାରା ରୋଗୀ ହଟହଟା ହେବା ସହ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏଥିସହ ଅନେକ ରୋଗୀଙ୍କୁ ଜୀବନ ହରାଇବାକୁ ମଧ୍ୟ ପଡୁଛି ବୋଲି ଅଭିଯୋଗ ହେଉଛି।
ନୂଆ ମୁଖ୍ୟ ଡାକ୍ତରଖାନା ନିର୍ମାଣ ହେବା ଦିନଠାରୁ ଏହି ସମସ୍ୟା ସମୂହ ଅସମାହିତ ହୋଇ ରହି ଯାଇଛି। ଡାକ୍ତରଖାନାର ବିଭିନ୍ନ ୱାର୍ଡ଼କୁ ସହଜ, ସୁବିଧାରେ ଯିବା ପାଇଁ ଲିଫ୍ଟ ବ୍ୟବସ୍ଥା ରହିଛି। କିନ୍ତୁ ଏଠାରେ ରହିଥିବା ୭ଟି ଲିଫ୍ଟରୁ ୬ଲିଫ୍ଟ ଦୀର୍ଘଦିନ ହେଲା ଅଚଳ ହୋଇ ପଡ଼ିଛି। ଡାକ୍ତରଖାନାରେ ଶବ ସଂରକ୍ଷଣ ଗୃହ ରହିଛି। କିନ୍ତୁ ସେଠାରେ ରହିଥିବା ଫ୍ରିଜର ଦୀର୍ଘଦିନରୁ ଅଚଳ ହୋଇପଡ଼ିଛି। ଫଳରେ ଶବ ସେଠାରେ ରହିଲେ ପଚିଯାଇ ଦୁର୍ଗନ୍ଧ ହେଉଥିବା ଅଭିଯୋଗ ହେଉଛି। ଡାକ୍ତରଖାନାରେ ଅଲଟ୍ରା ସାଉଣ୍ଡ୍‌ ପରୀକ୍ଷା ବ୍ୟବସ୍ଥା ରହିଛି ସତ, ହେଲେ ଅଲଟ୍ରା ସାଉଣ୍ଡ ମେଶିନ ଚଲାଇବା ପାଇଁ ଜଣେମାତ୍ର କର୍ମଚାରୀ ଅଛନ୍ତି। ସେ ଛୁଟିରେ ରହିଲେ, ଅଲଟ୍ରା ସାଉଣ୍ଡ ପରୀକ୍ଷା ମଧ୍ୟ ହୋଇପାରୁ ନାହିଁ। ମଙ୍ଗଳବାର ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏକ ମାମଲାରେ ଉଦ୍ଧାର ହୋଇଥିବା ଜଣେ ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା ପାଇଁ ପଦ୍ମପୁର ପୋଲିସ ଜିଲା ମୁଖ୍ୟ ଡାକ୍ତରଖାନାକୁ ପହଞ୍ଚିଥିଲା। ମାତ୍ର ଅଲଟ୍ରାସାଉଣ୍ଡ୍‌ ପରୀକ୍ଷା କେନ୍ଦ୍ର ବନ୍ଦ ଥିବାରୁ ତାଙ୍କୁ ଧରି ପୋଲିସକୁ ନିରାଶରେ ଫେରିଥିଲା।
ମୁଖ୍ୟ ଡାକ୍ତରଖାନାକୁ ୨୪ଘଣ୍ଟିଆ ବିଦ୍ୟୁତ ସେବା ଦିବାସ୍ବପ୍ନ ପାଲଟି ଯାଇଛି। ଜେନେଟେର ଅଚଳ ଯୋଗୁ ଏଠାରେ ଟର୍ଚ୍ଚ ଲାଇଟ୍‌ରେ ଚିକିତ୍ସା ଚାଲିବାର ନଜୀର ରହିଛି। ସେହିପରି ଯେଉଁଦିନ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି, ସେହିଦିନ ଅଲଟ୍ରାସାଉଣ୍ଡ୍‌ ଏବଂ ଏକ୍ସରେ ପରୀକ୍ଷା ମଧ୍ୟ ଠପ୍‌ ପଡ଼ି ଯାଉଛି। ନୂଆ ମୁଖ୍ୟ ଡାକ୍ତରଖାନା ପରିସରରେ ୧୦୦ଶଯ୍ୟା ବିଶିଷ୍ଟ କ୍ୟାନସର ହସ୍ପିଟାଲ ଏବଂ ୫୦ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ସେଣ୍ଟର(ଆଶୁ ଆରୋଗ୍ୟ କେନ୍ଦ୍ର) ରହିଛି। ସେଠାରେ ମଧ୍ୟ ଅନୁରୂପ ସ୍ଥିତି ରହିଛି। ନୂଆ ସରକାର ଆସିବା ପରେ ମଧ୍ୟ ଡାକ୍ତରଖାନା ସମସ୍ୟା ସୁଧୁରି ପାରୁନାହିଁ। ଏ ସମ୍ପର୍କରେ ସ୍ଥାନୀୟ ଜଣେ ସ୍ବେଚ୍ଛାସେବୀ ବିକାଶ ଅଗ୍ରୱାଲଙ୍କୁ ପଚାରିବାରୁ ଏହି ଡାକ୍ତରଖାନାକୁ ବରଗଡ଼ ସମେତ ପଡ଼ୋଶୀ ବଲାଙ୍ଗିର, ସୋନପୁର ଜିଲା ଏବଂ ଛତିଶଗଡ଼ର ରୋଗୀମାନେ ମଧ୍ୟ ଆସିଥାନ୍ତି। କିନ୍ତୁ ଦୀର୍ଘଦିନ ଧରି ଡାକ୍ତରଖାନାର ସମସ୍ୟା ଗୁଡ଼ିକୁ ସମାଧାନ କରି ନ ପାରିବା ପରିତାପର ବିଷୟ। ପରୋକ୍ଷରେ ଘରୋଇ ଡାକ୍ତରଖାନା ଗୁଡ଼ିକ ଏହାର ଫାଇଦା ଉଠାଉଛନ୍ତି ଏବଂ ଗରୀବ ରୋଗୀ ଖର୍ଚ୍ଚାନ୍ତରେ ପଡୁଛନ୍ତି ବୋଲି ସେ କହିଥିଲେ। ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୯୯୮୨୨୪୯ରେ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇ ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?