Posted inଫୁରସତ

ଐତିହାସିକ ପର୍ଯ୍ୟଟନସ୍ଥଳୀ ମଧ୍ୟପ୍ରଦେଶ

ପ୍ରାକୃତିକ, ସାଂସ୍କୃତିକ ତଥା ଐତିହାସିକ ଦୃଷ୍ଟି କୋଣରୁ ଦେଖିଲେ
ମଧ୍ୟପ୍ରଦେଶ ଭାରତର ଏକ ସୁନ୍ଦର ରାଜ୍ୟ ଭାବେ ଜଣାଯାଇଥାଏ। ପର୍ଯ୍ୟଟନ ପାଇଁ ବି ଏଠାରେ ଭରପୂର ସୁଯୋଗ ରହିଛି। ଆକର୍ଷଣୀୟ ଝରଣାର ଦୃଶ୍ୟ ସାଙ୍ଗକୁ ପାହାଡ଼ ପର୍ବତର ସୌନ୍ଦର୍ଯ୍ୟ ତଥା ଐତିହାସିକ ସ୍ମାରକୀ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନଗୁଡ଼ିକୁ ଦେଖିବା ପାଇଁ ଏଠାରେ ସବୁବେଳେ ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଥାଏ…
କରୋନା ମହାମାରୀ ପାଇଁ ଦୀର୍ଘଦିନର ବ୍ୟବଧାନ ପରେ ମଧ୍ୟପ୍ରଦେଶ ବି ପୁଣିଥରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ଆରମ୍ଭ କରିଦେଇଛି। ତେବେ ମଧ୍ୟପ୍ରଦେଶ ହେଉଛି ଭାରତର ଏମିତି ଏକ ରାଜ୍ୟ, ଯାହା ନିଜର ଐତିହାସିକ ସ୍ମାରକୀ, ମନ୍ଦିର ତଥା ଆକର୍ଷଣୀୟ ଦୁର୍ଗ ଓ ମହଲ ଦ୍ୱାରା ଆଗନ୍ତୁକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ତା’ଛଡା ଏଠାରେ ଅନେକ ଜାତୀୟ ଉଦ୍ୟାନ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ବି ରହିଛି, ଯେଉଁଠାରେ ଆଗନ୍ତୁକ ବିଭିନ୍ନ ପ୍ରକାର ଲୁପ୍ତପ୍ରାୟ ପଶୁପକ୍ଷୀ ତଥା ବୃକ୍ଷଲତା ଦେଖିବାର ସୁଯୋଗ ପାଇପାରିବେ।
ପ୍ରମୁଖ ପର୍ଯ୍ୟଟନସ୍ଥଳୀ
ମଧ୍ୟପ୍ରଦେଶରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି –
ଖଜୁରାହୋ: ମଧ୍ୟପ୍ରଦେଶର ଛତରପୁର ଜିଲାରେ ଅବସ୍ଥିତ ବିଶ୍ବ ପ୍ରସିଦ୍ଧ ଖଜୁରାହୋ ଭାରତୀୟ ବାସ୍ତୁକଳା ତଥା ସଂସ୍କୃତିର ଏକ ଅପୂର୍ବ ଉଦାହରଣ । ଖାସ୍‌ କରି ଏଠାକାର ହିନ୍ଦୁ ଓ ଜୈନ ମନ୍ଦିରର ବାସ୍ତୁକଳା ପ୍ରେମର ଏକ ନିଚ୍ଛକ ରୂପକୁ ଦର୍ଶାଇଥାଏ।
ସାଞ୍ଚି: ଏହା ମଧ୍ୟପ୍ରଦେଶର ଏକ ବିଖ୍ୟାତ ବୌଦ୍ଧ ତୀର୍ଥସ୍ଥଳୀ ଭାବେ ଜଣାଶୁଣା। ଏଠାରେ ବୌଦ୍ଧଧର୍ମ ସମ୍ପର୍କରେ ଅନେକ ତଥ୍ୟ ତଥା ନିଆରା ବାସ୍ତୁକଳା ଦେଖିବାକୁ ମିଳିଥାଏ।
ଉଜ୍ଜୈନ: ଏହା ସେଠାକାର ଏକ ପ୍ରମୁଖ ଦର୍ଶନୀୟସ୍ଥାନ ଭାବେ ଜଣାଯାଇଥାଏ। ଏଠାରେ ଅନେକ ମନ୍ଦିର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ମନ୍ଦିର ହେଉଛି ଅନ୍ୟତମ। ଏହା ଦେଶରେ ଦେଖିବାକୁ ମିଳୁଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ। ତା’ଛଡା କୁମ୍ଭମେଳା ପାଇଁ ବି ଏହି ସ୍ଥାନ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି।
ଗ୍ବାଲିୟର୍‌: ଏହା ସ୍ଥାନୀୟ ଏକ ଐତିହାସିକ ସହର, ଯେଉଁଠାରେ ଅନେକ ଦୁର୍ଗ, ଐତିହାସିକ ସ୍ମାରକୀ, ମହଲ ତଥା ମନ୍ଦିର ଇତ୍ୟାଦି ଦେଖିବାକୁ ମିଳିଥାଏ। ଏଠାକୁ ବୁଲିଗଲେ ଗୌରବଶାଳୀ ଅତୀତ ସମ୍ପର୍କରେ ଅନେକ କିଛି ଜାଣିହୁଏ।
ପଞ୍ଚମଢ଼ୀ: ଏହା ଏକ ଶୈଳନିବାସ, ଯାହାକୁ କେହି କେହି ‘କୁଇନ୍‌ ଅଫ୍‌ ସତପୁରା’ ବୋଲି ମଧ୍ୟ କହିଥାନ୍ତି। ତଥ୍ୟ ଅନୁଯାୟୀ, ନିର୍ବାସନ ସମୟରେ ପଞ୍ଚୁ ପାଣ୍ଡବ ଏଠାରେ କିଛି ସମୟ ବିତାଇଥିଲେ ଏବଂ ଏଠାରେ ପାଞ୍ଚଟି ଗୁମ୍ଫା ବି ନିର୍ମାଣ କରିଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ଏହି ସ୍ଥାନଟି ପଞ୍ଚମଢ଼ୀ ନାମରେ ନାମିତ ହୋଇଥିଲା।
ତେବେ କେବଳ ଏତିକି ନୁହେଁ, ମଧ୍ୟପ୍ରଦେଶରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଆହୁରି ବି ଅନେକ ପର୍ଯ୍ୟଟନ ସ୍ଥଳୀମାନ ରହିଛି, ଯେମିତିକି : ଭେଡାଘାଟ, ଅମରକଣ୍ଟକ, ଭୋପାଲ୍‌, ଆଲାମପୁର୍‌ ଇତ୍ୟାଦି ଅନ୍ୟତମ।
ଲୋକପ୍ରିୟ ଭୋଜନ : ଏଠାରେ ଉଭୟ ଶାକାହାରୀ ଓ ମାସାଂହାରୀ ବ୍ୟଞ୍ଜନ ଖାଇବାକୁ ମିଳିଥାଏ। ତେବେ ଏଠାକାର ପ୍ରସିଦ୍ଧ ବ୍ୟଞ୍ଜନ ମଧ୍ୟରେ ପୋହା ଜଲେବି, ଦାଲ୍‌ ବାଫଲା, କୋରମା, ବିରିଆନି, କବାବ୍‌, ଦାଲ୍‌ ଚାୱଲ୍‌ ଇତ୍ୟାଦି ହେଉଛି ଅନ୍ୟତମ।
ଜାଣିବା କଥା: ପର୍ଯ୍ୟଟକଙ୍କର ଆଗମନକୁ ଅନୁମତି ଦେବା ସହିତ ସ୍ଥାନୀୟ ସରକାର ମଧ୍ୟପ୍ରଦେଶର କିଛି ହୋଟେଲ୍‌ ଓ ରିସୋର୍ଟକୁ ବି ଖୋଲିବା ନିମନ୍ତେ ସର୍ତ୍ତାବଳୀ ଅନୁଯାୟୀ ଅନୁମତି ପ୍ରଦାନ କରିଛନ୍ତି। ତେଣୁ ଏଠାକୁ ବୁଲିଯିବା ପୂର୍ବରୁ କେଉଁ ହୋଟେଲ୍‌ ଓ ରିସୋର୍ଟ ଖୋଲା ରହିଛି ତା’ ବିଷୟରେ ଠିକ୍‌ ତଥ୍ୟ ନେବା ସହିତ ଆଡଭାନ୍ସରେ ବୁକିଂ କରିନେବା ଲାଭଦାୟକ ହୋଇଥାଏ। କେବଳ ସେତିକି ନୁହେଁ କରୋନା ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମାବଳୀକୁ ମାନି ବୁଲାବୁଲି କଲେ ସଂକ୍ରମଣର ଭୟ ମଧ୍ୟ କମ୍‌ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?