ଖୋର୍ଦ୍ଧା ଲାଲା ପ୍ରଧାନ ଗୁଳିକାଣ୍ଡ ମାମଲା: ପୋଲିସ କବ୍ଜାରେ ମୁଖ୍ୟ ଅଭିଯୁକ୍ତ ମିକି

ଖୋର୍ଦ୍ଧା ଅଫିସ,୮।୭: ବହୁ ଚର୍ଚ୍ଚିତ ଜୁନ ୧୪ ତାରିଖ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆରେ ଲାଲା ପ୍ରଧାନଙ୍କୁ ଗୁଳି କରି ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସ ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ(ମିକି)ଙ୍କୁ ଗିରଫ କରିଛନ୍ତି। ତାଙ୍କ ଘର ଟାଉନ ଥାନା ଅଧୀନ ଭାଳିଆବାଡି ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୩କେଜି ୬୦୨ଗ୍ରାମ ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି, ବାଇକ, ନଗଦ ୧୬ହଜାର ୫ଶହ ଟଙ୍କା, ପଞ୍ଚିଙ୍ଗ ମେସିନ ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୃତ୍ୟୁ ୩କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ବୁଧବାର ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି(କେନ୍ଦ୍ରାଞ୍ଚଳ) ଆଶିଷ ସିଂ କହିଛନ୍ତି।ତାଙ୍କ ନାମରେ ପୂର୍ବରୁ ୩ଟି ମାମଲା ରହିଛି।

ଡିଆଇଜି ସିଂ କହିଲେ ଯେ, ବୁଧବାର ଜଟଣୀ ବାଇପାସରେ ପୋଲିସ ତାଙ୍କୁ ଧରିଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ସ୍ବିକାର କରିଛି। ମନୋରଞ୍ଜନ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ। ଗତ ୨୦୧୯ ଜୁନ ମାସରେ ଏସ୍‌ସିଏଫ୍‌ ଟିମ୍‌ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ।

ଖୋର୍ଦ୍ଧାରେ ବ୍ରାଉନସୁଗାର ମାଫିଆ ରାଜା, ସଞ୍ଜୟ ପ୍ରଧାନ ସହ ଏହାର ଲିଙ୍କ ରହିଛି । ଏହି ହତ୍ୟାକାଣ୍ଡରେ ଅନ୍ୟ କେଉଁ ମାନଙ୍କ ହାତ ରହିଛି, ତାହାର ଖୋଲତାଡ ଜାରି ରହିଛି । ଏଥି ସହିତ ବ୍ରାଉନସୁଗାର କାରବାର ପଛରେ ଅନ୍ୟ କେଉଁ ମାନେ ଅଛନ୍ତି, କେଉଁଠି ବେପାର କରୁଛନ୍ତି, ତାହାର ତଦନ୍ତ କରାଯିବ । ମନୋରଞ୍ଜନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ। ୭ଦିନ ରିମାଣ୍ଡ ଲାଗି ଆବେଦନ କରାଯିବ ବୋଲି ସେ କହିଛନ୍ତି ।

ଡିଆଇଜି ସିଂ କହିଲେ ଯେ,ଏହି ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଧରିବା ଲାଗି ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ସୁଶିଲ ମିଶ୍ରଙ୍କ ନେତୃତ୍ୱରେ ସଦର ଥାନାଧିକାରୀ ଅନିତା ସାହୁ ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏଥିସହିତ ଏହି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଏକ ସ୍ପେସିଆଲ ଟିମ ଏସପି ଗଠନ କରିଛନ୍ତି । ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ।

ଏହି ଖବରଦାତା ସମ୍ମିଳନୀରେ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ, ସଦର ଏସ୍‌ଡିପିଓ ସୁଶିଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଏହି ଲୁଟେରା, ଏମିତି ପଡ଼ିଲେ ଧରା

ଜୟପୁର,୯ା୧୦: ରାଜସ୍ଥାନର ସିକରରେ ଥିବା ବ୍ୟାଙ୍କ ଲୁଟିବା ପାଇଁ ଜଣେ ଦୁର୍ବୃତ୍ତ ଆସିଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଫଳରେ ଡକାୟତି ଉଦ୍ୟମ ପଣ୍ଡ...

ମ୍ୟାଲେରିଆ, ଡେଙ୍ଗୁ, ମସ୍ତିଷ୍କ ଜ୍ୱର ସଚେତନତା ଅଭିଯାନ: ୩ ମାସରେ ରୋଗମୁକ୍ତ ସହର ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୩୦ା୬-ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ମସ୍ତିଷ୍କ ଜ୍ୱର ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ ଆସନ୍ତା ୨ ତାରିଖରୁ ଆରମ୍ଭ ହେବ...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୭।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ...

କେନ୍ଦୁଝରରେ ବେକ, ହାତ କଟା ଅବସ୍ଥାରେ ଯୁବକ ଉଦ୍ଧାର

କେନ୍ଦୁଝର, ୧୩।୩ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥର ଧାଙ୍ଗରପଡ଼ା ନିକଟରୁ ଶୁକ୍ରବାର ରକ୍ତାକ୍ତ ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର...

କୋଇଲା ଅଭାବ ଯୋଗୁ ସଙ୍କଟରେ ନାଲ୍‌କୋ: ସିପିପିର ୫ ୟୁନିଟ୍‌ ବନ୍ଦ

ବଅଁରପାଳ,୨୫ା୯(ଡି.ଏନ.ଏ.)-ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଆବଶ୍ୟକ କୋଇଲା...

ଆଈଅଜା କୋଳରେ ମା’ ଛେଉଣ୍ଡ ନାତୁଣୀ

ଅନୁଗୋଳ ଅଫିସ, ୨୮।୫ ଜନ୍ମ ବେଳେ ଝିଅର ଦୁଇ ଗୋଡ଼ ଲାଗି ଯାଇଥିଲା। ତିନି ଦିନ ପରେ ତା ମା’ ବି ମରିଯାଇଥିଲା। ସେହିଦିନୁ ମା...

ମାଲକାନଗିରିରେ ଆଉ ୩ କରୋନା ପଜିଟିଭ୍‌: ସିଲ୍‌ ହେଲା ଡାକ୍ତରଖାନା

ମାଲକାନଗିରି,୮ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ବୁଧବାର ପୁଣି  ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ...

ପୁରୀ ନାବାଳିକା ବଳାତ୍କାର ମାମଲା: ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ଗିରଫ

ପୁରୀ ଅଫିସ,୮।୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ରାୟଗଡ଼ା ଓ ପୁରୀ ପୋଲିସ ମିଳିତ ଉଦ୍ୟମରେ ଗିରଫ କରାଯାଇଛି। ରାୟଗଡ଼ା...

Advertisement
Archives

Model This Week