ମଧ୍ୟବର୍ତ୍ତିକାଳୀନ ରାୟ ପ୍ରକାଶ କରୁ ମହାନଦୀ ଟ୍ରିବ୍ୟୁନାଲ

ଭୁବନେଶ୍ୱର,୨୫।୯ (ବନ୍ଦନା ସେଠୀ):ବିଶ୍ୱ ନଦୀ ଦିବସ ଅବସରରେ ରବିବାର ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ ପକ୍ଷରୁ ଭର୍ଚୁଆଲରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଦୀ ସୁରକ୍ଷା ଓ ପୁନର୍ଜୀବିତ କାର୍ଯ୍ୟକ୍ରମରେ ସାମିଲ ବ୍ୟକ୍ତି ଓ ସଂଗଠନର ସଦସ୍ୟମାନେ ଯୋଗଦେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଅନେକ ନଦୀ ମୃତପ୍ରାୟ ଅବସ୍ଥାକୁ ଚାଲିଯାଉଛି। ତେଣୁ ନଦୀର ସୁରକ୍ଷା, ସଂରକ୍ଷଣ ଓ ପୁନଃଜୀବନ ପାଇଁ ଏକ ଜାତୀୟ ଅଭିଯାନ ବିଶ୍ୱ ନଦୀ ଦିବସରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ ବିଶ୍ୱ ମାନବିକ ଅଧିକାର ଦିବସ ଡିସେମ୍ବର ୧୦ ପର୍ଯ୍ୟନ୍ତ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନର ଜାତୀୟ ଆବାହକ ସୁଦର୍ଶନ ଛୋଟରାୟ ସୂଚନା ଦେଇଛନ୍ତି। ମହାନଦୀ ଜଳ ବଣ୍ଟନ ନେଇ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି। ତେବେ ମହାନଦୀ ଟ୍ରିବ୍ୟୁନାଲରୁ ତୁରନ୍ତ ନ୍ୟାୟ ମିଳିବା ସମ୍ଭାବନା କମ୍‌ ଥିବାରୁ ଚାଷୀ, ମତ୍ସ୍ୟଜୀବୀ ଓ କାରିଗରଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ମଧ୍ୟବର୍ତ୍ତିକାଳୀନ ରାୟ ଜାରି କରିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଏଥିସହ ମହାନଦୀର ବର୍ତ୍ତମାନ ସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଉଭୟ ଛତିଶଗଡ ଏବଂ ଓଡ଼ିଶା ସରକାର ଶ୍ୱେତପତ୍ର ପ୍ରକାଶ କରିବାକୁ ଆଲୋଚନାଚକ୍ରରେ ଆହ୍ବାନ ଦିଆଯାଇଥିଲା। ଶିଳ୍ପଭିତ୍ତିଭୂମି ଓ ବିକାଶ ନାମରେ ନଦୀଗୁଡ଼ିକର ପ୍ରାକୃତିକ ପ୍ରବାହକୁ ରୋକାଯାଉଛି। ନଦୀଜଳକୁ ବ୍ୟବସାୟିକ ସ୍ବାର୍ଥ ପାଇଁ ଲଗାଯାଉଛି। ସେହିପରି ସହରରୁ ବାହାରୁଥିବା ଆବର୍ଜନା, ପ୍ଲାଷ୍ଟିକ ଆଦି ସାମଗ୍ରୀ ନଦୀଗର୍ଭକୁ ଛଡ଼ା ଯାଉଥିବାରୁ ସାଧାରଣରେ ନଦୀଜଳ ମଣିଷ ଓ ଜୀବଜନ୍ତୁଙ୍କ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିବାରୁ ଚିନ୍ତା ପ୍ରକଟ କରାଯାଇଛି। କାର୍ଯ୍ୟକ୍ରମରେ ଏନ୍‌ଜିଟି ଆଡ୍‌ଭୋକେଟ ଶଙ୍କର ପ୍ରସାଦ ପାଣି, ନାରୀ ନେତ୍ରୀ ସ୍ନିଗ୍ଧା ପାଣିଗ୍ରାହୀ, ପକ୍ଷୀ ବିଶାରଦ ପ୍ରମୋଦ କୁମାର ଧଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ନନ୍ଦ କିଶୋର ମହାକୁଡ଼, ସାମାଜିକ କର୍ମୀ ସଚିକାନ୍ତ ପ୍ରଧାନ ଓ ବିପିନ ବାରିକ ପ୍ରମୁଖ ଯୋଗଦେଇ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri