ଯୁଧିଷ୍ଠିର ମହାରଣା

ସୋସିଆଲ ମିଡ଼ିଆ ଦୈନନ୍ଦିନ ଜୀବନଶୈଳୀର ଏକ ଅଙ୍ଗ ପାଲଟିଗଲାଣି। ଏଥିରେ ଅନେକ ପ୍ରସଙ୍ଗ ଉପରେ ମେସେଜ ଆସିଥାଏ। ଗୁଜବ କିମ୍ବା ବାସ୍ତବତା ଯାଞ୍ଚ ନ କରି ଆମେ କିଛି ପୋଷ୍ଟ, ଟୁଇଟ, ବାର୍ତ୍ତା, ଫଟୋ ଏବଂ ଭିଡିଓ ପୋଷ୍ଟ କରୁଛୁ, ଯାହା ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚୁଛି। ତେବେ ଏହି ମିଛ ପୋଷ୍ଟଗୁଡ଼ିକ ଯେ କେତେ ଭୟାନକ ନିକଟରେ ମହାରାଷ୍ଟ୍ରରେ ଏକ ଛାତିଥରା ଘଟଣାରୁ ଜାଣିବାକୁ ମିଳିଛି। ଖବର ମୁତାବକ ଔରଙ୍ଗାବାଦ ଅଞ୍ଚଳର ଜଣେ ନବ ବିବାହିତ ଯୁବକ ବିଦେଶରେ କାର୍ଯ୍ୟରତ। ସୋସିଆଲ ମିଡ଼ିଆରେ କେହି ଫେକ୍‌ କରି ତାଙ୍କ ଧର୍ମପତ୍ନୀଙ୍କ ସହ ତାଙ୍କ ତଥାକଥିତ ପ୍ରଥମ ପ୍ରେମିକକୁ ଯୋଡ଼ି କେହି ଜଣେ ଫଟୋ ଭାଇରାଲ କରିଦେଲେ। ଅତ୍ୟନ୍ତ ଭଲ ପାଉଥିବା ପତ୍ନୀଙ୍କ ଏପରି ଫଟୋ ଦେଖି ବିଶ୍ୱାସ କରିପାରିଲେ ନାହିଁ କିନ୍ତୁ ମନ ଦୁଃଖ କରି ଘରକୁ ଫେରିଆସିଲେ। ଘରକୁ ଫେରିବା ଦିନ ସଂଯୋଗକୁ ତାଙ୍କ ପତ୍ନୀ ଘର ଦୁଆରମୁହଁରେ ଜଣେ ଅଜଣା ଯୁବକ ସହ କଥା ହେଉଥିବାର ସେ ଦୂରରୁ ଦେଖିପାରିଲେ। ପତ୍ନୀଙ୍କୁ ସାକ୍ଷାତ ନ କରି, ଘରକୁ ନ ଯାଇ ନିଜ ମୋବାଇଲ ଫୋନ୍‌ ସେଇଠି ଖୋଲି ଏହାର ରେକର୍ଡିଂ ତ ରଖିଲେ କିନ୍ତୁ ଭାଇରାଲ ହୋଇଥିବା ଫଟୋଗୁଡ଼ିକୁ ସେ ପୁନର୍ବାର ଦେଖି ତତ୍କାଳ ମ୍ରିୟମାଣ ହୋଇପଡ଼ିଲେ। ଅତ୍ୟନ୍ତ ଦୁଃଖିତ ହୋଇପଡ଼ି ଜଣେ ପଡ଼ୋଶୀଙ୍କ ବାରିପଟ ଗଛରେ ସେ ଆତ୍ମହତ୍ୟା କରିଦେଲେ। ପୋଲିସ ଖୋଳତାଡ଼ କରି ଯାହା ଜାଣିଲା ସେ ଦିନର ସେ ଯୁବକଟି ଥିଲେ ଜଣେ ଡେଲିଭରି ବୟ ଏବଂ ପୋଲିସ ଏହା ମଧ୍ୟ ଜାଣିଲା ଯେ ତାଙ୍କ ଧର୍ମପତ୍ନୀଙ୍କର କୌଣସି ପ୍ରେମିକ ହିଁ ନଥିଲେ। କେହି ଜଣେ ବଦମାସୀ କରି ଫେକ୍‌ ଫଟୋ ଏଡିଟିଂ କରି ଏହି ଘଟଣା ଘଟାଇଛି। ଏକ ମିଛ ବଦମାସୀର ବିଭ୍ରାନ୍ତିକର ଫଟୋ କିପରି ଅକାରଣରେ ଜଣଙ୍କର ଜୀବନ ନେଇଗଲା, ଏହା ଭାତହାଣ୍ଡିରୁ ଗୋଟିଏ।
ବର୍ତ୍ତମାନ ଅନେକ ଫେକ୍‌ ମେସେଜ ସୋସିଆଲ ସାଇଟରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଏଭଳି ମେସେଜ ଏକ ସଙ୍ଗେ ଏକାଧିକ ଗ୍ରୁପରେ ପଠାଯିବା ଦ୍ୱାରା ସମାଜରେ ଭୁଲ୍‌ ଖବର ପ୍ରଚାରିତ ହେଉଛି। ତେଣୁ ଏଭଳି କୌଣସି ମେସେଜ ବିଶେଷକରି ସମାଜରେ ଚାଲିଥିବା କିଛି ସମ୍ବେଦନଶୀଳ ଘଟଣାକୁ ନେଇ ମେସେଜ ଆସିଲେ ଏହାକୁ ତୁରନ୍ତ ଫରୱାର୍ଡ ନକରି ପ୍ରଥମେ ତାହା ଠିକ୍‌ କି ନୁହେଁ ଜାଣିବା ପରେ ଫରୱାର୍ଡ କରନ୍ତୁ। କାରଣ ଏଥିପାଇଁ ମେସେଜ ପଠାଇବା ଭଳି ସାଇବର କ୍ରାଇମ ଲାଗି ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ।
ବର୍ତ୍ତମାନ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ, ସେଲିବ୍ରିଟିମାନଙ୍କ ପର୍ସନାଲ ଲାଇଫକୁ ନେଇ ହେଉ ଅବା ଅନ୍ୟାନ୍ୟ ଘଟଣାକୁ ନେଇ ଅନେକ ଫେକ୍‌ ଖବର ପ୍ରଚାର ହେଉଛି। କିଛି ସଂସ୍ଥା ନିଜର ଭ୍ୟୁ ବଢ଼ାଇ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଏପରି କରୁଛନ୍ତି। ତେଣୁ ଏଭଳି କୌଣସି ଖବର ପାଇଲେ ତାହା କେଉଁ ସ୍ରୋତରୁ ଆସିଛି ପ୍ରଥମେ ଦେଖନ୍ତୁ। ଯଦି ତାହା ଜଣାଶୁଣା ଖବର ସଂସ୍ଥାର ନ୍ୟୁଜ ହୋଇଥାଏ ତେବେ ଫରୱାର୍ଡ କରନ୍ତୁ, ନଚେତ ଏହା ଫେକ୍‌ ହୋଇପାରେ।
ଯଦିଓ ଆମେ ସୋସିଆଲ ମିଡ଼ିଆରେ ଯେପରି କୌଣସି ଭୁଲ୍‌ ତଥ୍ୟ ପ୍ରଚାର ନ ହେବ ସେଥିପାଇଁ ଯତ୍ନଶୀଳ ରହିବା ଆବଶ୍ୟକ। ତା’ଛଡ଼ା ନିଜେ ମଧ୍ୟ ଠିକ୍‌ କଥା ଜାଣିବା ଦରକାର, ନଚେତ ମିଥ୍ୟା ଖବର ବାଣ୍ଟିବା ଲାଗି ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇପାରେ। ତେଣୁ ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ ଅଥବା ଫରୱାର୍ଡ ପୂର୍ବରୁ ସଚେତନତା ଜରୁରୀ। ଏ କ୍ଷେତ୍ରରେ ଭଲ ଭାବେ ମନେରଖନ୍ତୁ ଆପଣ ଜଣେ ଗଣତାନ୍ତ୍ରିକ ରାଷ୍ଟ୍ରର ସଚେତନ ନାଗରିକ। ଆପଣଙ୍କର ସାମାନ୍ୟତମ ଭୁଲ୍‌ ବା ଅଜ୍ଞତା ସମାଜ ପାଇଁ ଏପରି ଏକ ବିଭ୍ରାନ୍ତିକର ଭୁଲ୍‌ ତଥ୍ୟ ହୋଇପାରେ, ଯାହାକି ପରବର୍ତ୍ତୀ ସମୟରେ ଏ ନେଇ ଅନେକ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ। ଅନେକ ଅସାମାଜିକ ତତ୍ତ୍ୱ ଏହାର ଫାଇଦା ଉଠାଇ ସମାଜରେ ଭାଇଚାରା ନଷ୍ଟ କରିବା ସହ ବିଶୃଙ୍ଖଳା ସୃଷ୍ଟି କରନ୍ତି, ଯାହା ପାଇଁ ବେଳେ ବେଳେ ଆଇନଶୃଙ୍ଖଳା ପରିବେଶ ମଧ୍ୟ ବିଗିଡ଼ିଯାଏ। କୌଣସି ପରିସ୍ଥିତିରେ ଗୁଜବକୁ ଆଦୌ ଗ୍ରହଣ କରନ୍ତୁ ନାହିଁ କିମ୍ବା ଏହାକୁ ପ୍ରଚାର କରିବା ପାଇଁ ତିଳେମାତ୍ର ଚେଷ୍ଟା ମଧ୍ୟ କରନ୍ତୁ ନାହିଁ। ବରଂ ପ୍ରଶାସନ, ପୋଲିସକୁ ଏ ନେଇ ସୂଚିତ କରନ୍ତୁ। ଆପଣଙ୍କର ସାମାନ୍ୟତମ ଉଦ୍ୟମ ବା ପରିଶ୍ରମ ଅନେକ ବିପଦକୁ ମଧ୍ୟ ଟାଳି ଦେଇପାରେ। ସରକାରୀ ଭାବେ ଏହିପରି ସୋସିଆଲ ମିଡ଼ିଆରେ ବିଶୃଙ୍ଖଳା ସୃଷ୍ଟିକାରୀ ଓ ଶୃଙ୍ଖଳା ଭଙ୍ଗକାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ପୋର୍ଟାଲରେ ସୂଚିତ କରିବା ପାଇଁ ବ୍ୟବସ୍ଥା ରହିଛି ଏହାର ସୁଯୋଗ ନେବା ବାଞ୍ଛନୀୟ। ବଡ଼କଥା ହେଉଛି ଅନେକ ବିଭ୍ରାନ୍ତିକର, ତଥ୍ୟବିହୀନ, ଓ କପୋଳକଳ୍ପିତ ବାର୍ତ୍ତା ସବୁ ସମାଜରେ ଭୟାନକ ପରିସ୍ଥିତି ସୃଷ୍ଟି କରୁଛି। ଏ କ୍ଷେତ୍ରରେ ପୋଲିସକୁ ତଥ୍ୟ ସମ୍ବଳିତ ସବିଶେଷ ସବୁକିଛିକୁ ଯୋଗାଡ଼ କରିବା ପାଇଁ ଅନେକ ସମୟ ଲାଗିଥାଏ। ଅନେକ ମାମଲା ରୁଜୁ ହୁଏ କିନ୍ତୁ ଦଣ୍ଡବିଧାନ ହାର ସେପରି ଆଖିଦୃଶିଆ ହୋଇ ନ ଥାଏ।
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?