କରୋନାକୁ ହରାଇ ଘରକୁ ଫେରିଲେ ଦୀପିକାଙ୍କ ମା’

ଟେଲି ଅଭିନେତ୍ରୀ ଦୀପିକା ସିଂଙ୍କ ମା’ ଏବଂ ଜେଜେ ମା’ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କ ମା’ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଦୀପିକା ଇନ୍‌ଷ୍ଟାଗ୍ରାମ୍‌ରେ ମା’ ଏବଂ ଜେଜେ ମା’ଙ୍କ ଏକ ଫଟୋ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ ଦିଲ୍ଲୀ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଦୀପିକା ଏହି ଟୁଇଟ୍‌କୁ ଅରବିନ୍ଦ କେଜରିଓ୍ବାଲ ଏବଂ ମନୀଷ ସିସୋଦିୟାଙ୍କୁ ମଧ୍ୟ ଟ୍ୟାଗ୍‌ କରିଥିବା ଜଣାପଡ଼ିଛି। ଏବେ ମଧ୍ୟ ତାଙ୍କ ଜେଜେ ମା’ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଦୀପିକାଙ୍କ ମା’ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଉକ୍ତ ହସ୍ପିଟାଲ ତାଙ୍କ ରିପୋର୍ଟର କପି ଦେଇ ନ ଥିଲେ। ଫଳରେ ବିନା ରିପୋର୍ଟରେ ତାଙ୍କ ମା’ଙ୍କୁ ଚିକିତ୍ସା ପାଇଁ କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରୁ ନ ଥିଲା। ଏଥିପାଇଁ ଦୀପିକା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସାହାଯ୍ୟ ମାଗିଥିଲେ। ପରେ କେଜରିଓ୍ବାଲ ସରକାର ହସ୍ପିଟାଲରେ ତାଙ୍କ ମା’ଙ୍କୁ ବେଡ୍‌ ଦେବାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେଲା ଟ୍ବିଙ୍କିଲଙ୍କ ଭବିଷ୍ୟବାଣୀ!

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ଥିବା ବେଳେ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଘରେ...

ବିଗ୍‌ ବିଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ପରିବାରର ୪ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ଘଟଣା ଜଣାପଡିବା...

ଏମିତି ବିବାହ ବାର୍ଷିକୀ ପାଳନ କରିବେ ଦୀପ୍‌ବୀର

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବଂ ରଣବୀର ସିଂ ନଭେମ୍ବର ୧୪ରେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବେ। ୨୦୧୮ରେ ଉଭୟଙ୍କ ବିବାହ ଖୁବ୍‌ ଆଡମ୍ବରରେ...

ସୁପର ଓଭରରେ ଭାରତର ବିରଳ ବିଜୟ: କବିତା ଲେଖି ଦଳକୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଟିକିଏ ସମୟ ପାଇଲେ ସେ ଖେଳ ଦେଖିବାକୁ ଭଲପାଆନ୍ତି। ସେ ଭାରତୀୟ କ୍ରିକେଟ...

ରାଜୀବଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ଗୀତା

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର କୋରିଓଗ୍ରାଫର ଗୀତା କପୁର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି। ବଲିଉଡ୍‌ର ପପୁଲାର...

ନଓ୍ବାଜୁଦ୍ଦିନଙ୍କୁ ହ୍ବାଟ୍ସଆପ୍‌ରେ ଛାଡ଼ପତ୍ର ନୋଟିସ

ମୁମ୍ବାଇ: ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ତାଙ୍କ ସ୍ତ୍ରୀ ଆଲିଆ ସିଦ୍ଦିକି ଛାଡ଼ପତ୍ର ନୋଟିସ୍‌ ପଠାଇଛନ୍ତି। ବିବାହର ୧୦ବର୍ଷ ପରେ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର...

ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ...

ଗୋଟିଏ ଦିନ ଶୁଟିଂ ପାଇଁ ୧.୫ କୋଟି ଟଙ୍କା ନିଅନ୍ତି ଏହି ଅଭିନେତ୍ରୀ: ରୋଜଗାରକୁ ନେଇ ଉଠିଛି ବିବାଦ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଲିଉଡ୍‌ର କୁଇନ୍‌ କୁହାଯାଏ। ଅଭିନୟ କରିଥିବା ପ୍ରତିଟି ଫିଲ୍ମରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥାନ୍ତି। ପ୍ରଥମେ ନେପୋଟିଜିମ୍‌ ଆଉ...

Coronavirus Update


Archives

Model This Week

Why Dharitri