Posted inଜାତୀୟ

କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍‌ ବୈଠକ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇପିଏଫ୍‌, ଗରିବ କଲ୍ୟାଣ ଯୋଜନା, ଏଗ୍ରି ଇନଫ୍ରା ଫଣ୍ଡ୍‌ ଏବଂ ଉଜ୍ଜଳା ଯୋଜନା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇପିଏଫ୍‌ରେ ପଞ୍ଜକୃତ ହୋଇଥିବା ଯେଉଁ କମ୍ପାନୀର କର୍ମଚାରୀ ସଂଖ୍ୟା ୧୦୦ରୁ ଅଧିକ ଏବଂ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାରରୁ କମ୍‌ ସେମାନଙ୍କର ଇପିଏଫ୍‌ ଯୋଗଦାନ ସରକାର ଅଗଷ୍ଟ ପର୍ଯ୍ୟନ୍ତ ଦେବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ଗରିବ କଲ୍ୟାଣ ଯୋଜନାରେ ଦେଶର ରାଶନ କାର୍ଡ ଥିବା ୮୧ କୋଟି ୯ ଲକ୍ଷ ଗରିବଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଜଣକ ପିଛା ୫ କିଗ୍ରା ଚାଉଳ ଅବା ଗହମ ଏବଂ ଏକ କିଲୋ ଡାଲି ଯୋଗାଇ ଦିଆଯିବ। ସେହିପରି ଉଜ୍ଜଳା ଯୋଜନାକୁ ବିସ୍ତାର କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଗ୍ରି ଇନଫ୍ରା ଫଣ୍ଡ୍‌ ଲାଗି ପ୍ରସ୍ତାବିତ ଏକ ଲକ୍ଷ କୋଟିର ପ୍ୟାକେଜକୁ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଇ ନେବା ବାହାନାରେ ସ୍ତ୍ରୀଙ୍କୁ ପାହାଡ଼ରୁ ଦେଲେ ଠେଲି

ନୂଆଦିଲ୍ଲୀ,୨୭।୭: ସ୍ତ୍ରୀଙ୍କୁ ଉତ୍ତରାଖଣ୍ଡର ନେନିତାଲର ଏକ ପାହାଡ଼ରୁ ଠେଲି ଦେବା ଅଭିଯୋଗରେ ୨୪ ବର୍ଷୀୟ ସେଲ୍ସମ୍ୟାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମହିଳାଙ୍କ ମୃତଦେହକୁ ଉଦ୍ଧାର...

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୬।୫: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ଉପରକୁ...

୮ ଫୁଟ ୧ ଇଞ୍ଚ ଉଚ୍ଚା ଧର୍ମେନ୍ଦ୍ର ଯୋଗୀଙ୍କୁ ମାଗିଲେ ସହାୟତା

ଲକ୍ଷ୍ନୌ,୧୭।୮: ଭାରତର ସବୁଠାରୁ ଉଚ୍ଚା ବ୍ୟକ୍ତି ଧର୍ମେନ୍ଦ୍ର ନିଜ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କର ହିପ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ଲାଗି...

ଅନ୍‌ଲକ୍‌-୧: ରାତ୍ରକାଳୀନ କର୍ଫ୍ୟୁରେ ରାଜପଥରେ ଚଳାଚଳ କରିବ ଯାନବାହନ

ନୂଆଦିଲ୍ଲୀ ,୧୨।୬: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାକୁ ଦେଖିଲେ ଅନୁମାନ କରିହେଉଛି ଯେ, ବିନା ଭ୍ୟାକସିନ୍‌ରେ...

କବରରୁ ବାହାରି ସାକ୍ଷୀ ଦେଲା ମୃତଦେହ

ପାଟନା, ୨୨।୭: କଥାରେ ଅଛି ସତ କେବେ ଲୁଚି ରହେନା। କରିଥିବା ଅପରାଧ ଦିନେ ନା ଦିନେ ପ୍ରକାଶିତ ହେବ ବୋଲି କେତେକ କହିଥାନ୍ତି। ଏହାର...

ଦୁଇ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଆରମ୍ଭ ହେବ ଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ, ୧୮।୫ : ଆସନ୍ତା ୨ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକା କୋଭାକ୍ସିନର ପରୀକ୍ଷା ଆରମ୍ଭ ହେବ। ଏ...

ପଠାନକୋଟ ଏୟାରବେସ୍‌ରେ ସେନାର ଶକ୍ତି ବୃଦ୍ଧି କରିବ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ,୩।୯: ଗତ କିଛିିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ବାତାବରଣକୁ ଦେଖି ଭାରତ କେତେଗୁଡିଏ ପଦକ୍ଷେପ ନେବାକୁ ସ୍ଥିର କରିଛି।...

ଅପରାଧିଙ୍କ ସହ ପ୍ରଥମ ରାତି କାଟିଲେ ଅଭିନେତ୍ରୀ

କୋଟା,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଇଥିବା ମହଙ୍ଗା ପଡିଛି। ଏହି ମାମଲାରେ ତାଙ୍କୁ...

Advertisement


Archives

Model This Week