Posted inଫୁରସତ

ଐତିହାସିକ ପର୍ଯ୍ୟଟନସ୍ଥଳୀ ମଧ୍ୟପ୍ରଦେଶ

ପ୍ରାକୃତିକ, ସାଂସ୍କୃତିକ ତଥା ଐତିହାସିକ ଦୃଷ୍ଟି କୋଣରୁ ଦେଖିଲେ
ମଧ୍ୟପ୍ରଦେଶ ଭାରତର ଏକ ସୁନ୍ଦର ରାଜ୍ୟ ଭାବେ ଜଣାଯାଇଥାଏ। ପର୍ଯ୍ୟଟନ ପାଇଁ ବି ଏଠାରେ ଭରପୂର ସୁଯୋଗ ରହିଛି। ଆକର୍ଷଣୀୟ ଝରଣାର ଦୃଶ୍ୟ ସାଙ୍ଗକୁ ପାହାଡ଼ ପର୍ବତର ସୌନ୍ଦର୍ଯ୍ୟ ତଥା ଐତିହାସିକ ସ୍ମାରକୀ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକୁ ଦେଖିବା ପାଇଁ ଏଠାରେ ସବୁବେଳେ ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଥାଏ…
କରୋନା ମହାମାରୀ ପାଇଁ ଦୀର୍ଘଦିନର ବ୍ୟବଧାନ ପରେ ମଧ୍ୟପ୍ରଦେଶ ବି ପୁଣିଥରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ଆରମ୍ଭ କରିଦେଇଛି। ତେବେ ମଧ୍ୟପ୍ରଦେଶ ହେଉଛି ଭାରତର ଏମିତି ଏକ ରାଜ୍ୟ, ଯାହା ନିଜର ଐତିହାସିକ ସ୍ମାରକୀ, ମନ୍ଦିର ତଥା ଆକର୍ଷଣୀୟ ଦୁର୍ଗ ଓ ମହଲ ଦ୍ୱାରା ଆଗନ୍ତୁକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ତା’ଛଡା ଏଠାରେ ଅନେକ ଜାତୀୟ ଉଦ୍ୟାନ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ବି ରହିଛି, ଯେଉଁଠାରେ ଆଗନ୍ତୁକ ବିଭିନ୍ନ ପ୍ରକାର ଲୁପ୍ତପ୍ରାୟ ପଶୁପକ୍ଷୀ ତଥା ବୃକ୍ଷଲତା ଦେଖିବାର ସୁଯୋଗ ପାଇପାରିବେ।
ପ୍ରମୁଖ ପର୍ଯ୍ୟଟନସ୍ଥଳୀ
ମଧ୍ୟପ୍ରଦେଶରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି –
ଖଜୁରାହୋ: ମଧ୍ୟପ୍ରଦେଶର ଛତରପୁର ଜିଲାରେ ଅବସ୍ଥିତ ବିଶ୍ବ ପ୍ରସିଦ୍ଧ ଖଜୁରାହୋ ଭାରତୀୟ ବାସ୍ତୁକଳା ତଥା ସଂସ୍କୃତିର ଏକ ଅପୂର୍ବ ଉଦାହରଣ । ଖାସ୍‌ କରି ଏଠାକାର ହିନ୍ଦୁ ଓ ଜୈନ ମନ୍ଦିରର ବାସ୍ତୁକଳା ପ୍ରେମର ଏକ ନିଚ୍ଛକ ରୂପକୁ ଦର୍ଶାଇଥାଏ।
ସାଞ୍ଚି: ଏହା ମଧ୍ୟପ୍ରଦେଶର ଏକ ବିଖ୍ୟାତ ବୌଦ୍ଧ ତୀର୍ଥସ୍ଥଳୀ ଭାବେ ଜଣାଶୁଣା। ଏଠାରେ ବୌଦ୍ଧଧର୍ମ ସମ୍ପର୍କରେ ଅନେକ ତଥ୍ୟ ତଥା ନିଆରା ବାସ୍ତୁକଳା ଦେଖିବାକୁ ମିଳିଥାଏ।
ଉଜ୍ଜୈନ: ଏହା ସେଠାକାର ଏକ ପ୍ରମୁଖ ଦର୍ଶନୀୟସ୍ଥାନ ଭାବେ ଜଣାଯାଇଥାଏ। ଏଠାରେ ଅନେକ ମନ୍ଦିର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ମନ୍ଦିର ହେଉଛି ଅନ୍ୟତମ। ଏହା ଦେଶରେ ଦେଖିବାକୁ ମିଳୁଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ତା’ଛଡା କୁମ୍ଭମେଳା ପାଇଁ ବି ଏହି ସ୍ଥାନ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି।
ଗ୍ବାଲିୟର୍‌: ଏହା ସ୍ଥାନୀୟ ଏକ ଐତିହାସିକ ସହର, ଯେଉଁଠାରେ ଅନେକ ଦୁର୍ଗ, ଐତିହାସିକ ସ୍ମାରକୀ, ମହଲ ତଥା ମନ୍ଦିର ଇତ୍ୟାଦି ଦେଖିବାକୁ ମିଳିଥାଏ। ଏଠାକୁ ବୁଲିଗଲେ ଗୌରବଶାଳୀ ଅତୀତ ସମ୍ପର୍କରେ ଅନେକ କିଛି ଜାଣିହୁଏ।
ପଞ୍ଚମଢ଼ୀ: ଏହା ଏକ ଶୈଳନିବାସ, ଯାହାକୁ କେହି କେହି ‘କୁଇନ୍‌ ଅଫ୍‌ ସତପୁରା’ ବୋଲି ମଧ୍ୟ କହିଥାନ୍ତି। ତଥ୍ୟ ଅନୁଯାୟୀ, ନିର୍ବାସନ ସମୟରେ ପଞ୍ଚୁ ପାଣ୍ଡବ ଏଠାରେ କିଛି ସମୟ ବିତାଇଥିଲେ ଏବଂ ଏଠାରେ ପାଞ୍ଚଟି ଗୁମ୍ଫା ବି ନିର୍ମାଣ କରିଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଏହି ସ୍ଥାନଟି ପଞ୍ଚମଢ଼ୀ ନାମରେ ନାମିତ ହୋଇଥିଲା।
ତେବେ କେବଳ ଏତିକି ନୁହେଁ, ମଧ୍ୟପ୍ରଦେଶରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଆହୁରି ବି ଅନେକ ପର୍ଯ୍ୟଟନ ସ୍ଥଳୀମାନ ରହିଛି, ଯେମିତିକି : ଭେଡାଘାଟ, ଅମରକଣ୍ଟକ, ଭୋପାଲ୍‌, ଆଲାମପୁର୍‌ ଇତ୍ୟାଦି ଅନ୍ୟତମ।
ଲୋକପ୍ରିୟ ଭୋଜନ : ଏଠାରେ ଉଭୟ ଶାକାହାରୀ ଓ ମାସାଂହାରୀ ବ୍ୟଞ୍ଜନ ଖାଇବାକୁ ମିଳିଥାଏ। ତେବେ ଏଠାକାର ପ୍ରସିଦ୍ଧ ବ୍ୟଞ୍ଜନ ମଧ୍ୟରେ ପୋହା ଜଲେବି, ଦାଲ୍‌ ବାଫଲା, କୋରମା, ବିରିଆନି, କବାବ୍‌, ଦାଲ୍‌ ଚାୱଲ୍‌ ଇତ୍ୟାଦି ହେଉଛି ଅନ୍ୟତମ।
ଜାଣିବା କଥା: ପର୍ଯ୍ୟଟକଙ୍କର ଆଗମନକୁ ଅନୁମତି ଦେବା ସହିତ ସ୍ଥାନୀୟ ସରକାର ମଧ୍ୟପ୍ରଦେଶର କିଛି ହୋଟେଲ୍‌ ଓ ରିସୋର୍ଟକୁ ବି ଖୋଲିବା ନିମନ୍ତେ ସର୍ତ୍ତାବଳୀ ଅନୁଯାୟୀ ଅନୁମତି ପ୍ରଦାନ କରିଛନ୍ତି। ତେଣୁ ଏଠାକୁ ବୁଲିଯିବା ପୂର୍ବରୁ କେଉଁ ହୋଟେଲ୍‌ ଓ ରିସୋର୍ଟ ଖୋଲା ରହିଛି ତା’ ବିଷୟରେ ଠିକ୍‌ ତଥ୍ୟ ନେବା ସହିତ ଆଡଭାନ୍ସରେ ବୁକିଂ କରିନେବା ଲାଭଦାୟକ ହୋଇଥାଏ। କେବଳ ସେତିକି ନୁହେଁ କରୋନା ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମାବଳୀକୁ ମାନି ବୁଲାବୁଲି କଲେ ସଂକ୍ରମଣର ଭୟ ମଧ୍ୟ କମ୍‌ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri