Posted inଫୁରସତ

ମହାବିଷୁବ ସଂକ୍ରାନ୍ତି ବିଶେଷ

ଓଡ଼ିଶାବାସୀଙ୍କ ପାଇଁ ପଣା ସଂକ୍ରାନ୍ତି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହୋଇଥାଏ। ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ। ଚଉଁରା ଓ ବେଲଗଛ ମୂଳେ ବେଲପଣା ଭୋଗ ଲଗାଯାଇଥାଏ। ବସୁନ୍ଧରା ଠେକିରେ ଏକ କଣା କରି ସେଥିରେ ଛତୁଆ, ଦହି, ଗୁଡ଼ମିଶା ବେଲପଣା ରଖି ଚଉଁରାରେ ଟଙ୍ଗା ଯାଇଥାଏ। ଏହି ଅବସରରେ ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ଦଣ୍ଡନାଚ ଓ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍‌ ଧୁମ୍‌ଧାମରେ ପାଳିତ ହୋଇଥାଏ। ଦଣ୍ଡପାଟୁଆମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥା’ନ୍ତି। ମହାବିଷୁବ ସଂକ୍ରାନ୍ତିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହେଉଥିବାରୁ ଘରେ ଘରେ ଦେବଦେବୀଙ୍କ ସ୍ଥାନାନ୍ତର ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳିତ ହୋଇଥାଏ। ପଣା ସଂକ୍ରାନ୍ତିରେ ଲୋକମାନେ ବ୍ରତ ଧାରଣ କରିଥା’ନ୍ତି। ଏହି ଦିନ ହନୁମାନଙ୍କ ଜୟନ୍ତୀ ହୋଇଥିବାରୁ ହନୁମାନଙ୍କ ପୂଜା ମଧ୍ୟ କରାଯାଇଥାଏ। ଅଗ୍ନି ଓ ବାୟୁଙ୍କ କୋପରୁ ରକ୍ଷା ନିମନ୍ତେ ହନୁମାନଙ୍କ ପୂଜା ଅନୁଷ୍ଠିତ ହୋଇଥାଏ।
ଓଡ଼ିଆ ଜନଜୀବନରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂକ୍ରାନ୍ତି ଦିନଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଅନ୍ୟ ଭାବରେ କେହି କେହି ଜଳ ସଂକ୍ରାନ୍ତି ବୋଲି କହିଥା’ନ୍ତି। ଏହି ଦିନରୁ ବାୟୁର ଗତି ପ୍ରଖର ହୋଇଥାଏ ଏବଂ କିଛି ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ବ୍ରାହ୍ମଣ ବା ଯାଚକମାନଙ୍କୁ ସୂର୍ଯ୍ୟଦେବଙ୍କ କୋପରୁ ରକ୍ଷା କରିବା ପାଇଁ ସେମାନଙ୍କୁ ତାଳପତ୍ରରେ ତିଆରି ଛତ୍ର ବା କଠଉ ପାଦୁକା ପ୍ରଦାନ କରିଥାଆନ୍ତି। ଏହି ସଂକ୍ରାନ୍ତିର ଆଉ ଏକ ବିଶେଷତ୍ୱ ହେଉଛି ଆମ ରାଜ୍ୟରେ ପବିତ୍ର ଝାମୁବ୍ରତର ଉଦ୍‌ଯାପନ ହୋଇଥାଏ, ଯାହାକି ଏକ ମାସ ପୂର୍ବରୁ ବ୍ରତଚାରୀମାନେ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିଥା’ନ୍ତି। କେବଳ ଓଡ଼ିଶା ନୁହେଁ, ଭାରତର ଉତ୍ତର ଭାଗରେ ମହାବିଷୁବ ସଂକ୍ରାନ୍ତିକୁ ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ଭାବନାରେ ପାଳନ କରାଯାଇଥାଏ। ମହାବିଷୁବ ସଂକ୍ରାନ୍ତିଠାରୁ ଧାନ୍ୟ, ଲବଣ, ଭୋଗ, ରୂପ, ତେଜ, ସୌଭାଗ୍ୟ, ତାମ୍ବୁଳ, ମନୋରଥ, ଅଶୋକ, ଆୟୁ ଏବଂ ଧନ ସଂକ୍ରାନ୍ତି ବ୍ରତ ଶ୍ରଦ୍ଧାଳୁମାନେ ଆରମ୍ଭ କରନ୍ତି। ଏହି ବ୍ରତ ଯେଉଁମାନେ ପାଳନ କରନ୍ତି, ସେମାନେ ମହାବିଷୁବ ସଂକ୍ରାନ୍ତିଠାରୁ ନିଜର ମନୋମତ ବ୍ରତ ଆରମ୍ଭ କରି ପୁଣି ବର୍ଷକ ପରେ ମହାବିଷୁବ ସଂକ୍ରାନ୍ତିରେ ଉଦ୍‌ଯାପନ କରନ୍ତି। ମହାବିଷୁବ ସଂକ୍ରାନ୍ତି ଦିନ ପ୍ରତ୍ୟେକ ଦେବଦେବୀ ମନ୍ଦିରରେ ଛତୁ ଓ ପଣା ଲାଗିର ବିଧି ରହିଛି। ତେଣୁ ମହାବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ।
ମହାବିଷୁବ ସଂକ୍ରାନ୍ତି କେବଳ ଓଡ଼ିଶାର ଜନଜୀବନ ମଧ୍ୟରେ ସୀମିତ ନାହିଁ, ଦେଶବିଦେଶରେ ଏହା ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ପଞ୍ଜାବରେ ବୈଶାଖୀ, ଆସାମରେ ବିହୁ, ମିଥିଳାରେ ଜୁଇର ଶିତଲ, ବଙ୍ଗଳାରେ ନବବର୍ଷ, କର୍ନାଟକରେ ବିଷୁପର୍ବ, କେରଳରେ ବିଷୁ ଏବଂ ତାମିଲନାଡୁରେ ପୁଥାଣ୍ଡୁ ନାମରେ ଏହି ଦିନଟିକୁ ପାଳନ କରାଯାଏ। ଚୈତ୍ର ପର୍ବ ନାମରେ ପରିଚିତ ଝାମୁଝାତ୍ରା, ହିଙ୍ଗୁଳା ଯାତ୍ରା ବା ପଟୁଆ ଯାତ୍ରା, ଦଣ୍ଡଯାତ୍ରା, ଉଡ଼ା ଯାତ୍ରା ଆଦି ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ଶେଷ ହୋଇଥାଏ। ଉତ୍ତର ଓଡ଼ିଶାରେ ଏହାକୁ ଚଡ଼କ ପର୍ବ ଏବଂ ଦକ୍ଷିଣ ଓଡ଼ିଶାରେ ମେରୁଯାତ୍ରା ବୋଲି କୁହାଯାଏ। ନବବର୍ଷକୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ। ଆଧ୍ୟାତ୍ମିକ ଚେତନାରେ ମହାବିଷୁବ ସଂକ୍ରାନ୍ତିର ଏକ ସ୍ବତନ୍ତ୍ରତା ରହିଥାଏ। ମକର ସଂକ୍ରାନ୍ତି, ଫେବୃୟାରୀ ମାସର କୁମ୍ଭ ସଂକ୍ରାନ୍ତି, ମାର୍ଚ୍ଚ ମାସର ମୀନ ସଂକ୍ରାନ୍ତି, ମଇ ମାସର ବୃଷ ସଂକ୍ରାନ୍ତି, ଜୁନ୍‌ ମାସର ରଜ ସଂକ୍ରାନ୍ତି, ଜୁଲାଇର କର୍କଟ ସଂକ୍ରାନ୍ତି, ଅଗଷ୍ଟର ସିଂହ ସଂକ୍ରାନ୍ତି, ସେପ୍ଟେମ୍ବରର କନ୍ୟା ସଂକ୍ରାନ୍ତି, ଅକ୍ଟୋବରର ତୁଳା ବା ଗର୍ଭଣା ସଂକ୍ରାନ୍ତି, ନଭେମ୍ବରର ବିଛା ସଂକ୍ରାନ୍ତି ପରି ବା ଧନୁମୁଆଁର ଅବକାଶ ରଖୁଥିବା ଧନୁ ସଂକ୍ରାନ୍ତି ବର୍ଷ ତମାମର ବିଭିନ୍ନ ସଂକ୍ରାନ୍ତି ଭିତରେ ଏହି ସଂକ୍ରାନ୍ତିର ସ୍ଥାନର ଏକ ସ୍ବତନ୍ତ୍ରତା ଥାଏ। ଓଡ଼ିଆଙ୍କ ନିତିଦିନିଆ ଜୀବନରେ ମହାବିଷୁବର ପବିତ୍ର ପାର୍ବଣ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଅପୂର୍ବ ସମ୍ପର୍କର ଭିତ୍ତିଭୂମିକୁ ସୁଦୃଢ଼ କରିଛି ନିଶ୍ଚୟ।
-ଡ. ରାଜକିଶୋର ମିଶ୍ର
ମୋ: ୭୦୦୮୧୮୧୮୨୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?