Posted inଜାତୀୟ

ଇସିଙ୍କୁ ପତ୍ର ଲେଖିଲେ ମହୁଆ, କହିଲେ ସିବିଆଇ ହଇରାଣ କରୁଛି

ନୂଆଦିଲ୍ଲୀ,୨୪।୩: ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚରାଯିବା ଅଭିଯୋଗରେ ସଂସଦର ସଦସ୍ୟତାରୁ ବରଖାସ୍ତ ହୋଇଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରା ନିର୍ବାଚନ ଆୟୋଗଙ୍କ ନିକଟରେ କେନ୍ଦ୍ରୀୟ ଏଜେନ୍ସିକୁ ନେଇ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ନାଦିଆ ଜିଲାର କୃଷ୍ଣନଗରରୁ ତ୍ରୁଣମୂଳ କଂଗ୍ରେସ ପ୍ରାର୍ଥୀ ମୋଇତ୍ରା ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ତାଙ୍କ ବାସଭବନରେ ସିବିଆଇ ଦ୍ୱାରା କରାଯାଇଥିବା ଚଢାଉକୁ ବେଆଇନ ବୋଲି କହିଛନ୍ତି।

ଏହା ସହିତ ମହୁଆ ମଧ୍ୟ ସିବିଆଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସିବିଆଇ ତାଙ୍କୁ ହଇରାଣ କରୁଛି ଏବଂ ତାଙ୍କ ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଟିଏମସି ନେତା ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ରବିବାର (୨୩ ମାର୍ଚ୍ଚ), ଆଲିପୁର ସମେତ ମହୁଆଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କୃଷ୍ଣନଗରରେ ସିବିଆଇ ଚାରିଟି ସ୍ଥାନରେ ଚଢାଉ କରିଥିଲା। ଏହା ପୂର୍ବରୁ ସିବିଆଇ ତାଙ୍କ ବିରୋଧରେ ଏଫଆଇଆର୍‌ ପଞ୍ଜୀକୃତ କରିଥିଲା। ଏ ସମ୍ପର୍କରେ ସେ ନିର୍ବାଚନ ଆୟୋଗ (ଇସିଆଇ)କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ସିବିଆଇ ତଦନ୍ତର ଉଦ୍ଦେଶ୍ୟ ହେଉଛି ତାଙ୍କ ଲୋକ ସଭା ନିର୍ବାଚନ ପ୍ରଚାର ଅଭିଯାନକୁ ହଇରାଣ କରିବା ଏବଂ ବନ୍ଦ କରିବା। ଆଦର୍ଶ ଆଚରଣ ସଂହିତା ସମୟରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ନିର୍ବାଚନ ଆୟୋଗଙ୍କୁ ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ରାହୁଲ ଗାନ୍ଧୀଙ୍କୁ ଜାଣନ୍ତି, ଜଣେ ମହିଳାଙ୍କୁ ଏମିତି ପ୍ରଶ୍ନ ପଚାରିଲେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କ’ଣ ମିଳିଲା ଜବାବ

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ସାଧାରଣ ସଭାରେ...

ସଙ୍କଟରେ ହରିୟାଣା ସରକାର ଫ୍ଲୋର ଟେଷ୍ଟ ପାଇଁ ଦାବି କଲେ ଦୁଷ୍ୟନ୍ତ ଚୌଟାଲା, ମୁଖ୍ୟମନ୍ତ୍ରୀ କହିଲେ…

ଚଣ୍ଡିଗଡ଼,୯।୫: ହରିୟାଣାରେ ତିନିଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ସରକାର ଅଡୁଆରେ ପଡ଼ିଛନ୍ତି। ଏହି ସମୟରେ ଭାଜପାର...

ବିଳମ୍ବରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅପେକ୍ଷା ନ କରି ନାମାଙ୍କନ ଦାଖଲ କଲେ ଆନନ୍ଦ ଶର୍ମା

ଶିମ୍‌ଲା,୯ା୫: ହିମାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ରାଜ୍ୟର ମଣ୍ଡିରୁ କଂଗ୍ରେସ ପ୍ରାର୍ଥୀ...

୧୦୦ ଲୋକଙ୍କୁ ରାଜଭବନର ସିସିଟିଭି ଫୁଟେଜ୍‌ ଦେଖାଇଲେ ରାଜ୍ୟପାଳ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବିବାଦ ଆହୁରି ଗଭୀର ହେବାରେ ଲାଗିଛି।...

ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା

ହାଇଦ୍ରାବାଦ,୯ା୫: ତେଲେଙ୍ଗନାର ଭୋଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶକୁ ସମ୍ବୋଧିତ କରି ଗୁରୁବାର ଶାହା କହିଛନ୍ତି, ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତୀୟ...

୨୦୨୪ ନିର୍ବାଚନ ହେଉଛି ମୋଦି ବନାମ ରାହୁଲ, କାହିଁକି ଏପରି କହିଲେ ଶାହା…

ହାଇଦ୍ରାବାଦ,୯ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି।  ଶାହା  ଗୁରୁବାର କହିଛନ୍ତି, ୨୦୨୪ ହେଉଛି ରାହୁଲ ଗାନ୍ଧୀ...

ଅମିତ ଶାହାଙ୍କ ଭବିଷ୍ୟବାଣୀ: ୩ ପର୍ଯ୍ୟାୟ ନିର୍ବାଚନରେ ଏତିକି ଆସନ ଆଣିବ ଭାଜପା

ନୂଆଦିଲ୍ଲୀ,୯।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ କଂଗ୍ରେସ ଏବଂ ରାହୁଲ...

ମୋ ସହ ହୋଇନାହିଁ ବଳାତ୍କାର, ଟିଏମ୍‌ସି ନେତାଙ୍କ ନାଁରେ ମିଥ୍ୟା କେସ୍‌ କରିଛି ଭାଜପା: ସନ୍ଦେଶଖାଲି ପୀଡିତାଙ୍କ ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୯।୫:ପଶ୍ଚିମବଙ୍ଗର ସନ୍ଦେଶଖାଲି ନିବାସୀ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି। ବଙ୍ଗଳାର ଉତ୍ତର ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri