Posted inଭଦ୍ରକ

ବେଆଇନ ବାଲି ଖାଦାନରେ ଚଢ଼ାଉ: ୨୧ ଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ, ୨୫ା୬(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀର ବନ୍ଦାଲୋ ମଢିଆଳିଠାରୁ ଷୋଳମପୁର ପଞ୍ଚାୟତର ଦାଣ୍ଡକୁଳ ପର୍ଯ୍ୟନ୍ତ ବିଭିନ୍ନ ଘାଟରୁ ଶହ ଶହ ଟ୍ରିପ ବାଲି ପ୍ରଶାସନ ଜାଣତରେ ଟ୍ରକ, ଟ୍ରାକ୍ଟର ଓ ହାଇଓ୍ବାରେ ଚୋରାଚାଲାଣ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଗୁରୁବାର ଭୋର ସମୟରେ ପୋଲିସ ପକ୍ଷରୁ ବାଲିପୋଖରୀଠାରେ ଚଢାଉ କରାଯାଇ ୨୧ଟି ଟ୍ରାକ୍ଟରକୁ ଜବତ କରାଯାଇଛି। ଖବରପାଇ ସ୍ଥାନୀୟ ଅଞ୍ଚଳର ଟ୍ରାକ୍ଟରଗୁଡିକ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଟ୍ରାକ୍ଟର ଧରାପଡିଛନ୍ତି। ଏହି ଚଢ଼ାଉ ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା। ପୋଲିସ ଜବତ କରିଥିବା ଟ୍ରାକ୍ଟରଗୁଡିକୁ ଉପରେ ମାମଲା ରୁଜୁ କରିବା ସହ ପରିବହନ ବିଭାଗ ଦ୍ୱାରା ଗାଡିର ଆବଶ୍ୟକ କାଗଜପତ୍ର, ଟ୍ୟାକ୍ସ, ଇନ୍ସୁରାନ୍ସ, ଫିଟନେସ ଯାଞ୍ଚ କରାଯିବ ବୋଲି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ସୂଚନା ଦେଇଛନ୍ତି। ଜବତ ୨୧ ଟ୍ରାକ୍ଟରକୁ ତହସିଲ ପରିସରରେ ରଖାଯାଇଛି। ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ଏସ୍‌ଡ଼ିପିଓ ମନୋରଞ୍ଜନ ସାମଲ, ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ , ଧାମନଗର ଏଏସ୍‌ଆଇ ହୃଷିକେଶ ବିଶ୍ୱାଳ ,ମଞ୍ଜୁରୀରୋଡ ଫାଣ୍ଡି ଏଏସ୍‌ଆଇ ବ୍ରଜକିଶୋର ଦାସ , ଜଗନାଥପ୍ରସାଦ ଅତିରିକ୍ତ ରାଜସ୍ବ ନିରୀକ୍ଷକ କମଳାକାନ୍ତ ନାୟକ ଓ ପୋଲିସ ଫୋର୍ସ ଚଢାଉରେ ସାମିଲ ହୋଇଥିଲେ। ସେହିପରି ମଣିନାଥପୁର, ମୁଢ଼ାପଦା, ଦାଣ୍ଡକୁଳ, ନେରଡା, ଝୁଟଣା, ବନ୍ଦାଲୋ ଆଦି ଅଞ୍ଚଳରେ ଦୈନନ୍ଦିନ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?