ରାତିରେ ମେଶିନ, ଦିନରେ ଟ୍ରାକ୍ଟର

ବାରିପଦା ଅଫିସ, ୮।୫: ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ସଇରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପଡିବା ପରେ ଜିଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଜିଲାର ସଦରମହକୁମା ବାରିପଦାସ୍ଥିତ ମଧୁବନ ସଇରାତ ଓ ବେତନଟୀ ତହସିଲ ଅଧୀନ ସଇରାତରୁ ଦିନରାତି ବେଆଇନ ବାଲି ଉତ୍ତୋଳନକୁ ରୋକାଯାଇପାରୁନାହିଁ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ରାଜସ୍ବ, ପୋଲିସ କିମ୍ବା ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ପୁଞ୍ଜିଭୂତ ଅସନ୍ତୋଷକୁ ନେଇ ସ୍ଥାନୀୟ ଲୋକେ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବେ ବୋଲି କଡା ଚେତାବନୀ ଦେଇଛନ୍ତି।
ଖଣିଜ ଦ୍ରବ୍ୟ ଚୋରାଚାଲାଣ ଓ ବେଆଇନ ଉତ୍ତୋଳନକୁ ନେଇ ବଡ଼ସାହି ତହସିଲଦାର ଓ ଲିଜ୍‌ଧାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥବା ବେଳେ ଲିଜ୍‌ଧାରୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ା
ବେତନଟୀ ତହସିଲ ଅଧୀନ ଦାରିହା ଓ ସର୍ବେଶ୍ୱରପୁର ଦେଇ ଚୋରାରେ ବାଲି ଉତ୍ତୋଳନ ଓ ଚାଲାଣ କରାଯାଉଛି ା ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ କରି ଏକ ଖୋଲା ସ୍ଥାନରେ ଡମ୍ପିଂ କରାଯାଇ ବଡ ବଡ ହାଇୱା ଯୋଗେ ଚାଲାଣ କରାଯାଉଛି ା ବିଳମ୍ବିତ ରାତିରେ ଗାଡିଗୁଡିକୁ ଏସକର୍ଟ ଦେଇ ଚାଲାଣ କରାଯାଉଥିବା ବେଳେ ମାଫିଆଙ୍କ ନାଲି ଆଖିକୁ ଦେଖି ଗ୍ରାମବାସୀ ମୁହଁ ଖୋଲୁନାହାନ୍ତି ା ସେହିପରି ମଧୁବନ ସଇରାତରୁ ରାତିରେ ଜେସିବି ମାଧ୍ୟମରେ ବାଲି ଉତ୍ତୋଳନ କରି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି କରିବା ପରେ ଦିନବେଳା ଟ୍ରାକ୍ଟର ଯୋଗେ ତାହାକୁ ପରିବହନ କରାଯାଉଛି। ପ୍ରତିଦିନ ଶହ ଶହ ଟ୍ରାକ୍ଟର ଯୋଗେ ନିର୍ଦ୍ଧାରିତ ସୀମା ଊଲ୍ଲଂଘନ ଏବଂ ପରିମାଣଠାରୁ ଅଧିକ ଉତ୍ତୋଳନ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ତଦନ୍ତ କରାଯାଉନାହିଁ ା
ନଦୀଗର୍ଭରୁ ପାଣିମିଶା ବାଲି ସହର ଦେଇ ପରିବହନ ଦ୍ୱାରା ରାସ୍ତା ସାରା ପାଣି କାଦୁଅରେ ଲୋକମାନେ ଚଳପ୍ରଚଳ କରୁଛନ୍ତି। ସଇରାତଗୁଡିକରେ ସୀମା ଖୁଣ୍ଟ ବସା ଯାଉ ନ ଥିବାରୁ ମନମୁଖୀ ଭାବେ ବାଲି ଉତ୍ତୋଳନ କରିବା ଦ୍ୱାରା ନଦୀର ଗତିପଥ ପରିବର୍ତ୍ତନ ହୋଇ ପରିବେଶ ଉପରେ ପ୍ରଭାବ ପକାଉଛି। ଏନେଇ ବାରିପଦା ତହସିଲଦାର ବିକ୍ରମ କିଶୋର ପରିଡା କହିଛନ୍ତି, ବେଆଇନ ବାଲି ପରିବହନ ଓ ଉତ୍ତୋଳନକୁ ରୋକିବା ପାଇଁ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟିିରେ ଅତିରିକ୍ତ ତହସିଲଦାର, ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ସୁପରଭାଇଜର ମିଳିତ ଭାବେ ବେଆଇନ ଉତ୍ତୋଳନ ହେଉଥିବା ବିଭିନ୍ନ ସଇରାତ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଜିଲାର କୁଳିଅଣା ଓ ମୋରଡା ତହସିଲ ଅଧୀନରେ ଥିବା ବୁଢାମରା ଓ ବୁଢାପାଳ ସଇରାତକୁ ଲଘୁ ଖଣିଜ ଅଧିକାରୀମାନେ ସରଜମିନ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବେଆଇନ ବାଲି ଉତ୍ତୋଳନକୁ ରୋକାଯାଇ ପାରିଲେ ଜିଲାର ରାଜସ୍ବ ବୃଦ୍ଧି ଘଟିବା ସହ ଉଚିତ୍‌ ମୂଲ୍ୟରେ ବାଲି ମିଳିପାରନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?