ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ

ଜୟଶ୍ରୀ ପଟ୍ଟନାୟକ

ସୂର୍ଯ୍ୟଙ୍କ ବାର୍ଷିକ ଗତି ବା ରାଶିଚକ୍ର ୧୨ଟି ରାଶି ମଧ୍ୟଦେଇ ଗତି କରିଥାଏ, ଏହି ଗତିକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶିକୁ ନେଇ ହୋଇଥାଏ ୧୨ଟି ସଂକ୍ରାନ୍ତି। ତନ୍ମଧ୍ୟରୁ ମହାବିଷୁବ ସଂକ୍ରାନ୍ତି ହେଉଛି ଶ୍ରେଷ୍ଠ ସଂକ୍ରାନ୍ତି । କାରଣ ଏହିଦିନ ସୂର୍ଯ୍ୟ ବିଷୁବରେଖା ଆଡ଼କୁ ଉତ୍ତରାୟଣ ଗତି କରିଥାନ୍ତି ଓ ସୌରବର୍ଷର ପ୍ରଥମ ଦିନ ହୋଇଥାଏ। ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତିି ତେଣୁ ଏହି ସଂକ୍ରାନ୍ତିକୁ ମେଷସଂକ୍ରାନ୍ତି କୁହନ୍ତି। ଏହିଦିନ ସୂର୍ଯ୍ୟ ବିଷୁବରେଖା ଉପରେ ରହୁଥିବାରୁ ଏହି ସଂକ୍ରାନ୍ତିକୁ ବିଷୁବସଂକ୍ରାନ୍ତି କୁହାଯାଏ ା ହିନ୍ଦୁମାନେ ବିଷୁବସଂକ୍ରାନ୍ତିକୁ ଏକ ପୁଣ୍ୟ ଦିବସ ରୂପେ ମାନିଥାନ୍ତି। କାରଣ ଆମେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ବାସକରୁ, ତେଣୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆମପାଇଁ ଅତି ପବିତ୍ର ସମୟ।
ଏହି ସମୟ ବୈଶାଖ ସଂକ୍ରାନ୍ତି ତିଥିରୁ ଆରମ୍ଭ ହେଉଥିବାରୁ ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ।
ଓଡ଼ିଆ ପଞ୍ଜିକା ଅନୁସାରେ ଏହି ଦିନ ଓଡ଼ିଆ ନବବର୍ଷର ପ୍ରଥମ ଦିନ। ମହାବ୍ରହ୍ମଚାରୀ ପବନସୁତ ହନୁମାନଙ୍କ ଜନ୍ମଦିନ ଏହିଦିନ ହୋଇଥିବାରୁ ତାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ହନୁମାନ ପବନପୁତ୍ର ହୋଇଥିବାରୁ ଅଗ୍ନି ଓ ବାୟୁ ପ୍ରକୋପରୁ ରକ୍ଷା ପାଇବାପାଇଁ ଏହି ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହିଦିନ ହନୁମାନଙ୍କ ନିକଟରେ ବିଭିନ୍ନ ଫଳମୂଳ ସହିତ ଛତୁଆ ଓ ପଣାଭୋଗର ବିଧି ପ୍ରଚଳିତ। ତେଣୁ ଏହି ସଂକ୍ରାନ୍ତିକୁ ପଣାସଂକ୍ରାନ୍ତି ମଧ୍ୟ କୁହାଯାଏ। ଶକ୍ତି ବୃଦ୍ଧି ପାଇଁ ଚଣା, ଗୁଡ଼ ଓ ବେସନ ପ୍ରସ୍ତୁତ ଲଡୁ ହନୁମାନଙ୍କ ପାଖରେ ଲାଗେ।
ଦିନସାରା ହନୁମାନ ଚାଳିଶା, ସଙ୍କଟମୋଚନ ଚଉତିଶା, ତୁଳସୀ ରାମାୟଣ ପାଠ କରାଯାଏ।
ମହାଭାରତ ଯୁଦ୍ଧରେ ଭୀଷ୍ମ ଶରଶଯ୍ୟାରେ ଥିବାବେଳେ ତାଙ୍କୁ ଶୋଷ ଲାଗିବାରୁ ଅର୍ଜୁନ ଏକ ଶରମାରି ପୃଥିବୀ ପୃଷ୍ଠରୁ ଜଳଧାର ସିଧା ତାଙ୍କ ପାଟିରେ ଦେଇ ତୃଷା ମେଣ୍ଟାଇଥିଲେ। ଏହିଦିନ ଥିଲା ବିଷୁବସଂକ୍ରାନ୍ତି ା ତୃଷା ମେଣ୍ଟିବା ପରେ ଭୀଷ୍ମ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିଲେ, ଯେଉଁ ବ୍ୟକ୍ତି ଏହି ସମୟରେ ତୃଷାତ୍ତର୍ର୍ଙ୍କୁ ଜଳଦାନ ଦେବ ତାହାର ସମସ୍ତ ପାପ କ୍ଷୟ ହେବା ସହ ସେ ପୁଣ୍ୟ ଅର୍ଜନ କରିବ । ଫଳରେ ଏହି ଦିନ ଲୋକମାନେ ପୁଣ୍ୟ ଅର୍ଜନ ପାଇଁ ଜଳଦାନ କରିଥାନ୍ତି। ଏହିଦିନ ଶିବଲିଙ୍ଗ, ଶାଳଗ୍ରାମ, ଅଶ୍ୱତ୍ଥ ଓ ତୁଳସୀ ଗଛକୁ ଜଳ ଅର୍ପଣ କରାଯାଏ। ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ବିଷୁବରେଖା ଆଡ଼କୁ ଗତି କରୁଥିବାରୁ ପ୍ରଚଣ୍ଡ ଖରା ବା ବିଷୁବ ରେଖାର ତୀର୍ଯ୍ୟକ କିରଣ ଏହି ସମୟରେ ପୃଥିବୀ ପୃଷ୍ଠରେ ପଡ଼େ, ଫଳରେ ପୃଥିବା ଉତ୍ତପ୍ତ ହେବାରେ ଲାଗେ। ସୂର୍ଯ୍ୟଙ୍କର ତେଜ ଗତି ଫଳରେ ମାନବ ସମାଜ, ଜୀବଜଗତ, ବୃକ୍ଷଲତା ସମସ୍ତେ ପ୍ରଭାବିତ ହୋଇଥା’ନ୍ତି । ନଦୀ, ନାଳ, କୂପ, ଜଳାଶୟ ଶୁଖି ଯାଇଥାଏ। ତେଣୁ ଏହି ଗରମ ତେଜରୁ ରକ୍ଷା କରିବାପାଇଁ ଜଳଛତ୍ରମାନ ଖୋଲାଯାଇଥାଏ। ଲେମ୍ବୁପଣା, ମିଶ୍ରିପଣା, ଦହି ସରବତ, ଆଖୁପଣା, ବେଲପଣା ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଓ ଜଳଶୁଷ୍କତା ଦୂର ହୁଏ। ଦୋକାନଗୁଡ଼ିକରେ ଫଳରସ ଓ ଲସି ବିକ୍ରି ହେଉଥିବାର ଦେଖାଯାଏ। ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପଣାସଂକ୍ରାନ୍ତି ଦିନ ଜଳଛତ୍ର ଖୋଲାଯାଇ ରାସ୍ତାରେ ଯାଉଥିବା ପଥିକମାନଙ୍କ ତୃଷା ନିବାରଣ କରାଯାଏ। ତେଣୁ ଏହାର ଅନ୍ୟ ନାମ ଜଳଦାନ ସଂକ୍ରାନ୍ତି। ଏହିଦିନ ଚଉରାରେ ବସୁନ୍ଧରା ଠେକି କରାଯାଇ ତୁଳସୀ ଗଛ ଉପରେ ଛାମୁଡ଼ିଆ ବନ୍ଧାଯାଇ ନଡ଼ିଆ ବାହୁଙ୍ଗା ଓ ଜାମୁ ଡାଳରେ ଛାୟା ପ୍ରଦାନ କରାଯାଏ ଏବଂ ଠେକିରେ ଜଳରଖି ଅତିକ୍ଷୁଦ୍ର କଣାକରି କୁଟାଖଣ୍ଡରେ ବନ୍ଦ କରି ସରୁ ଜଳଧାରର ବ୍ୟବସ୍ଥା କରାଯାଇଥାଏ ା ତୁଳସୀ ଗଛ ରୋପଣ, ପୂଜନ ପ୍ରତ୍ୟେକ ହିନ୍ଦୁ ପରିବାରର ପରମ୍ପରା। ଏହା ମୂଳରେ ସର୍ବ ଦେବତାଙ୍କ ବାସ ଓ ତୁଳସୀ ତ୍ରିତାପ ନାଶକାରୀ, ତେଣୁ ବୈଶାଖ ରୌଦ୍ରରୁ ରକ୍ଷା କରିବା ପାଇଁ ପ୍ରତିଦିନ ବସୁନ୍ଧରା ଠେକିରେ ପାଣି ଦିଆଯାଏ। ଜଳଧାର ଯେପରି ଟୋପା ଟୋପା ହୋଇ ତୁଳସୀ ଗଛରେ ମାସକ ଯାକ ପଡ଼ିବ ସେହିପରି ବ୍ୟବସ୍ଥା କରାଯାଇଥାଏ।
ତେଣୁ ଏହାକୁ ଠେକିବସା ସଂକ୍ରାନ୍ତି କୁହାଯାଏ।
ଦଣ୍ଡଯାତ୍ରା ମୀନସଂକ୍ରାନ୍ତିର ୯ ଦିନ ପରେ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତିରେ ଶେଷ ହୁଏ ।
ଅନେକ ଦେବୀ ପୀଠରେ ଝାମୁଯାତ୍ରା ହୋଇଥାଏ। ମହାବିଷୁବ ସଂକ୍ରାନ୍ତି ଦିନ ଓଡ଼ିଆ ନବବର୍ଷ ପାଳନ ସହ ନୂତନ ପାଞ୍ଜି ପ୍ରଚଳନ କରାଯାଇଥାଏ ା
ଭୁବନେଶ୍ୱର, ମୋ-୭୯୭୮୧୧୦୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri