ମହାଳୟା ଶ୍ରାଦ୍ଧ

ଆଶ୍ୱିନ ମାସର ଅମାବାସ୍ୟା ହେଉଛି ମହାଳୟା ଅମାବାସ୍ୟା। ଏହି ସମୟରେ ସୂର୍ଯ୍ୟ କନ୍ୟାରାଶିରେ ଅବସ୍ଥାନ କରିଥାନ୍ତି। ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମହାଳୟା ଶ୍ରାଦ୍ଧ କରାଯାଏ। ହିନ୍ଦୁ ସମାଜରେ ନିତ୍ୟ ନୈମିତ୍ତିକ, କାମ୍ୟ, ବୁଦ୍ଧି ଓ ପାର୍ବଣ ଶ୍ରାଦ୍ଧ ନାମରେ ଯେଉଁ ପଞ୍ଚବିଧି ଶ୍ରାଦ୍ଧର ପ୍ରଚଳନ ଅଛି ତନ୍ମଧ୍ୟରେ ମହାଳୟା ଶ୍ରାଦ୍ଧର ଆଦର ଅଧିକ। ଆଶ୍ୱିନ ମାସର କୃଷ୍ଣ ପ୍ରତିପଦ୍‌ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ କହନ୍ତି ପିତୃପକ୍ଷ। ଏହି ପିତୃପକ୍ଷରେ ତୀର୍ଥକ୍ଷେତ୍ର, ପୁଣ୍ୟତୋୟା ନଦୀ କିନ୍ତୁ ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଏ। ଦିବଂଗତ ଗୁରୁ, ସମ୍ପର୍କୀୟ, ପରିଚିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ତର୍ପଣ କରାଯାଏ। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ତର୍ପଣ ପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ। ଏହି ପନ୍ଦର ଦିନ ପିତୃପର୍ବ ପାଇଁ ଉଦ୍ଦିଷ୍ଟ। ଦେବଦେବୀଙ୍କ ଉଦ୍ଦେଶ୍ୟରେ ଯେଉଁ ପୂଜା ଅର୍ଚ୍ଚନା କରାଯାଏ ତାହା ହେଉଛି ଦେବ ପର୍ବ। ଶ୍ରାଦ୍ଧ ହିଁ ପିତୃପର୍ବ। ଶ୍ରଦ୍ଧାରେ ଯେଉଁ ଅନ୍ନାଦି ଭୋଜ୍ୟ ଦ୍ରବ୍ୟ ପ୍ରଦାନ କରାଯାଏ ତାହା ଶ୍ରାଦ୍ଧ। ଭୂଲୋକରେ ଆତ୍ମୀୟ ବା ସମ୍ପର୍କୀୟଙ୍କ ପ୍ରଦ ଭୋଜ୍ୟ ପିତୃଲୋକରେ ପିତୃଗଣଙ୍କ ଗ୍ରହଣୀୟ ଦ୍ରବ୍ୟରେ ପରିବର୍ତ୍ତିତ ହୋଇଯାଏ ବୋଲି ବିଶ୍ୱାସ ରହିଛି। ମହାଳୟା ଶ୍ରାଦ୍ଧରେ ସ୍ବୟଂ ବିଷ୍ଣୁ ବୈଶ୍ୱଦେବ ରୂପେ ଶ୍ରାଦ୍ଧସ୍ଥଳରେ ଉପସ୍ଥିତ ରହନ୍ତି। ମହାଳୟା ଦିନ ଗୟାକ୍ଷେତ୍ରରେ ପିଣ୍ଡଦାନ କଲେ ପିତୃଲୋକ ପରିତୃପ୍ତ ହୁଅନ୍ତି। ତେବେ ଭୁବନେଶ୍ୱର ଓ ବିରଜା କ୍ଷେତ୍ର ଯାଜପୁରରେ ମଧ୍ୟ ମହାଳୟା ଶ୍ରାଦ୍ଧ ଦାନ ପୁଣ୍ୟଦାୟକ।
ହିନ୍ଦୁ ମାନ୍ୟତା ଅନୁଯାୟୀ ପିଣ୍ଡଦାନ ମୋକ୍ଷ ପ୍ରାପ୍ତି ପାଇଁ ଏକ ସହଜ ଏବଂ ସରଳ ମାର୍ଗ। ଏମିତି ଦେଶରେ ଅନେକ ସ୍ଥାନରେ ପିଣ୍ଡଦାନ କରାଯାଏ। ତେବେ ବିହାରର ଗୟାରେ ପିଣ୍ଡଦାନ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱାସ କରାଯାଏ ଭଗବାନ ଶ୍ରୀରାମ ଏବଂ ମା’ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରିଥିଲେ। ଗୟାକୁ ବିଷ୍ଣୁଙ୍କ ନଗର କୁହାଯାଏ। ଏହାକୁ ମୋକ୍ଷର ଭୂମି ମଧ୍ୟ କୁହାଯାଏ। ବିଷ୍ଣୁ ପୁରାଣ ଏବଂ ବାୟୁ ପୁରାଣରେ ଏହାର ଉଲ୍ଲେଖ ଅଛି। ବିଷ୍ଣୁ ପୁରାଣ ଅନୁଯାୟୀ ଗୟାରେ ପିଣ୍ଡଦାନ କଲେ ପୂର୍ବଜଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି କରେ ଏବଂ ସେମାନେ ସ୍ବର୍ଗରେ ବାସ କରନ୍ତି। ବିଶ୍ୱାସ କରାଯାଏ ସ୍ବୟଂ ବିଷ୍ଣୁ ଏଠାରେ ପିତୃଦେବତା ଭାବରେ ଉପସ୍ଥିତ। ତେଣୁ ଏହାକୁ ପିତୃତୀର୍ଥ ମଧ୍ୟ କୁହାଯାଏ। ଗୟାରେ ଥିବା ପଣ୍ଡିତମାନେ କୁହନ୍ତି, ଫଲ୍‌ଗୁ ନଦୀର ତଟରେ ପିଣ୍ଡ ଦାନ ନ କଲେ ଏହା ଅସମ୍ପୂର୍ଣ୍ଣ ରହିଯାଏ। କିମ୍ବଦନ୍ତୀ ଅନୁଯାୟୀ ଭଷ୍ମାସୁରର ବଂଶଜ ଗୟାସୁର କଠିନ ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ମାଗିନେଇଥିଲେ ଯେ, ତା’ର ଶରୀର ଦେବତାମାନଙ୍କ ପରି ପବିତ୍ର ହୋଇଯିବ ଏବଂ ତାକୁ ଦର୍ଶନ କରିବା ମାତ୍ରେ ଲୋକମାନେ ପାପମୁକ୍ତ ହୋଇଯିବେ। ଏହି ବର ମିଳିବା ପରେ ସ୍ବର୍ଗର ଜନସଂଖ୍ୟା ବଢ଼ିବାରେ ଲାଗିଲା ଏବଂ ସବୁକିଛି ପ୍ରକୃତିର ନିୟମ ବିପରୀତରେ ଚାଲିଲା। ଲୋକମାନେ ବିନା ଭୟରେ ପାପ କଲେ ଏବଂ ଗୟାସୁରକୁ ଦର୍ଶନ କରି ପାପମୁକ୍ତ ହେଲେ। ଏଥିରୁ ରକ୍ଷା ପାଇବା ପାଇଁ ଦେବତାମାନେ ଗୟାସୁରଙ୍କୁ ଯଜ୍ଞ ପାଇଁ ପବିତ୍ର ଭୂମି ମାଗିଲେ। ଗୟାସୁର ନିଜ ଶରୀର ଦେବତାମାନଙ୍କ ଯଜ୍ଞ ପାଇଁ ଦେଇଦେଲା। ଯଜ୍ଞଭୂମି ଭାବରେ ବ୍ୟବହୃତ ହେବା ପାଇଁ ଗୟାସୁର ଭୂମିରେ ଶୋଇଲା ଏବଂ ତା’ର ଶରୀର ପାଞ୍ଚ କୋଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଗଲା। ପରବର୍ତ୍ତୀ ସମୟରେ ଏହି ପାଞ୍ଚ କୋଶ ସ୍ଥାନକୁ କୁହାଗଲା ଗୟା। ଯଜ୍ଞରେ ପୋଡ଼ିବା ପରେ ମଧ୍ୟ ଗୟାସୁର ମନରୁ ଲୋକମାନଙ୍କୁ ପାପମୁକ୍ତ କରିବାର ଇଚ୍ଛା ଲୋପ ପାଇଲା ନାହିଁ। ସେ ଦେବତାମାନଙ୍କୁ ବର ମାଗିଲା। ଏହି ସ୍ଥାନରେ ଲୋକଙ୍କୁ ମୋକ୍ଷ ଦେବ। ଯେଉଁ ବ୍ୟକ୍ତି ଏଠାରେ କାହାର ଶ୍ରାଦ୍ଧ ପାଇଁ ପିଣ୍ଡଦାନ କରିବେ ତାଙ୍କୁ ମୁକ୍ତି ମିଳିବ। ଏହି କାରଣରୁ ଆଜି ବି ଲୋକମାନେ ପିତୃପୁରୁଷଙ୍କ ଆତ୍ମାକୁ ମୁକ୍ତି ଦେବା ପାଇଁ ଗୟାରେ ପିଣ୍ଡଦାନ କରନ୍ତି।
ଶାସ୍ତ୍ରରେ ପିତୃପୁରୁଷଙ୍କ ସ୍ଥାନ ଖୁବ୍‌ ଉଚ୍ଚରେ ବୋଲି ବର୍ଣ୍ଣନା କରାଯାଇଛି। ସେ ଚନ୍ଦ୍ରମା ଠାରୁ ଦୂରରେ ଏବଂ ଦେବତାଙ୍କଠାରୁ ଉଚ୍ଚ ସ୍ଥାନରେ ରୁହନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ପିତୃପୁରୁଷଙ୍କ ମଧ୍ୟରେ ମୃତ ପୂର୍ବଜ ଯଥା: ବାପା- ମା, ଜେଜେବାପା – ଜେଜେମା, ଅଜା-ଆଈଙ୍କ ସମେତ ସବୁ ପୂର୍ବଜ ସାମିଲ। ପରଲୋକଗତ ଗୁରୁ ଏବଂ ଆଚାର୍ଯ୍ୟ ମଧ୍ୟ ପିତୃପୁରୁଷଙ୍କ ମଧ୍ୟରେ ସାମିଲ। ଦେଶରେ ଶ୍ରାଦ୍ଧ ପାଇଁ ହରିଦ୍ୱାର, ଗଙ୍ଗାସାଗର, ପୁରୀ, କୁରୁକ୍ଷେତ୍ର, ଚିତ୍ରକୁଟ, ପୁଷ୍କର, ବଦ୍ରିନାଥ ସମେତ ୫୫ଟି ସ୍ଥାନର ବିଶେଷ ମହତ୍ତ୍ୱ ରହିଛି ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଗୟା ଏସବୁ ସ୍ଥାନର ଶୀର୍ଷରେ ରହିଛି। ଗରୁଡ଼ ପୁରାଣରେ କୁହାଯାଇଛି ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଘରୁ ବାହାରିବା ପରେ ଗୟାରେ ପହଞ୍ଚତ୍ବା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ପିତୃପୁରୁଷଙ୍କ ସ୍ବର୍ଗାରୋହଣ ପାଇଁ ଗୋଟିଏ ଗୋଟିଏ ଶିଡ଼ି ସଦୃଶ। ହିନ୍ଦୁ ପୁରାଣ ଅନୁଯାୟୀ ପିତୃପୁରୁଷଙ୍କ ତିନିପିଢ଼ି ପିତୃଲୋକରେ ରୁହନ୍ତି। ଏହା ପୃଥ୍ବୀଲୋକ ଓ ଦେବଲୋକ ମଧ୍ୟରେ ଅଛି। ଏହି ଲୋକର ଅଧୀଶ୍ୱର ମୃତ୍ୟୁଦେବତା ଯମ। ତୃତୀୟ ପିଢ଼ି ପରେ ଚତୁର୍ଥ ପିଢ଼ିର ବଂଶଜ ପିତୃଲୋକରେ ପହଞ୍ଚତ୍ଲେ ପ୍ରଥମ ପିଢ଼ିର ପୂର୍ବଜ ସ୍ବର୍ଗକୁ ଚାଲିଯାନ୍ତି। ତେଣୁ ସେମାନଙ୍କ ପାଇଁ ପିଣ୍ଡ ଦେବା ଆବଶ୍ୟକ ହୁଏନି।
ଦେବୀ ଆରାଧନା ଦୃଷ୍ଟିରୁ ମହାଳୟା ଏକ ପବିତ୍ର ଦିବସ। ଦେବୀଙ୍କର ଷୋଳପୂଜାର ମଧ୍ୟଭାଗରେ ମହାଳୟା ପଡ଼ୁଥିବାରୁ ଏହା ଦେବୀଙ୍କର ପ୍ରିୟତମ ଦିବସ। ତେଣୁ ମହାଳୟା ଅମାବାସ୍ୟାର ଦିନଟି ପିଣ୍ଡଦାନ ଲାଗି ଉତ୍କୃଷ୍ଟ ଏବଂ ରାତ୍ରିଟି ସାଧନାରେ ସିଦ୍ଧି ଲାଭ ପାଇଁ ଅତ୍ୟନ୍ତ ଶୁଭ। ଦେବୀଙ୍କର ପ୍ରଥମ ଅଷ୍ଟକଳାର ଶେଷ ଦିନ ହୋଇଥିବାରୁ ସାଧକମାନେ ବିଶେଷ ସିଦ୍ଧିଲାଭ ପାଇଁ ମହାଳୟାର ମହାନିଶାରେ ସାଧନାରତ ରହନ୍ତି। ଓଡ଼ିଆ ଆଧ୍ୟାତ୍ମିକ ଚେତନା ଓ ହିନ୍ଦୁ ବିଧାନ ଅନୁଯାୟୀ ମହାଳୟା ଏକ ସ୍ବତନ୍ତ୍ର ଓ ସ୍ମରଣୀୟ ଦିବସ।

ଡ. ଅରୁନ୍ଧତୀ ଦେବୀ
ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri