Posted inଫୁରସତ

ପଥରରେ ପ୍ରସ୍ତୁତ ଖାଦ୍ୟ

ବେଜିଂ: ଆମେ ବିଭିନ୍ନ ପ୍ରକାରର ଚାଇନିଜ୍‌ ଖାଦ୍ୟ ଯେପରିକି, ଚାଓମିନ୍‌, ରୋଲ, ପ୍ରାଏଡ୍‌ ରାଇସ୍‌ ଖାଇଥାଉ। କିନ୍ତୁ ବର୍ତ୍ତମାନ ଏକ ନୂଆ ଚାଇନିଜ୍‌ ଖାଦ୍ୟ ନଜରକୁ ଆସିଛି। ପଥରରେ ପ୍ରସ୍ତୁତ ଚାଇନିଜ୍‌ ଖାଦ୍ୟ ଆମେ କେବେ ଖାଇ ନ ଥିବା। ନିକଟରେ ଏପରି ଏକ ଚାଇନିଜ୍‌ ଖାଦ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରକାର କଳା ପଥରକୁ ଭାଜି ସେଥିରୁ ଚାଇନିଜ୍‌ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଏହି ଚାଇନିଜ୍‌ ଖାଦ୍ୟର ନାମ ରହିଛି ‘ସୌଦିଉ’। ଏହାକୁ ଦୁନିଆର ସବୁଠୁ କଠିନ ଖାଦ୍ୟ ବୋଲି କୁହାଯାଉଛି। ଏହି ଖାଦ୍ୟରେ ମୁଖ୍ୟ ସାମଗ୍ରୀ ଭାବେ ପଥରକୁ ବ୍ୟବହାର କରାଯାଇଛି। କୁହାଯାଉଛି କି, ଏହି ଅଦ୍ଭୁତ ଖାଦ୍ୟର ଉତ୍ପତ୍ତି ବହୁ ପ୍ରାଚୀନ କାଳରୁ ଚିର ହୁୱେଇରୁ ହୋଇଥିଲା। ସେଠାରେ ନଦୀକୂଳରେ ରହୁଥିବା ନାବିକଙ୍କୁ ପନିପରିବା ଏବଂ ଜୀବଜନ୍ତୁଙ୍କ ଅଭାବ ହେଉଥିଲା। ସେହି ସମସ୍ୟାରୁ ବର୍ତ୍ତିବା ପାଇଁ ସେମାନେ କିଛି ପଥରକୁ ଏକାଠି କଲେ। କିଛି ମସଲା ସହିତ ସେହି ପଥରକୁ ଭାଜୁଥିଲେ। ଖାଇବାବେଳେ ସେମାନେ କେବଳ ପଥରରୁ ସମସ୍ତ ମସଲା ଚାଟି ସଫା କରିବା ପରେ ପଥରକୁ ଫୋପାଡ଼ି ଦିଅନ୍ତି। ସୌଦିଉର ଅର୍ଥ ହେଉଛି ଚାଟିବା। ସେଥିପାଇଁ ଖାଦ୍ୟର ନାମ ଏପରି ରଖାଯାଇଛି। ସେବେଠାରୁ ଏପରି ଏକ ଚାଇନିଜ୍‌ ଖାଦ୍ୟର ଉତ୍ପତ୍ତି ହୋଇଛି। ଭିଡିଓ ମୁତାବକ, ପରଷା ଯାଇଥିବା ଖାଦ୍ୟର ମୂଲ୍ୟ ୧୬ ୟୁଆନ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୮୦ ଟଙ୍କାରୁ ଊର୍ଦ୍ଧ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri