ଫସଲ ବୀମା ୱେବ୍‌ ପୋର୍ଟାଲରେ ନାହିଁ ମଧୁବନ ଗାଁ

ରସୁଲପୁର,୯ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନରେ ୨୮ ପଞ୍ଚାୟତ ଓ ୧୭୪ ରାଜସ୍ବ ଗ୍ରାମ ରହିଛି। ସେଥିମଧ୍ୟରୁ ମଧୁବନ ଗାଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ୱେବ ପୋର୍ଟାଲରେ ସ୍ଥାନିତ ହୋଇନାହିଁ। ଫସଲ ବୀମା ଯୋଜନାରେ ସାମିିଲ ହେବା ପାଇଁ ୧୦ଅଗଷ୍ଟ ଶେଷ ତାରିଖ ଭାବରେ ଧାର୍ଯ୍ୟ କରାଯାଇଛି। ମାତ୍ର ପୋର୍ଟାଲରେ  ନାଁ ମିଳୁ ନ ଥିବାରୁ ମଧୁବନ ଗାଁରେ ଧାନ, ଡାଲି ଜାତୀୟ, ପନିପରିବା ଫସଲ ଚାଷ କରୁଥିବା ଶତାଧିକ ଚାଷୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଏନେଇ ଚାଷୀମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ପଞ୍ଜୀକରଣ ଅବଧି ବଢ଼ାଇବା ସହ ପୋର୍ଟାଲରେ ରହିଥିବା ତ୍ରୁଟିବିଚ୍ୟୁତିକୁ ତୁରନ୍ତ ସଂଶୋଧନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

ସୂଚନା ମୁତାବକ, ପରିବର୍ତ୍ତିତ ପାଣିପାଗ ସ୍ଥିତିରେ ଚାଷୀଙ୍କ ଫସଲରେ କ୍ଷତି ପହଞ୍ଚୁଛି। କ୍ଷତିଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବା ସହ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଧାନ, ଡାଲି ଓ ତୈଳବୀଜ ଜାତୀୟ ଫସଲକୁ ବୀମା ପରିସରଭୁକ୍ତ କରାଯାଇଛି। ପ୍ରତ୍ୟେକ ପ୍ଲଟ ପିଛା ମାତ୍ର ୧ ଟଙ୍କା ଦେୟଦେଇ ଚାଷୀ ବୀମା ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଏକ ୟୁନିଟ୍‌ ଭାବରେ ଗ୍ରହଣ କରାଯାଇଛି। ଆଗଭଳି ରାଜ୍ୟ, ଜିଲା ଓ ବ୍ଲକରେ କ୍ଷୟକ୍ଷତି ଆଧାରରେ ନୁହେଁ ବରଂ ଗୋଟିଏ ପଞ୍ଚାୟତରେ ଫସଲରେ ହେଉଥିବା କ୍ଷୟକ୍ଷତିକୁ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସରକାରୀ ନିୟମ କରାଯାଇଛି। ସରକାରଙ୍କ ପରିବର୍ତ୍ତିତ ନିୟମରୁ ଚାଷୀ ବିଶେଷ ଉପକୃତହେବେ ବୋଲି ଆଶାବାନ୍ଧି ଥିବାବେଳେ ୱେବ ପୋର୍ଟାଲରେ ମଧୁବନ ମୌଜା ନାମ ଉଲ୍ଲେଖ ନଥିବାରୁ ସେ ଅଞ୍ଚଳର ଚାଷୀ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଚାଷୀ ସୁଧାଂଶୁ ରଥ, ନନ୍ଦକିଶୋର ରଥ, ଅଜୟ କଣ୍ଠ, ସୁମନ୍ତ ତରାଇ, ଚୈତନ୍ୟ ଚରଣ ରଥ, ଧନେଶ୍ୱର ତରାଇ ପ୍ରମୁଖ ଶତାଧିକ ଚାଷୀଙ୍କ ଅଭିଯୋଗ ହେଲା ମଧୁବନ ଅଞ୍ଚଳରେ ଉର୍ବର କୃଷିକ୍ଷେତ ରହିଛି। ଚାଷୀ ବର୍ଷକୁ ୩ରୁ ୪ କିସମର ଫସଲ ଉତ୍ପାଦନ କରୁଛନ୍ତି। ପରିବର୍ତ୍ତିତ ପାଣିପାଗ, ବର୍ଷା, ବନ୍ୟା, ବାତ୍ୟା ଓ ଅଚିହ୍ନା ରୋଗପୋକ ଦାଉରୁ ଫସଲରେ ହାନି ଘଟୁଛି। ଫସଲ ବୀମା ଥିଲେ ଚାଷୀଙ୍କ ବିଶେଷ ଫଳପ୍ରଦ ହୋଇପାରିବ। ହେଲେ ୱେବ ପୋର୍ଟାଲ ସେଥିରେ ବାଧକ ସାଜୁଛି। ତୁରନ୍ତ ଏଭଳି ତ୍ରୁଟିବିଚ୍ୟୁତିରେ ପରିବର୍ତ୍ତନ କରାଗଲେ ଚାଷୀ ଫସଲ ବୀମା ଯୋଜନାରୁ ଲାଭ ଉଠାଇପାରିବେ ବୋଲି ଯୁକ୍ତି ବାଢ଼ିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କୁ ପଚାରିବାରୁ ସେ ଏ ନେଇ ଅବଗତ ନାହାନ୍ତି। ଘଟଣାକୁ ତଦନ୍ତ କରି ଦେଖିବା ସହ ତା’ର ଆଶୁ ସମାଧାନ ପାଇଁ ଯାଜପୁର ଜିଲା କୃଷି କାର୍ଯ୍ୟାଳୟକୁ ଅବଗତ କରାଇବେ ବୋଲି ମତବ୍ୟକ୍ତ କରିଛନ୍ତି। ମଧୁବନ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଦେବ ପ୍ରସାଦ ମହାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି, ବଡ଼କଇଞ୍ଚି ମୌଜାକୁ ମଧୁବନ ଓ କାଇଞ୍ଚବାଡ଼ ଭଳି ଦୁଇଟି ମୌଜାରେ ବିଭକ୍ତ କରାଯାଇଛି। ଭୂ-ଲେଖ ପୋର୍ଟାଲରେ ମଧୁବନ ମୌଜା ଉଲ୍ଲେଖ ରହିଛି। ମାତ୍ର କୃଷି ବୀମା ଯୋଜନା ପୋର୍ଟାଲରେ କ’ଣ ଘଟୁଛି ସେ ସମ୍ପର୍କରେ ଅବଗତ ନାହାନ୍ତି। ଏହାଛଡ଼ା କେତେକ ପୋର୍ଟାଲରେ ବିଭାଜିତ ମୌଜାର ଅବସ୍ଥିତି ସମ୍ପର୍କରେ ସୂଚନା ନ ଥାଇପାରେ, ସେହି ସ୍ଥାନରେ ହିତାଧିକାରୀ ମୂଳମୌଜାକୁ ଯାଇ ଚେଷ୍ଟାକଲେ ହୁଏତ ପଞ୍ଜୀକରଣ ସୁବିଧା ମିଳିପାରିବ। ଏନେଇ ଅଭିଯୋଗ ଆସିଲେ ସ୍ଥିତି ଯାଞ୍ଚ କରି ପଦକ୍ଷେପ ନେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?