ମହାଳୟା ଶ୍ରାଦ୍ଧ

ଆଶ୍ୱିନ ମାସର ଅମାବାସ୍ୟା ହେଉଛି ମହାଳୟା ଅମାବାସ୍ୟା। ଏହି ସମୟରେ ସୂର୍ଯ୍ୟ କନ୍ୟାରାଶିରେ ଅବସ୍ଥାନ କରିଥାନ୍ତି। ମହାଳୟା ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମହାଳୟା ଶ୍ରାଦ୍ଧ କରାଯାଏ। ହିନ୍ଦୁ ସମାଜରେ ନିତ୍ୟ ନୈମିତ୍ତିକ, କାମ୍ୟ, ବୁଦ୍ଧି ଓ ପାର୍ବଣ ଶ୍ରାଦ୍ଧ ନାମରେ ଯେଉଁ ପଞ୍ଚବିଧି ଶ୍ରାଦ୍ଧର ପ୍ରଚଳନ ଅଛି ତନ୍ମଧ୍ୟରେ ମହାଳୟା ଶ୍ରାଦ୍ଧର ଆଦର ଅଧିକ। ଆଶ୍ୱିନ ମାସର କୃଷ୍ଣ ପ୍ରତିପଦ୍‌ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ କହନ୍ତି ପିତୃପକ୍ଷ। ଏହି ପିତୃପକ୍ଷରେ ତୀର୍ଥକ୍ଷେତ୍ର, ପୁଣ୍ୟତୋୟା ନଦୀ କିନ୍ତୁ ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଏ। ଦିବଂଗତ ଗୁରୁ, ସମ୍ପର୍କୀୟ, ପରିଚିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ତର୍ପଣ କରାଯାଏ। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ତର୍ପଣ ପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ। ଏହି ପନ୍ଦର ଦିନ ପିତୃପର୍ବ ପାଇଁ ଉଦ୍ଦିଷ୍ଟ। ଦେବଦେବୀଙ୍କ ଉଦ୍ଦେଶ୍ୟରେ ଯେଉଁ ପୂଜା ଅର୍ଚ୍ଚନା କରାଯାଏ ତାହା ହେଉଛି ଦେବ ପର୍ବ। ଶ୍ରାଦ୍ଧ ହିଁ ପିତୃପର୍ବ। ଶ୍ରଦ୍ଧାରେ ଯେଉଁ ଅନ୍ନାଦି ଭୋଜ୍ୟ ଦ୍ରବ୍ୟ ପ୍ରଦାନ କରାଯାଏ ତାହା ଶ୍ରାଦ୍ଧ। ଭୂଲୋକରେ ଆତ୍ମୀୟ ବା ସମ୍ପର୍କୀୟଙ୍କ ପ୍ରଦ ଭୋଜ୍ୟ ପିତୃଲୋକରେ ପିତୃଗଣଙ୍କ ଗ୍ରହଣୀୟ ଦ୍ରବ୍ୟରେ ପରିବର୍ତ୍ତିତ ହୋଇଯାଏ ବୋଲି ବିଶ୍ୱାସ ରହିଛି। ମହାଳୟା ଶ୍ରାଦ୍ଧରେ ସ୍ବୟଂ ବିଷ୍ଣୁ ବୈଶ୍ୱଦେବ ରୂପେ ଶ୍ରାଦ୍ଧସ୍ଥଳରେ ଉପସ୍ଥିତ ରହନ୍ତି। ମହାଳୟା ଦିନ ଗୟାକ୍ଷେତ୍ରରେ ପିଣ୍ଡଦାନ କଲେ ପିତୃଲୋକ ପରିତୃପ୍ତ ହୁଅନ୍ତି। ତେବେ ଭୁବନେଶ୍ୱର ଓ ବିରଜା କ୍ଷେତ୍ର ଯାଜପୁରରେ ମଧ୍ୟ ମହାଳୟା ଶ୍ରାଦ୍ଧ ଦାନ ପୁଣ୍ୟଦାୟକ।
ହିନ୍ଦୁ ମାନ୍ୟତା ଅନୁଯାୟୀ ପିଣ୍ଡଦାନ ମୋକ୍ଷ ପ୍ରାପ୍ତି ପାଇଁ ଏକ ସହଜ ଏବଂ ସରଳ ମାର୍ଗ। ଏମିତି ଦେଶରେ ଅନେକ ସ୍ଥାନରେ ପିଣ୍ଡଦାନ କରାଯାଏ। ତେବେ ବିହାରର ଗୟାରେ ପିଣ୍ଡଦାନ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱାସ କରାଯାଏ ଭଗବାନ ଶ୍ରୀରାମ ଏବଂ ମା’ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରିଥିଲେ। ଗୟାକୁ ବିଷ୍ଣୁଙ୍କ ନଗର କୁହାଯାଏ। ଏହାକୁ ମୋକ୍ଷର ଭୂମି ମଧ୍ୟ କୁହାଯାଏ। ବିଷ୍ଣୁ ପୁରାଣ ଏବଂ ବାୟୁ ପୁରାଣରେ ଏହାର ଉଲ୍ଲେଖ ଅଛି। ବିଷ୍ଣୁ ପୁରାଣ ଅନୁଯାୟୀ ଗୟାରେ ପିଣ୍ଡଦାନ କଲେ ପୂର୍ବଜଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି କରେ ଏବଂ ସେମାନେ ସ୍ବର୍ଗରେ ବାସ କରନ୍ତି। ବିଶ୍ୱାସ କରାଯାଏ ସ୍ବୟଂ ବିଷ୍ଣୁ ଏଠାରେ ପିତୃଦେବତା ଭାବରେ ଉପସ୍ଥିତ। ତେଣୁ ଏହାକୁ ପିତୃତୀର୍ଥ ମଧ୍ୟ କୁହାଯାଏ। ଗୟାରେ ଥିବା ପଣ୍ଡିତମାନେ କୁହନ୍ତି, ଫଲ୍‌ଗୁ ନଦୀର ତଟରେ ପିଣ୍ଡ ଦାନ ନ କଲେ ଏହା ଅସମ୍ପୂର୍ଣ୍ଣ ରହିଯାଏ। କିମ୍ବଦନ୍ତୀ ଅନୁଯାୟୀ ଭଷ୍ମାସୁରର ବଂଶଜ ଗୟାସୁର କଠିନ ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ମାଗିନେଇଥିଲେ ଯେ, ତା’ର ଶରୀର ଦେବତାମାନଙ୍କ ପରି ପବିତ୍ର ହୋଇଯିବ ଏବଂ ତାକୁ ଦର୍ଶନ କରିବା ମାତ୍ରେ ଲୋକମାନେ ପାପମୁକ୍ତ ହୋଇଯିବେ। ଏହି ବର ମିଳିବା ପରେ ସ୍ବର୍ଗର ଜନସଂଖ୍ୟା ବଢ଼ିବାରେ ଲାଗିଲା ଏବଂ ସବୁକିଛି ପ୍ରକୃତିର ନିୟମ ବିପରୀତରେ ଚାଲିଲା। ଲୋକମାନେ ବିନା ଭୟରେ ପାପ କଲେ ଏବଂ ଗୟାସୁରକୁ ଦର୍ଶନ କରି ପାପମୁକ୍ତ ହେଲେ। ଏଥିରୁ ରକ୍ଷା ପାଇବା ପାଇଁ ଦେବତାମାନେ ଗୟାସୁରଙ୍କୁ ଯଜ୍ଞ ପାଇଁ ପବିତ୍ର ଭୂମି ମାଗିଲେ। ଗୟାସୁର ନିଜ ଶରୀର ଦେବତାମାନଙ୍କ ଯଜ୍ଞ ପାଇଁ ଦେଇଦେଲା। ଯଜ୍ଞଭୂମି ଭାବରେ ବ୍ୟବହୃତ ହେବା ପାଇଁ ଗୟାସୁର ଭୂମିରେ ଶୋଇଲା ଏବଂ ତା’ର ଶରୀର ପାଞ୍ଚ କୋଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଗଲା। ପରବର୍ତ୍ତୀ ସମୟରେ ଏହି ପାଞ୍ଚ କୋଶ ସ୍ଥାନକୁ କୁହାଗଲା ଗୟା। ଯଜ୍ଞରେ ପୋଡ଼ିବା ପରେ ମଧ୍ୟ ଗୟାସୁର ମନରୁ ଲୋକମାନଙ୍କୁ ପାପମୁକ୍ତ କରିବାର ଇଚ୍ଛା ଲୋପ ପାଇଲା ନାହିଁ। ସେ ଦେବତାମାନଙ୍କୁ ବର ମାଗିଲା। ଏହି ସ୍ଥାନରେ ଲୋକଙ୍କୁ ମୋକ୍ଷ ଦେବ। ଯେଉଁ ବ୍ୟକ୍ତି ଏଠାରେ କାହାର ଶ୍ରାଦ୍ଧ ପାଇଁ ପିଣ୍ଡଦାନ କରିବେ ତାଙ୍କୁ ମୁକ୍ତି ମିଳିବ। ଏହି କାରଣରୁ ଆଜି ବି ଲୋକମାନେ ପିତୃପୁରୁଷଙ୍କ ଆତ୍ମାକୁ ମୁକ୍ତି ଦେବା ପାଇଁ ଗୟାରେ ପିଣ୍ଡଦାନ କରନ୍ତି।
ଶାସ୍ତ୍ରରେ ପିତୃପୁରୁଷଙ୍କ ସ୍ଥାନ ଖୁବ୍‌ ଉଚ୍ଚରେ ବୋଲି ବର୍ଣ୍ଣନା କରାଯାଇଛି। ସେ ଚନ୍ଦ୍ରମା ଠାରୁ ଦୂରରେ ଏବଂ ଦେବତାଙ୍କଠାରୁ ଉଚ୍ଚ ସ୍ଥାନରେ ରୁହନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ପିତୃପୁରୁଷଙ୍କ ମଧ୍ୟରେ ମୃତ ପୂର୍ବଜ ଯଥା: ବାପା- ମା, ଜେଜେବାପା – ଜେଜେମା, ଅଜା-ଆଈଙ୍କ ସମେତ ସବୁ ପୂର୍ବଜ ସାମିଲ। ପରଲୋକଗତ ଗୁରୁ ଏବଂ ଆଚାର୍ଯ୍ୟ ମଧ୍ୟ ପିତୃପୁରୁଷଙ୍କ ମଧ୍ୟରେ ସାମିଲ। ଦେଶରେ ଶ୍ରାଦ୍ଧ ପାଇଁ ହରିଦ୍ୱାର, ଗଙ୍ଗାସାଗର, ପୁରୀ, କୁରୁକ୍ଷେତ୍ର, ଚିତ୍ରକୁଟ, ପୁଷ୍କର, ବଦ୍ରିନାଥ ସମେତ ୫୫ଟି ସ୍ଥାନର ବିଶେଷ ମହତ୍ତ୍ୱ ରହିଛି ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଗୟା ଏସବୁ ସ୍ଥାନର ଶୀର୍ଷରେ ରହିଛି। ଗରୁଡ଼ ପୁରାଣରେ କୁହାଯାଇଛି ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଘରୁ ବାହାରିବା ପରେ ଗୟାରେ ପହଞ୍ଚତ୍ବା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ପିତୃପୁରୁଷଙ୍କ ସ୍ବର୍ଗାରୋହଣ ପାଇଁ ଗୋଟିଏ ଗୋଟିଏ ଶିଡ଼ି ସଦୃଶ। ହିନ୍ଦୁ ପୁରାଣ ଅନୁଯାୟୀ ପିତୃପୁରୁଷଙ୍କ ତିନିପିଢ଼ି ପିତୃଲୋକରେ ରୁହନ୍ତି। ଏହା ପୃଥ୍ବୀଲୋକ ଓ ଦେବଲୋକ ମଧ୍ୟରେ ଅଛି। ଏହି ଲୋକର ଅଧୀଶ୍ୱର ମୃତ୍ୟୁଦେବତା ଯମ। ତୃତୀୟ ପିଢ଼ି ପରେ ଚତୁର୍ଥ ପିଢ଼ିର ବଂଶଜ ପିତୃଲୋକରେ ପହଞ୍ଚତ୍ଲେ ପ୍ରଥମ ପିଢ଼ିର ପୂର୍ବଜ ସ୍ବର୍ଗକୁ ଚାଲିଯାନ୍ତି। ତେଣୁ ସେମାନଙ୍କ ପାଇଁ ପିଣ୍ଡ ଦେବା ଆବଶ୍ୟକ ହୁଏନି।
ଦେବୀ ଆରାଧନା ଦୃଷ୍ଟିରୁ ମହାଳୟା ଏକ ପବିତ୍ର ଦିବସ। ଦେବୀଙ୍କର ଷୋଳପୂଜାର ମଧ୍ୟଭାଗରେ ମହାଳୟା ପଡ଼ୁଥିବାରୁ ଏହା ଦେବୀଙ୍କର ପ୍ରିୟତମ ଦିବସ। ତେଣୁ ମହାଳୟା ଅମାବାସ୍ୟାର ଦିନଟି ପିଣ୍ଡଦାନ ଲାଗି ଉତ୍କୃଷ୍ଟ ଏବଂ ରାତ୍ରିଟି ସାଧନାରେ ସିଦ୍ଧି ଲାଭ ପାଇଁ ଅତ୍ୟନ୍ତ ଶୁଭ। ଦେବୀଙ୍କର ପ୍ରଥମ ଅଷ୍ଟକଳାର ଶେଷ ଦିନ ହୋଇଥିବାରୁ ସାଧକମାନେ ବିଶେଷ ସିଦ୍ଧିଲାଭ ପାଇଁ ମହାଳୟାର ମହାନିଶାରେ ସାଧନାରତ ରହନ୍ତି। ଓଡ଼ିଆ ଆଧ୍ୟାତ୍ମିକ ଚେତନା ଓ ହିନ୍ଦୁ ବିଧାନ ଅନୁଯାୟୀ ମହାଳୟା ଏକ ସ୍ବତନ୍ତ୍ର ଓ ସ୍ମରଣୀୟ ଦିବସ।

ଡ. ଅରୁନ୍ଧତୀ ଦେବୀ
ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?