Posted inଜାତୀୟ

ରାକ୍ଷୀ ମଉକାରେ ଚଉକା: ସ୍ତ୍ରୀଙ୍କୁ ବାପଘରେ ଛାଡ଼ିବାକୁ ଯାଉଥିଲେ ସ୍ବାମୀ, ବାଟରେ ମିଠା କିଣିବାକୁ ପଠାଇ ପ୍ରେମିକ ସହ…

ପାଟନା,୨୮।୮: ବିହାରର ମଧେପୁରା ଜିଲାରୁ ରକ୍ଷାବନ୍ଧନ ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ଯାଉଥିବା ଜଣେ ଯୁବକ ମିଠା କିଣିବାକୁ ଯାଇ ଫେରାବା ବେଳକୁ ସ୍ତ୍ରୀ ସେଠାରେ ଆଉ ନଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ନମିଳିବାରୁ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ତଦନ୍ତ ପରେ ଘଟଣା ପଛରେ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା। ପୋଲିସ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ନବବିବାହିତାଙ୍କୁ ଉଦ୍ଧାର କରିବା ସହ ତାଙ୍କ କଥିତ ପ୍ରେମିକଙ୍କୁ ମଧ୍ୟ ଧରିଛି।

ଘଟଣାଟି ମଧେପୁରା ଜିଲାର ଚୌସା ଥାନା ଅଞ୍ଚଳର ଚୌସା ବସ୍‌ଷ୍ଟାଣ୍ଡରେ ଘଟିଛି। ପୋଲିସ ସୂଚନା ଅନୁସାରେ, ଭାଗଲପୁର ଜିଲାର ନାରାୟଣପୁର ଥାନା ଜିଲାର ଜିଲ୍ଲାର ବଡ଼ହରା କୋଠି ଥାନା ଅଞ୍ଚଳର ସୁଖସେନା ନିବାସୀ ତାରାବତୀ କୁମାରୀଙ୍କ ସହ ହୋଇଥିଲା।

ବିବାହର ପ୍ରାୟ ୧୯ ଦିନ ପରେ ରକ୍ଷାବନ୍ଧନ ଅବସରରେ ପିଣ୍ଟୁ ପତ୍ନୀଙ୍କୁ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ବାହାରିଥିଲେ। ଉଭୟ ପୂର୍ଣ୍ଣିଆ-ମଧେପୁରା ସୀମା ନିକଟ ଚୌସା ବସ୍‌ଷ୍ଟାଣ୍ଡରେ କିଛି ସମୟ ପାଇଁ ଅଟକିଥିଲେ। ଏହି ସମୟରେ ତାରାବତୀ ରକ୍ଷାବନ୍ଧନ ପାଇଁ ମିଠା କିଣି ଆଣିବାକୁ ସ୍ବାମୀଙ୍କୁ କହିଥିଲେ।

ପିଣ୍ଟୁ ପତ୍ନୀଙ୍କୁ ସେଠାରେ ଛାଡ଼ି ନିକଟସ୍ଥ ଦୋକାନକୁ ମିଠା କିଣିବାକୁ ଯାଇଥିଲେ। ହେଲେ ମିଠା ନେଇ ଫେରିବା ପରେ ବାଇକ ପାଖରେ ପତ୍ନୀଙ୍କୁ ଦେଖିବାକୁ ପାଇନଥିଲେ। ଆଖପାଖରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ମିଳିନଥିଲା। ଏହାପରେ ସେ ଶ୍ୱଶୁରଘର ଲୋକଙ୍କୁ ଜଣାଇଥିଲେ। ପରିବାର ସଦସ୍ୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ।
ବହୁ ଖୋଜାଖୋଜି ପରେ ମଧ୍ୟ ତାରାବତୀଙ୍କ ପତ୍ତା ନମିଳିବାରୁ ରାତି ପ୍ରାୟ ୧୨ଟାରେ ଡାଏଲ-୧୧୨କୁ ଖବର ଦିଆଯାଇଥିଲା। ପୋଲିସ ଟିମରେ ଥିବା ରାହୁଲ ରାଜ ଓ ଡ୍ରାଇଭର ଚନ୍ଦ୍ରଶେଖର ଯାଦବ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ପୋଲିସ ପରିବାର ଲୋକଙ୍କଠାରୁ ସୂଚନା ନେବା ସହ ମୋବାଇଲ ଟାୱାର ଲୋକେସନ ଓ ଅନ୍ୟାନ୍ୟ ସୁରାକ ଆଧାରରେ ଯୁବତୀଙ୍କୁ ଖୋଜିଥିଲା। ତଦନ୍ତ ସମୟରେ ପୋଲିସ କଥିତ ପ୍ରେମିକ ଉତ୍କର୍ଷ କୁମାରଙ୍କ ପରବତ୍ତା ଥାନା ଅଞ୍ଚଳର ବୋରୱାସ୍ଥିତ ଘରେ ପହଞ୍ଚିଥିଲା। ପୋଲିସ ଉତ୍କର୍ଷଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ପୋଲିସର ଦାବି ଅନୁସାରେ, ପଚରାଉଚରା ବେଳେ ସେ ତାରାବତୀଙ୍କୁ ରାଘୋପୁର ବହତରାସ୍ଥିତ ତାଙ୍କ ମାଆଙ୍କ ଘରେ ରଖାଯାଇଥିବା କହିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାର ପୁରୁଣା ପରମ୍ପରା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୨୮।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଗୁରୁବାର ବିଧାନସଭାରେ ଏକ ପୁରୁଣା ପରମ୍ପରା ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ବିଧାନସଭାର ଅପରାହ୍ନ ଅଧିବେଶନ ସମୟରେ ସେ ନିଜ ପାଇଁ ନିର୍ଦ୍ଧାରିତ…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

NDA Vs INDIA : ଏବେ ନିର୍ବାଚନ ହେଲେ କିଏ ଗଢିବ ସରକାର? ସାମ୍ନାକୁ ଆସିଲା ଚମକାଇଦେଲା ଭଳି ନମ୍ବର

ନୂଆଦିଲ୍ଲୀ,୨୮।୮: ଆଜି ଯଦି ଦେଶରେ ଲୋକ ସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣି ଥରେ NDA ସରକାର ଗଠନ କରିପାରେ ବୋଲି MOTN ସର୍ଭେରେ ଆକଳନ…

ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

ମରିଗଲା ମାନବିକତା! ନେପାଳ ବନ୍ୟାରେ ଭାସିଆସିଥିବା ମୃତଦେହରୁ ଅଳଙ୍କାର ଲୁଟିଲେ ଯୁବକ, ଭିଡିଓ ଭାଇରାଲ ପରେ…

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ଯୋଗୁ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ସହ ପରସ୍ପରକୁ ସାହାଯ୍ୟ କରୁଥିବା ବେଳେ ଏହାରି…

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri