ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି କଲେ ପିପିଇ କିଟ୍‌-ଫେସ୍‌‌ ସିଲ୍ଡ!

ଫରିଦାବାଦ,୬।୮: ହରିୟାଣା ଫରିଦାବାଦର ସେକ୍ଟର-୨୧ଏରେ ରହୁଥିବା ଭବ୍ୟ ଚାଓ୍ବଲା ଏବେ ଖୁବ୍‌ ଚର୍ଚ୍ଚାରେ। କରୋନା ମହାମାରୀ ସମୟରେ ଲୋକେ ରୋଜଗାର ହରାଉଥିବା ବେଳେ ଭବ୍ୟ କିନ୍ତୁ ପାଖାପାଖି ଶହେ ଜଣ କର୍ମଚାରୀଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ଇତିମଧ୍ୟରେ ସେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଟି-ସାର୍ଟ, ପିପିଇ କିଟ୍‌, ଫେସ୍‌ ସିଲ୍ଡ, ମାସ୍କ ଆଦି ପ୍ରସ୍ତୁତ କରିଛନ୍ତି। ଯାହା କରୋନା ସମୟରେ ଖୋଜା ପଡୁଛି। ଏଥିରେ କେବଳ ସେ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇ ନାହାନ୍ତି ବରଂ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବାକୁ ସାହାଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ବିବିଏ ଡିଗ୍ରୀ ହାସଲ କରିଥିବା ଭବ୍ୟ ସବୁବେଳେ କିଛି ନୂଆ କରିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି। ଆଉ ଏବେ ତାଙ୍କ କମ୍ପାନୀ ବୁଲ୍ଟ ନ୍ୟାଚୁଲାଲ ଡଟ୍‌ କମ୍‌ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଏସବୁ ଜିନିଷ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି। ତେବେ ଥରେ ସେ ସାଥିମାନଙ୍କ ସହ ନୈନିତାଲ ବୁଲିବାକୁ ଯାଇଥିବା ବେଳେ ସେଠାରେ ସେ ଏକ ନଦୀକୁ ଦୂରରୁ ଦେଖିଥିଲେ। ଯାହା ଖୁବ୍‌ ସୁନ୍ଦର ଦେଖାଯାଉଥିଲା। ହେଲେ ନିକଟରେ ଆସି ଦେଖିବା ବେଳକୁ ନଦୀ କୂଳରେ ଏତେ ପରିମାଣର ପ୍ଲାଷ୍ଟିକ ବୋତଲ ଜମା ହୋଇଥିଲା ଯାହା ତାଙ୍କୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ କିଛି ପ୍ରସ୍ତୁତ କରିବାକୁ ପ୍ରେରଣା ଦେଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର: ଡିସେମ୍ବର ଶେଷ ପର୍ଯ୍ୟନ୍ତ ବିଏମ୍‌ସିର ସମସ୍ତ ସ୍କୁଲ ବନ୍ଦ

ମୁମ୍ବାଇ,୨୦ ।୧୧: ମହାରାଷ୍ଟ୍ର ସରକାର ବୃହନମୁମ୍ବଇ ମହାନଗରପାଳିକା(ବିଏମ୍‌ସି) ଅନ୍ତର୍ଗତ ସମସ୍ତ ସ୍କୁଲକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ମେୟର...

ମାତୃତ୍ୱ ବୟସ, ମାତୃ ମୃତ୍ୟୁହାର ଯାଞ୍ଚ ଲାଗି ଟାସ୍କଫୋର୍ସ

ନୂଆଦିଲ୍ଲୀ,୭ା୬(ପି.ଟି.): ମାତୃ ମୃତ୍ୟୁହାର କମାଇବାରେ ମାତୃତ୍ୱ ବୟସର କ’ଣ ସମ୍ପର୍କ ରହିଛି ତାହା ଯାଞ୍ଚ କରିବା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଜୟା...

ପୁସ୍ତକ ମେଳାରେ ହନୁମାନ ଚାଳିଶା ବାଣ୍ଟିବାରୁ ଭିଏଚ୍‌ପିକୁ ରୋକିଲା ପୋଲିସ

କୋଲକାତା,୧୯।୨: ପଶ୍ଚିମବଙ୍ଗରେ ରବିବାର ୪୪ତମ ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାର ଶେଷ ଦିନ ଥିଲା। ପୁସ୍ତକ ମେଳାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଲୋକମାନଙ୍କୁ ହନୁମାନ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଦୂର ହେବ ଖାଦ୍ୟ ସମସ୍ୟା

ଅଧିକାଂଶ ଲୋକଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବା ପସନ୍ଦ ଆସିଥାଏ। ଏହି ଯାତ୍ରା ଟ୍ରେନ୍‌ ଯୋଗେ କରିବାକୁ ବି ବହୁ ଲୋକ ପସନ୍ଦ କରିଥାନ୍ତି। ତେବେ...

ଗତ ୭ଦିନ ମଧ୍ୟରେ ୧୪୭ ଜିଲାରେ ଚିହ୍ନଟ ହୋଇ ନାହାଁନ୍ତି ଜଣେ ବି କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୮ ।୧: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ଥିର କରି ପକାଇଛି । ତେବେ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ...

ପୁଣି କୋର୍ଟ ଯାଇପାରେ ଅଯୋଧ୍ୟା ମାମଲା

ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ରବିବାର ଅଲ୍‌ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ(ଏଆଇଏମ୍‌ପିଏଲ୍‌ବି)ରବିବାର ଏକ ବୈଠକର...

ଅଗଷ୍ଟ ୨୩ରେ ଜେଇଇ ଆଡ୍‌ଭାନ୍ସଡ୍‌

ନୂଆଦିଲ୍ଲୀ,୮।୫: ଆଇଆଇଟିରେ ନାମଲେଖା ଲାଗି ମିଳିତ ପ୍ରବେଶିକ ପରୀକ୍ଷା (ଜେଇଇ ଆଡ୍‌ଭାନ୍ସଡ୍‌) ଅଗଷ୍ଟ ୨୩ରେ ଅନୁଷ୍ଠିତ ହେବ। ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରୀ ରମେଶ...

ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ବ ତୀବ୍ର

ଜୟପୁର/ନୂଆଦିଲ୍ଲୀ, ୧୪।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହର ପ୍ରାୟ ବର୍ଷେ ପରେ ପୁଣିଥରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର...

Advertisement


Archives

Model This Week

Why Dharitri