Odisha Elections 2024

ଡାକ୍ତରଙ୍କ କ୍ଲିନିକ୍‌ ପ୍ରୀତି, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର,୨୧ା୮(ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ଓ ହସ୍ପିଟାଲର ଡାକ୍ତରଙ୍କ ଘରୋଇ କ୍ଲିନିକ ପ୍ରୀତି ରୋଗୀଙ୍କୁ ସମସ୍ୟାରେ ପକାଉଛି। ଡ୍ୟୁଟି ସମୟରେ ଡାକ୍ତର ଘରୋଇ କ୍ଲିନିକ୍‌ ଯାଇପାରିବେ ନାହିଁ ବୋଲି ସରକାର କଡ଼ା ନିୟମ କରଛନ୍ତି। କିନ୍ତୁ ଏହି ନିୟମକୁ ଡାକ୍ତରମାନେ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଗୋଇଲୁଣ୍ଡିରୁ ନୂଆବସଷ୍ଟାଣ୍ଡ୍‌ ରୋଡ଼ରେ ବହୁ ଘରୋଇ କ୍ଲିନିକରେ ଏମ୍‌କେସିଜିର ଡାକ୍ତରମାନେ ଚିକିତ୍ସା କରୁଛନ୍ତି।
ଏମକେସିଜି ମେଡିକାଲ ଉପରେ ପ୍ରତିଦିନ ଦକ୍ଷିଣ ଓଡିଶା ଓ ପଡୋଶୀ ଆନ୍ଧ୍ରପ୍ରଦେଶର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। ହେଲେ ଏଠାରେ ବରିଷ୍ଠ ଡାକ୍ତରମାନେ କନିଷ୍ଠ ଡାକ୍ତରଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଘରୋଇ କ୍ଲିନିକ ମୁହାଁ ହେଉଥିବା ଦେଖାଯାଉଛି। ଯଦ୍ୱାରା ମେଡିକାଲର ବିଭିନ୍ନ ବିଭାଗ ଆଗରେ ରୋଗୀ ଓ ସମ୍ପର୍କୀୟମାନେ ଘଣ୍ଟାଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା କରୁଛନ୍ତି। ଏହାର ଫାଇଦା ଉଠାଇ କ୍ଲିନିକର ଦଲାଲମାନେ ଡାକ୍ତରଙ୍କୁ ଶୀଘ୍ର ଦେଖାଇବା ନାଁରେ ରୋଗୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ଫଳରେ ଗରିବ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଙ୍କ ଏଭଳି କାର୍ଯ୍ୟରେ ଅବହେଳା ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଏମ୍‌କେସିଜି ମେଡିକାଲରେ ବାୟୋମେଟ୍ରିକ ବ୍ୟବସ୍ଥା କଲେ। ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଇଲେ। ଏହା ସତ୍ତ୍ୱେ ଡ୍ୟୁଟି ସମୟରେ ଡାକ୍ତରମାନେ ଘରୋଇ କ୍ଲିନକକୁ ଯାଉଛନ୍ତି। ଏ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ନିଜ ପ୍ରତିକ୍ରିୟାରେ କହିଛନ୍ତି, ରୋଗୀ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଘଣ୍ଟ ଯାତ୍ରା ଜରିଆରେ ପ୍ରତିବାଦ କରିଆସୁଛୁ। ଡ୍ୟୁଟି ସମୟରେ ଡାକ୍ତରମାନେ ଯେପରି ଘରୋଇ କ୍ଲିନିକ ଯାଇ ନ ପାରିବେ ସେ ଦିଗରେ ୫-ଟି ସଚିବ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

‘୬ଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ ଜମିଜମା ସମସ୍ୟାର ସମାଧାନ କରାଯିବ’

ଜଟଣୀ,୧୮ା୫(ରବୀନ୍ଦ୍ରନାଥ ମହାକୁଡ଼): ଓଡ଼ିଶାରେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଜଟଣୀରେ ରହିଥିବା ଜମିଜମା ସମସ୍ୟାର ସମାଧାନ କରାଯିବ। ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ...

ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ...

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

୨୫ ବର୍ଷ ଶାସନରେ ଓଡ଼ିଶା ୫୦ ବର୍ଷ ଖସିଛି: ଶାହା

ରାଉରକେଲା,୧୮ା୫(ବିପ୍ଲବ ରଞ୍ଜନ ଦାଶ): ଏଥର ସାରା ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଦେଶରେ ୩୦କୋଟି ଦିଦି ଲକ୍ଷପତି,୩କୋଟି ଗରିବଙ୍କୁ...

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri