ମହୁଲ ଫୁଲ ଦେଇଛି ଜୀବିକା

ଜଳେଶ୍ୱର, ୭ା୪(ନବୀନ ସାହୁ)ଆଦିବାସୀଙ୍କ ଜୀବନଜୀବିକା ସହିତ ମହୁଲ ଫୁଲ ବିଶେଷ ଭାବେ ଯୋଡ଼ି ହୋଇରହିଛି। ବିଶେଷକରି ଫଗୁଣ-ଚୈତ୍ର ୨ମାସ ଆଦିବାସୀମାନେ ମହୁଲ ଫୁଲ ସାଉଁଟିବା କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ୨ମାସର ରୋଜଗାରରେ ବର୍ଷର କିଛି ମାସ ପରିବାର ପ୍ରତିପୋଷଣ ପାଇଁ ମହୁଲ ଫୁଲ ସାହାରା ପାଲଟିଥାଏ। ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀମାନେ ବର୍ଷର ଏହି ମାସକୁ ଚାହିଁ ରହିଥାନ୍ତି। ବଣଜଙ୍ଗଲ ଘେରା ଆଦିବାସୀ ପଡ଼ା ଓ ପଲ୍ଲୀଗୁଡ଼ିକରେ ବସନ୍ତ ଋତୁର ଆଗମନ ସହିତ ମହୁଲଗଛଗୁଡ଼ିକରେ ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ। ବନବାସୀମାନେ ଏହି ଦିନରେ ଜଣେ ପ୍ରାୟ ୫ରୁ ୧୦କିଲୋ ପର୍ଯ୍ୟନ୍ତ କଞ୍ଚା ମହୁଲ ଫୁଲ ସାଉଁଟିଥାଆନ୍ତି। ସେହିପରି ଗୋଟିଏ ପରିବାର ମିଶି ୨୦ରୁ ୨୫କି.ଗ୍ରା. ମହୁଲ ଫୁଲ ସଂଗ୍ରହ କରନ୍ତି। ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମହିଳା, ପୁରୁଷ ଜଙ୍ଗଲରେ ଥିବା ମହୁଲ ଗଛ ତଳେ ଭିଡ଼ ଲଗାଇ ମହୁଲ ଫୁଲକୁ ଗୋଟାଇବାରେ ବ୍ୟସ୍ତ ରହିଥାନ୍ତି।
ଜଳେଶ୍ୱର ବ୍ଲକ୍‌ର ରାଇବଣିଆ ଅଞ୍ଚଳର ଭଡ଼ରା ପଦା, ଭୋଲୋ, ବାଗ ବୁଡ଼ା, କେନ୍ଦୁଖୁଣ୍ଟା, ଖୁଆଡ଼, ହରିଣାବନ୍ଧ, ଲୁହାପଡ଼ା, ସର୍ଦ୍ଦାରବନ୍ଧ, ଶ୍ୟାମନଗର ଗ୍ରାମର ଆଦିବାସୀମାନେ ପ୍ରତିଦିନ ମହୁଲ ଫୁଲ ଗୋଟାଇବାକୁ ଯାଇଥାନ୍ତି। ଏହାକୁ ୪ରୁ ୫ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇବାକୁ ପଡ଼ିଥାଏ। ମହୁଲ ଫୁଲ ଶୁଖିଯାଇ ଲାଲ୍‌ ପଡ଼ିଯିବା ପରେ ଏହାକୁ ମହୁଲ କୁହାଯାଏ। ଏହାକୁ ବଜାରରେ ବିକ୍ରି କରାଯାଏ। ମହୁଲ ଫୁଲରୁ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ। ମହୁଲକୁ ସିଝାଇ, ଭାଜି, ଗୁଣ୍ଡ କରି ପିଠା, ପୁର ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଏ। ମହୁଲ ଫୁଲର ସ୍ବାଦ ଖୁବ ମିଠା ଓ ଓ ପୁଷ୍ଟିକର ବୋଲି ଆଦିବାସୀମାନେ କହିଥାନ୍ତି। ବଜାରରେ ମହୁଲ ଫୁଲର ଦର କି.ଗ୍ରା. ପ୍ରତି ୨୦ରୁ ୩୦ଟଙ୍କା ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ମହୁଲ ଫୁଲକୁ ମହୁଲି ମଦ ପ୍ରସ୍ତୁତିରେ ପୋଚ ଭାବରେ ବ୍ୟବହାର କରାଯାଉଥିବାରୁ ଏହାର ବିକ୍ରିବଟା ଓ ପରିବହନ ଉପରେ ସରକାରୀ କଟକଣା ରହିଛି। ତେଣୁ ଚଳିତବର୍ଷ ମହୁଲ ଫୁଲର ଦର ବଢ଼ିବା ତ ଦୂରର କଥା ଏହାର ଅଭାବୀ ବିକ୍ରି ଦେଖାଦେଇଛି। କିଲୋ ପ୍ରତି ଦର ୩୦ ଟଙ୍କାରେ ବିକ୍ରି ହେବା ମଧ୍ୟ କଷ୍ଟକର ହୋଇପଡ଼ିଥିବା ମହୁଲ ସଂଗ୍ରହ କରୁଥିବା ଲୋକେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri