Posted inଭଦ୍ରକ

ବେଆଇନ ବାଲି ଖାଦାନରେ ଚଢ଼ାଉ: ୨୧ ଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ, ୨୫ା୬(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀର ବନ୍ଦାଲୋ ମଢିଆଳିଠାରୁ ଷୋଳମପୁର ପଞ୍ଚାୟତର ଦାଣ୍ଡକୁଳ ପର୍ଯ୍ୟନ୍ତ ବିଭିନ୍ନ ଘାଟରୁ ଶହ ଶହ ଟ୍ରିପ ବାଲି ପ୍ରଶାସନ ଜାଣତରେ ଟ୍ରକ, ଟ୍ରାକ୍ଟର ଓ ହାଇଓ୍ବାରେ ଚୋରାଚାଲାଣ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଗୁରୁବାର ଭୋର ସମୟରେ ପୋଲିସ ପକ୍ଷରୁ ବାଲିପୋଖରୀଠାରେ ଚଢାଉ କରାଯାଇ ୨୧ଟି ଟ୍ରାକ୍ଟରକୁ ଜବତ କରାଯାଇଛି। ଖବରପାଇ ସ୍ଥାନୀୟ ଅଞ୍ଚଳର ଟ୍ରାକ୍ଟରଗୁଡିକ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଟ୍ରାକ୍ଟର ଧରାପଡିଛନ୍ତି। ଏହି ଚଢ଼ାଉ ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା। ପୋଲିସ ଜବତ କରିଥିବା ଟ୍ରାକ୍ଟରଗୁଡିକୁ ଉପରେ ମାମଲା ରୁଜୁ କରିବା ସହ ପରିବହନ ବିଭାଗ ଦ୍ୱାରା ଗାଡିର ଆବଶ୍ୟକ କାଗଜପତ୍ର, ଟ୍ୟାକ୍ସ, ଇନ୍ସୁରାନ୍ସ, ଫିଟନେସ ଯାଞ୍ଚ କରାଯିବ ବୋଲି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ସୂଚନା ଦେଇଛନ୍ତି। ଜବତ ୨୧ ଟ୍ରାକ୍ଟରକୁ ତହସିଲ ପରିସରରେ ରଖାଯାଇଛି। ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ଏସ୍‌ଡ଼ିପିଓ ମନୋରଞ୍ଜନ ସାମଲ, ଭଣ୍ଡାରିପୋଖରୀ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ , ଧାମନଗର ଏଏସ୍‌ଆଇ ହୃଷିକେଶ ବିଶ୍ୱାଳ ,ମଞ୍ଜୁରୀରୋଡ ଫାଣ୍ଡି ଏଏସ୍‌ଆଇ ବ୍ରଜକିଶୋର ଦାସ , ଜଗନାଥପ୍ରସାଦ ଅତିରିକ୍ତ ରାଜସ୍ବ ନିରୀକ୍ଷକ କମଳାକାନ୍ତ ନାୟକ ଓ ପୋଲିସ ଫୋର୍ସ ଚଢାଉରେ ସାମିଲ ହୋଇଥିଲେ। ସେହିପରି ମଣିନାଥପୁର, ମୁଢ଼ାପଦା, ଦାଣ୍ଡକୁଳ, ନେରଡା, ଝୁଟଣା, ବନ୍ଦାଲୋ ଆଦି ଅଞ୍ଚଳରେ ଦୈନନ୍ଦିନ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଘରୁ ଫେରୁଥିବା ବେଳେ ଦୁର୍ଘଟଣା: ଜ୍ୱାଇଁଙ୍କ ଜୀବନଗଲା

ପଦ୍ମପୁର,୧୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ମନ୍ଦାରଇ ଧାମରା ରାସ୍ତାରେ ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ (ଇଚ୍ଛାପୁର) ବ୍ରହ୍ମପୁର...

କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ: ରାତାରାତି ଦୋକାନୀ ଫେରାର

ବାସୁଦେବପୁର,୨୧।୧୨: ଭଦ୍ରକ ଜିଲା ବାସୁଦେବପୁର ବଜାର ନିକଟସ୍ଥ ବ୍ଲକ ରୋଡ୍‌ରେ ଗତ ଏକ ମାସ ତଳେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା।...

ଘରୋଇ କଳହରୁ ମା’ଙ୍କୁ ପିଟି ମାରିଲା ପୁଅ

ଧାମନଗର,୧।୬(ଡି.ଏନ.ଏ.)- ଘରୋଇ କଳହକୁ କେନ୍ଦ୍ର କରି ମା’ଙ୍କୁ ପିଟି ପିଟି ହତ୍ୟା କରି ପୁଅ ବିଲରେ ଫିଙ୍ଗିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲା...

ଭଦ୍ରକରେ ୩ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୮।୪: ଭଦ୍ରକ ଜିଲାରେ ମଙ୍ଗଳବାର ଆଉ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ...

ମାଳଦା ବଜାରରୁ ଚୋରି: ସ୍କାଏଲାଇଟ୍‌ ଭାଙ୍ଗି ନେଇଗଲେ…

ଭଣ୍ଡାରିପୋଖରୀ,୧୪।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବିଭିନ୍ନ ଦୋକାନର ସ୍କାଏଲାଇଟ୍‌ ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି। ବଜାରର...

ତିହିଡ଼ି ବଜାରରେ କୋଟ୍‌ପା ଚଢ଼ାଉ

ଭଦ୍ରକ,୭।୭ (ସନାତନ ରାଉତ): ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ ଅବମାନନା ନେଇ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ବଜାରରେ ଚଢ଼ାଉ କରାଯାଇଛି।...

ଭିଜିଲାନ୍ସ ହାତରେ ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି

ଭଦ୍ରକ ଅଫିସ,୧।୧୦-୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକ।...

କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା କରି ସିଆର୍‌ସିସି ନିଲମ୍ବିତ

ବନ୍ତ,୨୬ା୬(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବନମାଳୀ ନାୟକଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। କୋଭିଡ୍‌-୧୯ କାର୍ଯ୍ୟରେ...

Advertisement
Archives

Model This Week