ଜେଲରେ ଗଲା ମ୍ୟାଡ୍‌ଅଫ୍‌ଙ୍କ ଜୀବନ

ଓ୍ବାଶିଂଟନ୍‌, ୧୬ା୪: ହଜାର ହଜାର ନିବେଶକଙ୍କ ପାଇଁ ଭରସାର ଅନ୍ୟନାମ ପାଲଟିଥିଲେ ବର୍ନାଡ ମ୍ୟାଡ୍‌ଅଫ୍‌। ତାଙ୍କ ନିକଟରେ ନୋବେଲ ବିଜେତା ଏଲି ଓ୍ବିସେଲ, ଫିଲ୍ମ ନିର୍ମାତା ଷ୍ଟିଭେନ ସ୍ପାଇଲବର୍ଗ, ଅଭିନେତା କେଭିନ୍‌ ବେକନ, କାଏରା ସେଜଓ୍ବିକ୍‌ଙ୍କ ସମେତ ବହୁ ବ୍ୟାଙ୍କ, କଲେଜ, ୟୁନିଭର୍ସିଟି ଓ ଘରୋଇ ସଂସ୍ଥା ଅର୍ଥ ଜମା କରିଥିଲେ। ହେଲେ ପ୍ରତିଶ୍ରୁତି ଓ ଭରସା ଅନୁସାରେ ନିବେଶକଙ୍କୁ ଲାଭ ମିଳି ନ ଥିଲା। ଶେଷରେ ନିବେଶକଙ୍କୁ ଡୁବାଇଦେବା ଏହି ଆମେରିକୀୟ ଫାଇନାନ୍ସର୍‌ଙ୍କୁ ୧୫୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ କାରାଗାରରେ ହିଁ ତାଙ୍କ ମୃତ୍ୟୁ ଘଟିଛି।

ବିଶ୍ୱ ଇତିହାସରେ ସବୁଠାରୁ ବଡ଼ ଚିଟ୍‌ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ବର୍ନାଡ ମ୍ୟାଡ୍‌ଅଫ୍‌ଙ୍କ ବୁଧବାର ଆମେରିକାର ଏକ ଜେଲ୍‌ରେ ମୃତ୍ୟୁ ଘଟିଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। ଷ୍ଟକ୍‌ ମାର୍କେଟ୍‌ରେ ଆମେରିକୀୟ ନିବେଶକଙ୍କୁ ଭଲ ଲାଭର ଗ୍ୟାରେଣ୍ଟି ଦେଇ ସେମାନଙ୍କଠାରୁ ବର୍ନାଡ ପ୍ରାୟ ୬୪.୮ ବିଲିୟନ ଡଲାର (୪୮,୪୮,୯୬, ୧୩,୨୦,୦୦୦ ଟଙ୍କା) ଠକି ନେଇଥିଲେ। ୨୦୦୮ରେ ଗିରଫ ହେବା ପରେ ତାଙ୍କୁ ୧୫୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇଥିଲା।
ନିବେଶକଙ୍କ ପାଇଁ ଭରସାର ଅନ୍ୟନାମ ପାଲଟିଥିବା ବର୍ନାଡଙ୍କ ନିକଟରେ କେବଳ ଆମେରିକା ନୁହେଁ, ବିଶ୍ୱର ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଏପରିକି ନୋବେଲ ବିଜେତା ଏଲି ଓ୍ବିସେଲ, ଫିଲ୍ମ ନିର୍ମାତା ଷ୍ଟିଭେନ ସ୍ପାଇଲବର୍ଗ, ଅଭିନେତା କେଭିନ୍‌ ବେକନ, କାଏରା ସେଜଓ୍ବିକ୍‌ଙ୍କ ସମେତ ବହୁ ବ୍ୟାଙ୍କ, କଲେଜ, ୟୁନିଭର୍ସିଟି, ବେସରକାରୀ ସଂସ୍ଥା ସେମାନଙ୍କ ଅର୍ଥ ଜମା କରିଥିଲେ। ଅନେକ ଲୋକ ଅଧିକ ଲାଭ ଆଶାରେ ସେମାନଙ୍କ ଜୀବନସାରା ଅର୍ଜିତ ପୁଞ୍ଜିକୁ ବର୍ନାଡଙ୍କୁ ଦେବାରେ ପଛେଇ ନ ଥିଲେ। ଦୀର୍ଘ ୧୬ ବର୍ଷ ପର୍ଯ୍ୟନ୍ତ ସେ ଏହି କାରବାର ଜାରି ରଖିଥିଲେ। ଖୁବ କମ୍‌ ଦିନରେ ବର୍ନାଡ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଯାଇଥିଲେ। ହେଲେ ପ୍ରତିଶ୍ରୁତି ଓ ଭରସା ଅନୁସାରେ ନିବେଶକଙ୍କୁ ଲାଭ ମିଳି ନ ଥିଲା। ଏପରିକି ବର୍ନାଡ ନୂଆ ଜମାକାରୀଙ୍କ ଟଙ୍କାକୁ ପୁରୁଣା ନିବେଶକଙ୍କୁ ଦେଉଥିଲେ। ୨୦୦୮ରେ ଆମେରିକା ଅର୍ଥନୀତିରେ ସଙ୍କଟ ଆସିବା ପରେ ବଡ଼ ନିବେଶକମାନେ ସେମାନଙ୍କ ଟଙ୍କା ଫେରସ୍ତ ଚାହିଁଥିଲେ। ପରେ ସେମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତରେ ଶୋଇଥିଲେ ପରିବାର, ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର

ପଦ୍ମପୁର,୨୯।୭ (ପ୍ରଦୀପ୍ତ ଦାଶ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପଦ୍ମପୁର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷା…

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri