Posted inଜାତୀୟ

ମାଉସୀ ନମସ୍କାର କହି ଘରେ ପଶିଲେ କିଛି ବ୍ୟକ୍ତି, ଆଉ ତା’ପରେ

ଗ୍ବାଲିୟର୍‌,୨୯।୭: ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଏକ ଅଜବ ଲୁଟ୍‌ ହୋଇଛି। ମାଉସୀ ନମସ୍କାର କହି ଘରେ ପଶି ଖେଳନା ବନ୍ଧୁକ ଦେଖାଇ ଲୁଟ କରିନେଇଛନ୍ତି ଦୁର୍ବୃତ୍ତ। ସହରର ପରିବହନ ବ୍ୟବସାୟୀଙ୍କ ଘରୁ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଘରେ ତାଙ୍କ ସ୍ତ୍ରୀ ଏକୁଟିଆ ଥିଲେ। ଏହି ସମୟରେ କିଛି ବ୍ୟକ୍ତି ଘରକୁ ଆସି ମାଉସୀ ନମସ୍କାର କହି ପାଦ ଛୁଇଁବା ବାହାନାରେ ଘର ଭିତରେ ପ୍ରବେଶ କରିଥିଲେ। ଏହାପରେ ନକଲି ପିଷ୍ଟଲ ଦେଖାଇ ଘରେ ପଶିଥିଲେ। ଲକ୍ଷାଧିକ ଟଙ୍କା ନେଇ ପଳାଇଥିଲେ। ଯିବାପରେ ନକଲି ବନ୍ଧୁକ ଘରେ ଛାଡି ଦେଇଯାଇଛନ୍ତି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ପୋଲିସ ସିସିଟିଭିରୁ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି। ସୂଚନାଯୋଗ୍ୟ, ରାକେଶ ଶର୍ମା ନାମକ ଏହି ପରିବହନ ବ୍ୟବସାୟୀ ନିଜ ବ୍ୟବସାୟ ପାଇଁ ଅଢେଇ ଲକ୍ଷ ଟଙ୍କା କାହାକୁ ଦେବେ ବୋଲି ଘରେ ରଖିଥିଲେ। ସେ ସମସ୍ତ ଟଙ୍କା ଚୋରି ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟ: କାମରେ ଯୋଗ ଦେଉନାହାନ୍ତି ୨୩୪ ଡାକ୍ତର!

ପାଟନା,୧୨।୪: କରୋନା ଭାଇରସକୁ ମୁକାବିଲା କରିବାକୁ ଡାକ୍ତର, ନର୍ସଙ୍କର ବିଶେଷ ଭୂମିକା ଥିବା ବେଳେ ବିହାରରେ କିନ୍ତୁ ଏଥିରେ କିଛି ମାତ୍ରାରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷ...

ଆଇସିୟୁରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର,୬।୫: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନାବାଳିକା ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ

ଜମ୍ମୁ,୧୭।୮: ଜମ୍ମୁ-କଶ୍ମୀରର ବାରମୂଳାରେ ଆତଙ୍କବାଦୀମାନେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବାରମୂଳାର କ୍ରେରି ଅଞ୍ଚଳରେ ସିଆର୍‌ପିଏଫ୍‌ ଓ ପୋଲିସର ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳି...

ସାଧାରଣତନ୍ତ୍ର ଦିବସକୁ ନେଇ ମନ୍ତ୍ରୀଙ୍କ ଜ୍ଞାନ: ୧୯୮୫ରେ ଲାଗୁ ହୋଇଛି ଦେଶର ସମ୍ବିଧାନ

ପାଟନା,୨୬।୧: ଦେଶ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ବିହାରର ଜଣେ ମନ୍ତ୍ରୀଙ୍କ ଜ୍ଞାନ ଏବେ ଚର୍ଚ୍ଚାକୁ ଆସିଛି। ବିହାର ବିଧାନସଭାରେ...

ଭାଜପା ନେତାଙ୍କ ଝିଅଙ୍କୁ ନିସ୍ତୁକ ମାଡ଼ ପରେ ହତ୍ୟା

ରାଞ୍ଚି, ୯।୬: ଝାଡ଼ଖଣ୍ଡର ପାଲାମୁ ଜିଲାର ଲାଲିମାଟି ଜଙ୍ଗଲରୁ ବୁଧବାର ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସ୍ଥାନୀୟ ଭାଜପା ନେତାଙ୍କ ଝିଅ...

ନିର୍ବାସନ ଏକ ସାଧାରଣ ଦଣ୍ଡାଦେଶ ନୁହେଁ, ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ…

ନୂଆଦିଲ୍ଲୀ, ୨୯।୧ : ନିର୍ବାସନ ଦଣ୍ଡାଦେଶ ଏକ ସାଧାରଣ ଦଣ୍ଡାଦେଶ ନୁହେଁ। ଗୁରୁତର ଅପରାଧ କ୍ଷେତ୍ରରେ ଏହାର ଉପଯୋଗ ହେବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।...

କରୋନା ସ୍ଥିତି, ଟିକାକରଣକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୧୦ ।୯: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରକୁ ନେଇ ବେଳକୁ ବେଳ ଆଶଙ୍କା ବଢିବାରେ ଲାଗିଛି ।...

ଆନ୍ଧ୍ରରେ ପୌର ନିର୍ବାଚନ ସ୍ଥଗିତ

ଅମରାବତୀ,୧୬।୩: କରୋନା ଭୟରେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନ ଚଳିତ ମାସରେ ହେବାକୁ ଥିବା ମଣ୍ଡଳ ଓ ଜିଲା ପରିଷଦ ନିର୍ବାଚନ ସମେତ ପୌର ନିର୍ବାଚନକୁ...

Advertisement
Archives

Model This Week