ପୁନର୍ଜନ୍ମ ବିଶ୍ୱାସ

ମଣିଷର ଭାବନା ଏବଂ ଜ୍ଞାନକୁ ବୁଝାଇବା ପାଇଁ ପୁରାଣ ବହୁ ଚମତ୍କାର ଅବଧାରଣା ଉପସ୍ଥାପନ କରିଛି। ଦେଖିବାକୁ ଗଲେ ଈଶ୍ୱର ଏବଂ ସମାନତାର ଧାରଣା ପ୍ରକୃତିରେ ନାହିଁ, ବରଂ ରହିଛି ମାନବୀୟ ଚିନ୍ତାଧାରାରେ। ସେସବୁକୁ ଦୃଶ୍ୟମାନ ବୋଲି କିପରି ବୁଝାଇ ହେବ? ଆମେ ଘୋଡ଼ା ଏବଂ ଆମ୍ବଗଛ ଦେଖିପାରୁଛୁ ବୋଲି ସେଗୁଡ଼ିକୁ ଆଙ୍କି ପାରୁଛୁ। କିନ୍ତୁ ଯାହାକୁ କେହି କେବେ ଦେଖି ନାହାନ୍ତି ତାହାକୁ କିପରି ଆଙ୍କିବା। ପୁରାଣ ହେଉଛି ଅଦୃଶ୍ୟ ଜଗତର ଧାରଣା ଓ ବିଶ୍ୱାସ। ପ୍ରକୃତିରେ ନ ଥିବା ଧାରଣାଗୁଡ଼ିକୁ ବୁଝାଇବା ଲାଗି ଏହା କାଳ୍ପନିକ ଛବି ବା କାହାଣୀ ବ୍ୟବହାର କରେ। ଧାରଣାକୁ ବ୍ୟାଖ୍ୟା କରିବା ପାଇଁ ଏହା କାଳ୍ପନିକ ଦୃଶ୍ୟ ବ୍ୟବହାର କରେ, ଯାହା ପ୍ରକୃତିରେ ନାହିଁ। ଅଲୌକିକତା ହେଉଛି କୃତ୍ରିମ ତଥା ମନୁଷ୍ୟକୃତ ଚିନ୍ତାଧାରା

ପ୍ରକୃତିର କାର୍ଯ୍ୟକୁ ବ୍ୟାଖ୍ୟା କରିବା ପାଇଁ ଆଦିମାନବ ଦେବତାମାନଙ୍କ ଧାରଣା ଆଣିଥିଲା। ଫୁଲ ଓ ଫଳ ଦେଉଥିବା ଗଛ ହିଁ ଭଗବାନ। ପକ୍ଷୀ, ମହୁମାଛି, ପଶୁ ଏବଂ ମାଛକୁ ସୁରକ୍ଷା ଦେଉଥିବା ଜଙ୍ଗଲ ଓ ନଦୀ ବି ଦେବତା। ପ୍ରକୃତିର ନିୟମ ସହିତ ଏକ ସମନ୍ବୟ ସୁନିଶ୍ଚିତ କରିବା ପାଇଁ ମଧ୍ୟପ୍ରାଚ୍ୟର ଆଦିବାସୀମାନେ ଏକ ଈଶ୍ୱରଙ୍କ କାହାଣୀ ଆରମ୍ଭ କରିଥିଲେ। ଭାରତୀୟମାନେ ଜୀବନର ବିବିଧତା, ପୂର୍ବାନୁମାନ ଏବଂ ଅସମାନତାକୁ ଦର୍ଶାଇବା ପାଇଁ ପୁନର୍ଜନ୍ମ ବିଷୟରେ ଆଣିଥିଲେ। ଏହି ଧାରଣାଗୁଡ଼ିକ କାଳ୍ପନିକ କାହାଣୀ ଏବଂ ଅବାସ୍ତବ ଛବି ମାଧ୍ୟମରେ ପ୍ରଚାର କରାଯାଇଥିଲା। ଉଦାହରଣ ସ୍ବରୂପ, ଜାଟକ କାହାଣୀ ବୁଦ୍ଧଙ୍କର ପ୍ରାୟ ୫୫୦ ପୂର୍ବଜନ୍ମ ସମ୍ପର୍କରେ ସୂଚିତ କରେ। ସେଥିମଧ୍ୟରୁ କେତେକ ଉଦ୍ଭିଦ, କେତେକ ପ୍ରାଣୀ ଏବଂ କେତେକ ମଣିଷ ଭାବରେ ଦର୍ଶାଯାଇଛି। ମହାଭାରତ ଏବଂ ରାମାୟଣରେ ବିଷ୍ଣୁଙ୍କର ଦୁଇ ଅବତାର କୃଷ୍ଣ ଏବଂ ରାମଙ୍କ କାହାଣୀ ରହିଛି। କୃଷ୍ଣ ତାଙ୍କ ପୂର୍ବଜନ୍ମରେ ରାମ ଥିଲେ। କୃଷ୍ଣଙ୍କ ବଡ଼ ଭାଇ ବଳରାମ ଥିଲେ ରାମଙ୍କ ସାନ ଭାଇ ଲକ୍ଷ୍ମଣ। ହିନ୍ଦୁ ପରମ୍ପରା ପୁନର୍ଜନ୍ମର ବିଶ୍ୱାସକୁ ଦୃଢ଼ କରେ। ଉଦାହରଣ ସ୍ବରୂପ, ପୁରୀ ମନ୍ଦିରରେ ନବକଳେବର ରୀତିନୀତି ଅନୁଯାୟୀ ଜଗନ୍ନାଥ ତାଙ୍କ ପୁରୁଣା ଶରୀର ଛାଡ଼ି ଏକ ଏକ ନୂତନ ଶରୀର ଧାରଣ କରିଥାନ୍ତି।

ଯିଶୁ ଜଣେ କୁମାରୀଠାରୁ ଜନ୍ମ ହେବା ବିଶ୍ୱାସକୁ ଆଜି ମଧ୍ୟ ଅନେକେ ଗ୍ରହଣ କରନ୍ତିି। କିନ୍ତୁ ଏହା ଏକ ଅଲୌକିକ ସତ୍ତା, ଈଶ୍ବରଙ୍କ ପୁତ୍ର, ଯିଏ ପୃଥିବୀରେ ବିଚରଣ କରନ୍ତିି ଏବଂ ତାଙ୍କୁ ହତ୍ୟା କରାଯିବା ପରେ ନିଜେ ପୁନର୍ଜୀବନ ପ୍ରାପ୍ତ ହେବାର ବିଶାସକୁ ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ମହମ୍ମଦ ଜେରୁଜେଲମରୁ ସ୍ବର୍ଗକୁ ଯିବାର କାହାଣୀ ତାଙ୍କୁ ଜଣେ ଈଶ୍ୱର ଭାବେ ନିଶ୍ଚିତ କରିବାକୁ ଉଦ୍ଦିଷ୍ଟ। ୟୁରୋପୀୟ ପଣ୍ଡିତମାନେ ଯିଶୁ ଏବଂ ମହମ୍ମଦଙ୍କ ବାସ୍ତବତାକୁ ଯେମିତି ଗ୍ରହଣ କରନ୍ତି ଠିକ୍‌ ସେମିତି ହିନ୍ଦୁ ପୁରାଣଗୁଡ଼ିକୁ ସ୍ବୀକାର କରିଥାନ୍ତି। ସେମାନେ ସେଥିରେ କାଳ୍ପନିକତା ଦେଖିପାରନ୍ତି ନାହିଁ। ବାସ୍ତବରେ କ୍ଷୀର ସାଗର ଅସ୍ତିତ୍ୱ, କିମ୍ବା ଶିବଙ୍କ ମୁଣ୍ଡରେ ଥିବା ଚନ୍ଦ୍ର କିମ୍ବା ଗଙ୍ଗା ଆକାଶରୁ ଧରା ଅବତରଣ କରୁଥିବା ଧାରଣାଗୁଡ଼ିକୁ ବାସ୍ତବ ନ ହେଲେ ବି ଅର୍ଥପୂର୍ଣ୍ଣ ପ୍ରତୀକ ଭାବେ ସେଗୁଡ଼ିକୁ ବ୍ୟବହାର କରି ପ୍ରଚାର କରାଯାଇଥିଲା। କାବ୍ୟରେ ଅଳଙ୍କାର ଭଳି ଏଗୁଡ଼ିକ ବ୍ୟାଖ୍ୟା ଲାଗି ଉଦ୍ଦିଷ୍ଟ ଥିଲା।
ଆଧୁନିକ ଲୋକମାନେ ପରମ୍ପରାକୁ ଘୃଣା କରନ୍ତି ଏବଂ ସେମାନେ ସେମାନଙ୍କ ପୂର୍ବଜଙ୍କ ତୁଳନାରେ ଅଧିକ ବାସ୍ତବବାଦୀ ବୋଲି ଅନୁଭବ କରନ୍ତି। କିନ୍ତୁ ଯଦି ଆମେ ପୁନର୍ଜନ୍ମ ଉପରେ ବିଶ୍ୱାସ କରୁ, ତେବେ ଆମକୁ ବୁଝିବା ଦରକାର ଯେ ଏହି ବିଚାରର ଉଦ୍ଦେଶ୍ୟ କ’ଣ ରହିଛି। ପୁନର୍ଜନ୍ମ ତିନୋଟି ଧାରଣା ବା ସିଦ୍ଧାନ୍ତ ଆଣିଥାଏ। ପ୍ରଥମେ ପୁନର୍ଜନ୍ମ ଜଗତର ବିବିଧତାକୁ ଦର୍ଶାଏ। ଜଣେ କାହିଁକି ଧନୀ ମାତାପିତା ଏବଂ ଜଣେ କାହିଁକି ଗରିବ ମାତାପିତାଙ୍କଠାରୁ ଜନ୍ମ ନିଏ, ତାହାକୁ କିପରି ବୁଝାଇବ? ଭାଗ୍ୟ କେବଳ କେତେକଙ୍କୁ କାହିଁକି ସହାୟ ହୁଏ? ଯଦି ସମସ୍ତେ ସମାନ ଉତ୍ସରୁ ଆସିଛନ୍ତି, ତେବେ ଏତେ ଅନ୍ୟାୟ ଓ ନିଷ୍ଠୁରତା କାହିଁକି? ପୁନର୍ଜନ୍ମ ସମସ୍ତ ବିବିଧତାକୁ ଆମର ଦାୟିତ୍ୱ ବୋଲି ସୂଚିତ କରେ। ଆମ ସମସ୍ତଙ୍କର ଜୀବନ ହିଁ ଭଲ ଓ ମନ୍ଦ କର୍ମର ସମାହାର। ଯେଉଁମାନେ ପୂର୍ବଜନ୍ମରେ ନକାରାତ୍ମକ କର୍ମ କରିଥାନ୍ତି ସେମାନେ ଏ ଜନ୍ମରେ ଯନ୍ତ୍ରଣା ଭୋଗନ୍ତି। ଯେଉଁମାନେ ସକାରାତ୍ମକ କର୍ମର ପ୍ରାରବ୍ଧ ନେଇ ଆସନ୍ତି ସେମାନେ ଆନନ୍ଦରେ ରହନ୍ତି। ଏହି ବିବିଧତାକୁ ବୁଝାଇବାରେ କର୍ମ ସାହାଯ୍ୟ କରେ। ପୁନର୍ଜନ୍ମ କର୍ମକୁ ବ୍ୟାଖ୍ୟା କରେ। ସମସ୍ତେ ସମାନ ବା ଗୋଟିଏ ରୂପ ବୋଲି ବିଶ୍ୱାସ କରୁ ନ ଥିବା ସମାଜରେ କର୍ମ ସିଦ୍ଧାନ୍ତ ରହିଛି। ଯେଉଁଠି ସମସ୍ତେ ସମାନ ବୋଲି ବିଶ୍ୱାସ କରାଯାଏ ସେଠାରେ ତୁମେ ଗୋଟିଏ ଈଶ୍ୱର, ଗୋଟିଏ ଗ୍ରନ୍ଥ ଏବଂ ଗୋଟିଏ ଜୀବନଶୈଳୀ ପାଇପାରିବ।

ଦ୍ୱିତୀୟତଃ ଗୋଟିଏ ଜନ୍ମ ଉପରେ ବିଶ୍ୱାସ କରୁଥିବା ପୁରାଣଗୁଡ଼ିକ ଜୀବନର ଏକ ଶୀର୍ଷ ସ୍ତର, ପୃଥିବୀ ଧ୍ୱଂସେବେଳେ ଈଶ୍ୱରଙ୍କ ବିଚାର ଜନ୍ମ ଲାଭ କରିବାର ବିଶ୍ୱାସ, ମହାପ୍ରଳୟ, ମହାଯୁଦ୍ଧକୁ ଦର୍ଶାଏ। ଅନେକ ଜୀବନ ଉପରେ ବିଶ୍ୱାସ କରୁଥିବା ସମାଜରେ ସେପରି କୌଣସି ଶୀର୍ଷସ୍ତର ନାହିଁ, କୌଣସି ବିଜୟ କିମ୍ବା ପରାଜୟ ନାହିଁ। ଏଇ ଜୀବନରେ ବିଜୟୀମାନେ ପରବର୍ତ୍ତୀ ଜୀବନରେ ହାରିଯାଆନ୍ତି। ପୂର୍ବଜନ୍ମରେ ଧନୀ ଲୋକେ ଏଇ ଜୀବନରେ ଗରିବ ହୋଇଥାଆନ୍ତି। ସବୁକିଛି ଏକ ଚକ୍ରାକାର ଗତିରେ ଚାଲିଥାଏ। ପ୍ରତ୍ୟେକ କାର୍ଯ୍ୟର ଏକ ପରିଣାମ ଅଛି। କୌଣସି ଗୋଟିଏ ମହାବିନାଶର ଦିନ ନାହିଁ। କେହି ସ୍ବର୍ଗ କିମ୍ବା ନର୍କରେ ନାହାନ୍ତି। କୌଣସି ଅନ୍ତିମ ଗନ୍ତବ୍ୟସ୍ଥଳ ବି ନାହିଁ। କେବଳ ଚକ୍ରାକାର ପଥରେ ଏକ ସ୍ବର୍ଗରୁ ମର୍ତ୍ତ୍ୟକୁ ଆସିବା ବା ଜନ୍ମ-ମୃତ୍ୟୁ ଚକ୍ରର ପଥ।

ତୃତୀୟତଃ ଯଦି ତୁମେ କେବଳ ଥରେ ବଞ୍ଚିବ ବା ଜନ୍ମ ନେବ ତେବେ ସେହି ଜୀବନର ମୂଲ୍ୟ ହେଉଛି ତୁମର ସଫଳତାର ସମଷ୍ଟି ଏବଂ ତୁମର ସଞ୍ଚିତ ପ୍ରାରବ୍ଧ। ତେଣୁ ତୁମର କାର୍ଯ୍ୟ, ସଫଳତା ଏବଂ ସମ୍ପତ୍ତିକୁ ଜୀବନର ଶେଷରେ ଗଣନା କରାଯାଏ ଓ ତୁମେ ସେହି ଜୀବନରେ ସଫଳ ହୋଇଛ କି ନାହିଁ ତାହା ସ୍ଥିର କରାଯାଏ। କିନ୍ତୁ ଯଦି ତୁମେ ଅସଂଖ୍ୟ ଜନ୍ମ ନେଉଛ, ତେବେ ତୁମ ଜୀବନକୁ ଅସୀମ ଦ୍ୱାରା ଭାଗ କରାଯାଇଥାଏ। ଫଳରେ ତୁମେ ଯାହା କର କିମ୍ବା ହାସଲ କର କିମ୍ବା ସଫଳତା ପାଇଥାଅନା କାହିଁକି ତାହାର ମୂଲ୍ୟ ଶେଷରେ ଶୂନ୍ୟ ହୋଇଥାଏ।
ତୁମେ ଅନ୍ୟମାନଙ୍କୁ ଯାହା ଦେଉଛ ସେଥିରେ ତୁମ ଜୀବନର ମୂଲ୍ୟ ଆସେ। ଆମ୍ବ ଗଛରେ ଆମ୍ବ ଫଳିଲେ ତାହାର ମୂଲ୍ୟ ଜଣା ପଡ଼େନାହିଁ ବରଂ ତାଙ୍କୁ ଆମେ ଖାଇବାକୁ ପସନ୍ଦ କରୁଥିବାରୁ ତାହା ମୂଲ୍ୟବାନ୍‌। ସେହିଭଳି ସୂର୍ଯ୍ୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ବିଶେଷତାର ମୂଲ୍ୟ ଉଦ୍ଭିଦ ପାଇଁ ଅଛି। କାରଣ ତାହା ସୂର୍ଯ୍ୟାଲୋକକୁ ଫଳ ଏବଂ ଫୁଲ ଉତ୍ପାଦନ ପାଇଁ ବ୍ୟବହାର କରେ। ବାସ୍ତବରେ କୌଣସି ଜିନିଷର ମୂଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରବୃତ୍ତିଗତ ମୂଲ୍ୟ ଅନ୍ୟମାନଙ୍କ ଦ୍ୱାରା ନିର୍ଦ୍ଧାରଣ ହୋଇଥାଏ। ତୁମେ ଏ ଜନ୍ମରେ ଜୀବନକୁ ନଷ୍ଟ କରିଥିଲେ ପରଜନ୍ମରେ ତାହା ଅନ୍ୟମାନଙ୍କ ଦ୍ୱାରା ନଷ୍ଟ ହୋଇଯିବ। ଏ ଜନ୍ମରେ ଭଲ କାମ ଓ ସେବା କରିଥିଲେ ତାହାର ମୂଲ୍ୟ ଅନ୍ୟମାନଙ୍କ ଦ୍ୱାରା ପରଜନ୍ମରେ ନିର୍ଦ୍ଧାରିତ ହେବ। ଆମକୁ କେହି ଦେଖୁ ନ ଥିଲେ କିମ୍ବା ଆମ ଉପରେ ବିଚାର କରୁ ନଥିଲେ ମଧ୍ୟ ଆମେ ଆମ ଜୀବନର ସାକ୍ଷୀ ହୋଇ ଭଲ ଓ ମନ୍ଦ କର୍ମର ଋଣ ପରିଶୋଧ କରିବା ଦିଗରେ କାର୍ଯ୍ୟ କରିପାରିବା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?