Posted inଫୁରସତ

ମ୍ୟାଜିକ ପେନ୍‌: କେବଳ ଲେଖିବା ନୁହେଁ କରିପାରୁଛି ଆହୁରି ଅନେକ କାମ…

ମନର ଭାବକୁ କାଗଜରେ ଉତାରିବାର ଏକ ମାଧ୍ୟମ ହେଉଛି ପେନ୍‌ ବା କଲମ। କାହିଁ କେବେଠାରୁ ପେନ୍‌ ନିଜର ଏହି କାମ କରିଆସୁଛି। ତେବେ ଆଜିକାଲି ଏମିତି ବି ପେନ୍‌ ଆସିଲାଣି ଯାହା କେବଳ ଲେଖିବା କାମରେ ସୀମିତ ହୋଇ ରହି ନାହିଁ। ଏହା ଏମିତି ଆହୁରି ଅନେକ କାମ କରିପାରୁଛି ଯାହାକୁ ଦେଖିଲେ ଲାଗେ ଜାଦୁ ପରି…

ଇଙ୍କଲେସ୍‌ ମ୍ୟାଜିକ୍‌ ପେନ୍‌: ସ୍ୟାହୀ ନ ଥିଲେ ପେନ୍‌ ଅଦରକାରୀ ପାଲଟିଯାଏ। ତେବେ ଏମିତି ବି ଏକ ପେନ୍‌ ଅଛି, ଯେଉଁଥିରେ ସ୍ୟାହୀ ନାହିଁ ତେବେ ବି ସେଥିରେ ଲେଖି ହୁଏ। ସେପୁଣି ସବୁପ୍ରକାରର କାଗଜରେ ଲେଖି ହୁଏ। ଏଥିରେ ସ୍ୟାହୀ ସରିବାର ବି ଚିନ୍ତା ନାହିଁ। ଏହାର ମେଟାଲରେ ତିଆରି ନିବ୍‌ରେ ଲେଖିଲେ ପେନ୍‌ସିଲ ପରି ଲେଖି ହୁଏ ଓ ଏହାକୁ ଏକ ସ୍ବତନ୍ତ୍ର ଇରେଜର୍‌ରେ ଲିଭାଇ ମଧ୍ୟ ହୁଏ। ତେବେ ଏହାର ନିବ୍‌ ପେନ୍‌ସିଲ ନିବ୍‌ ପରି ସରେ କି ନିବ୍‌କୁ କାଟି ସାର୍ପ କରିବାର ଆବଶ୍ୟକତା ବି ନାହିଁ। ସେଥିପାଇଁ ତ ଜାଦୁ ପରି ଲାଗେ ଏହି ପେନ୍‌।

ନାଇଟ୍‌ ରାଇଟର୍‌ ଏଲଇଡ଼ି ପେନ୍‌: ଏହି ପେନ୍‌ ଦେଖିବାକୁ ବହୁତ ସିମ୍ପଲ। ତେବେ ଉକ୍ତ ପେନ୍‌ର ସାମ୍‌ନା ଭାଗରେ ଓ ନିବ୍‌ ଉପରକୁ ଏଲଇଡି ଲାଇଟ୍‌ ଲାଗିଛି। ଯଦ୍ୱାରା ଅନ୍ଧାର ଅବା କମ୍‌ ଲାଇଟ୍‌ ଥିବା ସମୟରେ ବି କାଗଜରେ ଯାହା ଲେଖିବେ ତାହା ସ୍ପଷ୍ଟ ଦେଖାଯିବ। ପାଇଲଟ୍‌ଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ। କାରଣ ସେମାନେ କକ୍‌ପିଟ୍‌ର ଲାଇଟ୍‌ ଅନ୍‌ ନ କରି ନୋଟ୍‌ କରନ୍ତି ଓ ମ୍ୟାପ୍‌ରେ ମାର୍କ କରନ୍ତି। ଏହାବାଦ ରୁମ୍‌ର ଅନ୍ୟ କାହାକୁ ଡିଷ୍ଟର୍ବ ନ କରି ଲାଇଟ୍‌ ଅଫ୍‌ ଥାଇ ବି ଆପଣ ଲେଖି ପାରିବେ। ଏହା ବ୍ୟାଟେରୀରେ ଚାଲିଥାଏ। ଆଉ ଏହା କଳା, ନୀଳ, ଲାଲ ତିନୋଟି ରଙ୍ଗରେ ଆସେ।

କଲର୍‌ ପିକର୍‌ ପେନ୍‌: ଏହି ପେନ୍‌ ବି ଜାଦୁ ପରି କାମ କରେ। ଉକ୍ତ ପେନ୍‌କୁ ଯେକୌଣସି ପ୍ରାକୃତିକ ଜିନିଷ ସହ ସ୍ପର୍ଶ କରାଇଲେ ପେନ୍‌ଟି ସେହି ଜିନିଷର ରଙ୍ଗକୁ କ୍ୟାପ୍ଚର କରିନିଏ। ଆଉ ସେହି ରଙ୍ଗରେ ଲେଖି ହୁଏ। ତେଣୁ କୌଣସି ଜିନିଷର ଚିତ୍ର କରି ତାକୁ ତାର ପ୍ରାକୃତିକ ରଙ୍ଗ ଦେବାକୁ ଚାହୁଁଥିଲେ ଏହି ପେନ୍‌କୁ ବ୍ୟବହାର କରିପାରିବେ।

ପେନ୍‌ ପ୍ରୋଜେକ୍ଟର: ଉକ୍ତ ପେନ୍‌ ଏତେ ଉପାଦେୟ ଯେ, ସମସ୍ତେ ଏହାକୁ ପାଖରେ ରଖିବାକୁ ଚାହିଁବେ। ଦେଖିବାକୁ ସାଧାରଣ ଲାଗୁଥିଲେ ହେଁ ଉକ୍ତ ପେନ୍‌ ଲେଖିବା ବ୍ୟତିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ କରେ। ତାହା ହେଉଛି ପ୍ରୋଜେକ୍ଟରର। ସାଧାରଣ ପ୍ରୋଜେକ୍ଟର ଯେତିକି ପାଓ୍ବାରଫୁଲ ଏହି ଛୋଟ ପେନ୍‌ ପ୍ରୋଜେକ୍ଟର ସେତିକି ପାଓ୍ବାରଫୁଲ। ଏହାକୁ ନେବା ଆଣିବା କରିବା ସହଜ। ବ୍ୟବହାର କରିବା ବି ସହଜ। ଷ୍ଟେନଲେସ୍‌ ଷ୍ଟିଲର ଏହି ପେନ୍‌ କମ୍‌ ପ୍ରୋଜେକ୍ଟରରେ ବ୍ଲୁଟୁଥ୍‌ ଓ ଏଲଇଡି ସିଷ୍ଟମ ବି ଅଛି।

ଲେଜର୍‌ ପେନ୍‌: ଏହା ଏକ ରେଗୁଲାର ବଲ୍‌ ପଏଣ୍ଟ ପେନ୍‌। ତେବେ ଏଥିରେ ଏକ ପଏଣ୍ଟର ଥାଏ ଯେଉଁଥିରୁ ଲେଜର୍‌ ଲାଇଟ୍‌ ବାହାରିଥାଏ। ଏହାଦ୍ୱାରା କୌଣସି ଜିନିଷକୁ ହାଇଲାଇଟ୍‌ କରି ଦେଖାଇବା ସହଜ ହୁଏ। ଏହାବାଦ ପ୍ରେଜେଣ୍ଟେସନ୍‌ ଓ ଅନ୍ୟାନ୍ୟ ଅଫିସ କାମରେ ବି ଏହା ଲାଗିପାରେ। ଟୁର ଗାଇଡ୍‌, ମ୍ୟୁଜିୟମରେ ବି ଏହାକୁ ବ୍ୟବହାର କରିହେବ।

କ୍ରାମ୍ପ ଫ୍ରି ପେନ୍‌: ଅନେକ ସମୟରେ ଅଧିକ ସମୟ ଲେଖିଲେ ଆଙ୍ଗୁଠି କାଟେ। ତେବେ ଏ ହେଉଛି ଏମିତି ଏକ ପେନ୍‌, ଯାହାକୁ ବ୍ୟବହାର କଲେ ଆଙ୍ଗୁଠି କାଟିବ ନାହିଁ। ଆଲୁମିନିୟମ୍‌ରେ ତିଆରି ଉକ୍ତ ପେନ୍‌ରେ ତର୍ଜନୀ ବା ବିଶି ଆଙ୍ଗୁଠି ଓ ବୁଢା ଆଙ୍ଗୁଠି ରଖିବା ଲାଗି ତିନି ପାର୍ଶ୍ୱରେ ରବର୍‌ ଗ୍ରିପ୍‌ ରହିଛି। ଯଦ୍ୱାରା ଲେଖିବା ବେଶ୍‌ ଆରାମଦାୟକ ହୋଇଥାଏ ଓ ଯେତେ ଲେଖିଲେ ବି ହାତ କାଟେନା। ଇଂରାଜୀ ଅକ୍ଷର Y ପରି ଏହି ପେନ୍‌ର ଡିଜାଇନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri