Posted inଜାତୀୟ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ସମସ୍ତ ୨୮୮ ଆସନରେ ଭାଜପା-ଶିନ୍ଦେ ନେତୃତ୍ୱାଧୀନ ଶିବସେନା କରିବେ ପ୍ରତିଦ୍ୱନ୍ଦ୍ୱିତା…

ମୁମ୍ବାଇ,୧୯।୩ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସହିତ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଅନ୍ୟ ସହଯୋଗୀ ଦଳ ରାଜ୍ୟର ସମସ୍ତ ୨୮୮ ବିଧାନସଭା ଏବଂ ୪୮ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନାଗପୁରରେ ଏହି ସୂଚନା ଭାଜପା ରାଜ୍ୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱାନକୁଲେ ପ୍ରଦାନ କରିଛନ୍ତି। ତେବେ ଆସନ ବଣ୍ଟନ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇ ନାହିଁ।

ଆଗାମୀ ନିର୍ବାଚନ ପାଇଁ ସିଟ ବାଣ୍ଟିବାରେ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ପ୍ରତି ଅନ୍ୟାୟ କରାଯାଉଥିବା ଖବର ମଧ୍ୟରେ ବାୱାନକୁଲେଙ୍କ ମନ୍ତବ୍ୟ ଆସିଛି। ବାୱାନକୁଲେ କହିଛନ୍ତି, ଭାଜପା ଏବଂ ଶିବସେନା ଅନ୍ୟ ଏନଡିଏ ସହଯୋଗୀଙ୍କ ସହ ମିଳିତ ଭାବରେ ଲୋକସଭା ଏବଂ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅକ୍ଟୋବର ୨୦୨୪ ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଶିନ୍ଦେ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ୨୦୦ ଆସନ ଜିତିବା ପାଇଁ ଭାଜପା ଓ ଶିବସେନା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏପରିସ୍ଥଳେ, ଏନସିପିର ମହାରାଷ୍ଟ୍ର ୟୁନିଟ ଅଧ୍ୟକ୍ଷ ଜୟନ୍ତ ପାଟିଲ କହିଛନ୍ତି ଯେ ୨୦୨୪ ବିଧାନସଭା ନିର୍ବାଚନ ଭାଜପା ବନାମ ମହା ବିକାଶ ଆଘାଡି ହେବ। ଏହା ଶିନ୍ଦେ ନେତୃତ୍ୱାଧୀନ ଶିବସେନାର ଅସ୍ତିତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଘେରିଲେ ମମତା, ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କୁ କାହିଁକି କରାଯାଇନି ଗିରଫ…

କୋଲକାତା, ୧୦।୯ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରରେ ଭାଜପା ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିବାବେଳେ...

ମାୟାବତୀଙ୍କ ପୁତୁରା ବିଏସ୍‌ପିର ନଂ. ୨ ନେତା

ଲକ୍ଷ୍ନୌ,୧୪ା୯(ଆଇଏଏନ୍‌ଏସ୍‌): ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ଏବେ ଦଳରେ ନଂ୨ ନେତା। ଆଗାମୀ ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ...

କେନ୍ଦ୍ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ନୂଆଦିଲ୍ଲୀ,୪।୭: ଝାଡ଼ଖଣ୍ଡରେ ଥିବା କୋଲ୍‌ବ୍ଲକ ନିଲାମ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହା ବିରୋଧରେ ଝାଡ଼ଖଣ୍ଡ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ରାଜ୍ୟ ସରକାରଙ୍କ...

ନୀତୀଶ ସରକାର କରିବେ ଜାତିଗତ ଜନଗଣନା, ସର୍ବ ଦଳୀୟ ବୈଠକ ପରେ ନିଆଯିବ ନିଷ୍ପତ୍ତି

ପାଟନା,୭ ।୧୨: ବିହାରରେ କିଛି ଦିନ ହେବ ଜାତିଗତ ଜନଗଣନାକୁ ନେଇ ରାଜନୀତି ଚାଲିଥିବା ବେଳେ ଏବେ ଏକ ପ୍ରକାର ସ୍ଥିର ହୋଇଯାଇଛି କି ରାଜ୍ୟରେ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପି ଆଗରେ; କଂଗ୍ରେସ ଖାତା ଖୋଲିବା ସମ୍ଭାବନା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ...

ଭାରତ ମହାସାଗରରେ ୨ ବାତ୍ୟା, ଗୋଟିଏ ଅସାନି, ଅନ୍ୟଟି କରିମ୍‌…

ନୂଆଦିଲ୍ଲୀ, ୧୦।୫ : ବଙ୍ଗୋପସାଗରର ଦକ୍ଷିଣପୂର୍ବ ଉପକୂଳରୁ ଉଠିଥିବା ବାତ୍ୟା  ଆସାନି ର ପ୍ରଭାବ ଅନୁଭୁତ ହେବା ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା ଏବଂ...

ସ୍ତ୍ରୀଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ସ୍ବାମୀ

ଭୋପାଳ,୯ା୧୨: ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ରରୂପ ଧାରଣ କଲା ଯେ,...

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ...

Advertisement
Archives

Model This Week