ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ

ଜୟଶ୍ରୀ ପଟ୍ଟନାୟକ

ସୂର୍ଯ୍ୟଙ୍କ ବାର୍ଷିକ ଗତି ବା ରାଶିଚକ୍ର ୧୨ଟି ରାଶି ମଧ୍ୟଦେଇ ଗତି କରିଥାଏ, ଏହି ଗତିକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶିକୁ ନେଇ ହୋଇଥାଏ ୧୨ଟି ସଂକ୍ରାନ୍ତି। ତନ୍ମଧ୍ୟରୁ ମହାବିଷୁବ ସଂକ୍ରାନ୍ତି ହେଉଛି ଶ୍ରେଷ୍ଠ ସଂକ୍ରାନ୍ତି । କାରଣ ଏହିଦିନ ସୂର୍ଯ୍ୟ ବିଷୁବରେଖା ଆଡ଼କୁ ଉତ୍ତରାୟଣ ଗତି କରିଥାନ୍ତି ଓ ସୌରବର୍ଷର ପ୍ରଥମ ଦିନ ହୋଇଥାଏ। ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତିି ତେଣୁ ଏହି ସଂକ୍ରାନ୍ତିକୁ ମେଷସଂକ୍ରାନ୍ତି କୁହନ୍ତି। ଏହିଦିନ ସୂର୍ଯ୍ୟ ବିଷୁବରେଖା ଉପରେ ରହୁଥିବାରୁ ଏହି ସଂକ୍ରାନ୍ତିକୁ ବିଷୁବସଂକ୍ରାନ୍ତି କୁହାଯାଏ ା ହିନ୍ଦୁମାନେ ବିଷୁବସଂକ୍ରାନ୍ତିକୁ ଏକ ପୁଣ୍ୟ ଦିବସ ରୂପେ ମାନିଥାନ୍ତି। କାରଣ ଆମେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ବାସକରୁ, ତେଣୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆମପାଇଁ ଅତି ପବିତ୍ର ସମୟ।
ଏହି ସମୟ ବୈଶାଖ ସଂକ୍ରାନ୍ତି ତିଥିରୁ ଆରମ୍ଭ ହେଉଥିବାରୁ ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ।
ଓଡ଼ିଆ ପଞ୍ଜିକା ଅନୁସାରେ ଏହି ଦିନ ଓଡ଼ିଆ ନବବର୍ଷର ପ୍ରଥମ ଦିନ। ମହାବ୍ରହ୍ମଚାରୀ ପବନସୁତ ହନୁମାନଙ୍କ ଜନ୍ମଦିନ ଏହିଦିନ ହୋଇଥିବାରୁ ତାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ହନୁମାନ ପବନପୁତ୍ର ହୋଇଥିବାରୁ ଅଗ୍ନି ଓ ବାୟୁ ପ୍ରକୋପରୁ ରକ୍ଷା ପାଇବାପାଇଁ ଏହି ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହିଦିନ ହନୁମାନଙ୍କ ନିକଟରେ ବିଭିନ୍ନ ଫଳମୂଳ ସହିତ ଛତୁଆ ଓ ପଣାଭୋଗର ବିଧି ପ୍ରଚଳିତ। ତେଣୁ ଏହି ସଂକ୍ରାନ୍ତିକୁ ପଣାସଂକ୍ରାନ୍ତି ମଧ୍ୟ କୁହାଯାଏ। ଶକ୍ତି ବୃଦ୍ଧି ପାଇଁ ଚଣା, ଗୁଡ଼ ଓ ବେସନ ପ୍ରସ୍ତୁତ ଲଡୁ ହନୁମାନଙ୍କ ପାଖରେ ଲାଗେ।
ଦିନସାରା ହନୁମାନ ଚାଳିଶା, ସଙ୍କଟମୋଚନ ଚଉତିଶା, ତୁଳସୀ ରାମାୟଣ ପାଠ କରାଯାଏ।
ମହାଭାରତ ଯୁଦ୍ଧରେ ଭୀଷ୍ମ ଶରଶଯ୍ୟାରେ ଥିବାବେଳେ ତାଙ୍କୁ ଶୋଷ ଲାଗିବାରୁ ଅର୍ଜୁନ ଏକ ଶରମାରି ପୃଥିବୀ ପୃଷ୍ଠରୁ ଜଳଧାର ସିଧା ତାଙ୍କ ପାଟିରେ ଦେଇ ତୃଷା ମେଣ୍ଟାଇଥିଲେ। ଏହିଦିନ ଥିଲା ବିଷୁବସଂକ୍ରାନ୍ତି ା ତୃଷା ମେଣ୍ଟିବା ପରେ ଭୀଷ୍ମ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିଲେ, ଯେଉଁ ବ୍ୟକ୍ତି ଏହି ସମୟରେ ତୃଷାତ୍ତର୍ର୍ଙ୍କୁ ଜଳଦାନ ଦେବ ତାହାର ସମସ୍ତ ପାପ କ୍ଷୟ ହେବା ସହ ସେ ପୁଣ୍ୟ ଅର୍ଜନ କରିବ । ଫଳରେ ଏହି ଦିନ ଲୋକମାନେ ପୁଣ୍ୟ ଅର୍ଜନ ପାଇଁ ଜଳଦାନ କରିଥାନ୍ତି। ଏହିଦିନ ଶିବଲିଙ୍ଗ, ଶାଳଗ୍ରାମ, ଅଶ୍ୱତ୍ଥ ଓ ତୁଳସୀ ଗଛକୁ ଜଳ ଅର୍ପଣ କରାଯାଏ। ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ବିଷୁବରେଖା ଆଡ଼କୁ ଗତି କରୁଥିବାରୁ ପ୍ରଚଣ୍ଡ ଖରା ବା ବିଷୁବ ରେଖାର ତୀର୍ଯ୍ୟକ କିରଣ ଏହି ସମୟରେ ପୃଥିବୀ ପୃଷ୍ଠରେ ପଡ଼େ, ଫଳରେ ପୃଥିବା ଉତ୍ତପ୍ତ ହେବାରେ ଲାଗେ। ସୂର୍ଯ୍ୟଙ୍କର ତେଜ ଗତି ଫଳରେ ମାନବ ସମାଜ, ଜୀବଜଗତ, ବୃକ୍ଷଲତା ସମସ୍ତେ ପ୍ରଭାବିତ ହୋଇଥା’ନ୍ତି । ନଦୀ, ନାଳ, କୂପ, ଜଳାଶୟ ଶୁଖି ଯାଇଥାଏ। ତେଣୁ ଏହି ଗରମ ତେଜରୁ ରକ୍ଷା କରିବାପାଇଁ ଜଳଛତ୍ରମାନ ଖୋଲାଯାଇଥାଏ। ଲେମ୍ବୁପଣା, ମିଶ୍ରିପଣା, ଦହି ସରବତ, ଆଖୁପଣା, ବେଲପଣା ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଓ ଜଳଶୁଷ୍କତା ଦୂର ହୁଏ। ଦୋକାନଗୁଡ଼ିକରେ ଫଳରସ ଓ ଲସି ବିକ୍ରି ହେଉଥିବାର ଦେଖାଯାଏ। ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପଣାସଂକ୍ରାନ୍ତି ଦିନ ଜଳଛତ୍ର ଖୋଲାଯାଇ ରାସ୍ତାରେ ଯାଉଥିବା ପଥିକମାନଙ୍କ ତୃଷା ନିବାରଣ କରାଯାଏ। ତେଣୁ ଏହାର ଅନ୍ୟ ନାମ ଜଳଦାନ ସଂକ୍ରାନ୍ତି। ଏହିଦିନ ଚଉରାରେ ବସୁନ୍ଧରା ଠେକି କରାଯାଇ ତୁଳସୀ ଗଛ ଉପରେ ଛାମୁଡ଼ିଆ ବନ୍ଧାଯାଇ ନଡ଼ିଆ ବାହୁଙ୍ଗା ଓ ଜାମୁ ଡାଳରେ ଛାୟା ପ୍ରଦାନ କରାଯାଏ ଏବଂ ଠେକିରେ ଜଳରଖି ଅତିକ୍ଷୁଦ୍ର କଣାକରି କୁଟାଖଣ୍ଡରେ ବନ୍ଦ କରି ସରୁ ଜଳଧାରର ବ୍ୟବସ୍ଥା କରାଯାଇଥାଏ ା ତୁଳସୀ ଗଛ ରୋପଣ, ପୂଜନ ପ୍ରତ୍ୟେକ ହିନ୍ଦୁ ପରିବାରର ପରମ୍ପରା। ଏହା ମୂଳରେ ସର୍ବ ଦେବତାଙ୍କ ବାସ ଓ ତୁଳସୀ ତ୍ରିତାପ ନାଶକାରୀ, ତେଣୁ ବୈଶାଖ ରୌଦ୍ରରୁ ରକ୍ଷା କରିବା ପାଇଁ ପ୍ରତିଦିନ ବସୁନ୍ଧରା ଠେକିରେ ପାଣି ଦିଆଯାଏ। ଜଳଧାର ଯେପରି ଟୋପା ଟୋପା ହୋଇ ତୁଳସୀ ଗଛରେ ମାସକ ଯାକ ପଡ଼ିବ ସେହିପରି ବ୍ୟବସ୍ଥା କରାଯାଇଥାଏ।
ତେଣୁ ଏହାକୁ ଠେକିବସା ସଂକ୍ରାନ୍ତି କୁହାଯାଏ।
ଦଣ୍ଡଯାତ୍ରା ମୀନସଂକ୍ରାନ୍ତିର ୯ ଦିନ ପରେ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହୁଏ ।
ଅନେକ ଦେବୀ ପୀଠରେ ଝାମୁଯାତ୍ରା ହୋଇଥାଏ। ମହାବିଷୁବ ସଂକ୍ରାନ୍ତି ଦିନ ଓଡ଼ିଆ ନବବର୍ଷ ପାଳନ ସହ ନୂତନ ପାଞ୍ଜି ପ୍ରଚଳନ କରାଯାଇଥାଏ ା
ଭୁବନେଶ୍ୱର, ମୋ-୭୯୭୮୧୧୦୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?