Posted inଫୁରସତ

ବର୍ଷାରେ ଉପୁଡ଼ି ପଡ଼ିଥିବା ୨୦୦ ବର୍ଷ ପୁରୁଣା ବରଗଛକୁ ବଞ୍ଚାଇବାକୁ ଅଭିନବ ପ୍ରୟାସ

ଭୋପାଳ, ୨୫।୬- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କିଛିଦିନ ହେବ ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁ ୨୦୦ ବର୍ଷ ତଳର ଏକ ପୁରୁଣା ବରଗଛ ଉପୁଡ଼ି ପଡ଼ିଛି। କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ପୁର୍ନବାର ବଞ୍ଚାଇବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ସ୍ଥାନୀୟ କମଳା ନେହରୁ ପାର୍କରେ ରହିଥିବା ୨୦୦ ବର୍ଷ ତଳର ଏହି ପୁରୁଣା ବରଗଛଟି ଅନେକ ଲୋକଙ୍କୁ ଛାଇ ଦେଇଆସୁଥିଲା। କିନ୍ତୁ ଚଳିତ ବର୍ଷ ମୌସୁମୀ ଆରମ୍ଭରୁ ଲଗାତର ହୋଇଆସୁଥିବା ବର୍ଷାକୁ ଏହି ବରଗଛଟି ସାମ୍ନା କରିପାରି ନାହିଁ। ଗଛଟି ଉପୁଡ଼ି ପଡ଼ିବା ସହ ଏହାର ଚେର ସବୁ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ତେବେ ୨୦୦ ବର୍ଷ ତଳର ଏହି ବରଗଛର ମହତ୍ତ୍ୱକୁ ନଜରରେ ରଖି ସ୍ଥାନୀୟ ନଗର ନିଗମ ବିଭାଗ ପକ୍ଷରୁ ଏହାକୁ ପୁର୍ନବାର ବଞ୍ଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଉଦ୍ୟାନ ବିଭାଗର ମଧ୍ୟ ସହାୟତା ନିଆଯାଇଛି। ଭୂମି ଉପରେ ଶୋଇ ପଡ଼ିଥିବା ଏହି ଗଛର ଚେର ଉପରେ ପ୍ରଥମେ ମାଟି ପକାଇବା କାମ ଆରମ୍ଭ ହୋଇଛି। ଗଛଟି ଏତେ ବିଶାଳ ଯେ ଏହାର ମୂଳକୁ ଢ଼ାଙ୍କିବା ପାଇଁ ୧୦ ଟ୍ରକ ମାଟିର ଆବଶ୍ୟକ ହୋଇଛି। ଚେରଗୁଡ଼ିକ ମାଟିରେ ଆଚ୍ଛାଦିତ ହେବାପରେ ଏହାକୁ ପୋତି ଦିଆଯିବ। ଏହାପରେ ଗଛମୂଳରେ ନିରନ୍ତର ପାଣିଦେବା ଲାଗି ପାଇପ୍‌ର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ଏହା ଫଳରେ ଚେରଗୁଡ଼ିକ ଶୁଖିବାରୁ ରକ୍ଷା ପାଇଯିବ। ସେହିଭଳି ଗଛର ଚାରିପଟେ ବାଉଣ୍ଡରୀ ମଧ୍ୟ କରାଯାଇଛି। ଯାହାଦ୍ୱାରା ମାଟି ବାହାରକୁ ଆସିପାରିବ ନାହିଁ। ପୂର୍ବରୁ ଏହି ବରଗଛକୁ ଦୁଇଥର ବଜ୍ରପାତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri