Posted inଜାତୀୟ

ବିଧାୟକଙ୍କ ନାଁରେ ବଳାତ୍କାର ମାମଲା ରୁଜୁ

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଧାର ଜିଲାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଙ୍ଗାରଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ଜଣେ ୩୮ ବର୍ଷୀୟା ମହିଳା ନୌଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ନିଜକୁ ଉମଙ୍ଗଙ୍କ ସ୍ତ୍ରୀ ବୋଲି ବର୍ଣ୍ଣନା କରିଛନ୍ତି। ମହିଳା ଅଭିଯୋଗ କରିଛନ୍ତି, ଉମଙ୍ଗ ନଭେମ୍ବର ୨୦୨୧ରୁ ନଭେମ୍ବର ୧୮, ୨୦୨୨ ମଧ୍ୟରେ ଧାର ଜିଲାର ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ପଛରେ ଅବସ୍ଥିତ ବିଧାୟକଙ୍କ ବାସଭବନରେ ତାଙ୍କୁ ଅନେକ ଥର ବଳାତ୍କାର କରିଥିଲେ। କେବଳତ ନୁହେଁ, ତାଙ୍କୁ ମାରପିଟ୍‌ ମଧ୍ୟ କରିଥିଲେ।
ଏହି ସମସ୍ତ ଅଭିଯୋଗ ଆଧାରରେ ଧାର ପୋଲିସ ଆଇପିସିର ଧାରା ୩୭୬, ୩୭୭ ଏବଂ ୪୯୮ ଅନୁଯାୟୀ ଉମଙ୍ଗ ସିଙ୍ଗାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୋଗ କରିଥିବା ମହିଳା ଜଣକ ଜବଲପୁରର। ତାଙ୍କ ଅଭିଯୋଗରେ ପୋଲିସ କହିଛି ଯେ, ମହିଳା ଜଣଙ୍କ ଏକ ସାଧାରଣ କାର୍ଯ୍ୟକ୍ରମରେ ଉମଙ୍ଗ ସିଙ୍ଗରଙ୍କୁ ଭେଟିଥିଲେ। ଦୁହେଁ ଫୋନରେ କଥା ହେବା ଆରମ୍ଭ କଲେ। ଉମଙ୍ଗ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ। ଏହା ପରେ ମହିଳା ଉମଙ୍ଗଙ୍କ ସହ ଦିଲ୍ଲୀ, ଗୁରୁଗ୍ରାମ, ଧାର ଏବଂ ଭୋପାଳରେ ଥିବା ତାଙ୍କ ବାସଭବନରେ ରହିଥିଲେ। ଏହି ସମୟରେ ଉମଙ୍ଗ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଯେତେବେଳେ ମହିଳା ଜଣକ ଏନେଇ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ, ଉମଙ୍ଗ ତାଙ୍କୁ ମାର୍ଚ୍ଚ ୧୬, ୨୦୨୨ରେ ଭୋପାଳସ୍ଥିତ ତାଙ୍କ ବାସଭବନରେ ବିବାହ କରିଥିଲେ। ତା’ପରେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri