Posted inଫୁରସତ

ମା’

ମା’। ଯାହା ପାଖରେ ଭରିରହିଛି ସନ୍ତାନ ପ୍ରତି ଅମାପ ସ୍ନେହ, ମମତା ଓ ଭଲଭାଇବା। ତା’ର ପ୍ରତିଟି ସମୟ ନିଜ ସନ୍ତାନ ପାଇଁ ଉତ୍ସର୍ଗୀକୃତ। ସନ୍ତାନକୁ ସବୁ ଖୁସି ଆଉ ସୁବିଧା ସୁଯୋଗ ଅଜାଡ଼ି ଦେଇ ଏକ ସଫଳ ବ୍ୟକ୍ତିତ୍ୱର ପରିଚୟ ଦେବାରେ ଯେମିତି ତା’ର ଶ୍ରମ ହୁଏ ସାର୍ଥକ। ତେବେ ସମାଜରେ ଏଭଳି କେତେଜଣ ମା’ ରହିଛନ୍ତି, ଯେଉଁମାନେ ନିଜର ଜୀବନସାଥୀଙ୍କୁ ବିଭିନ୍ନ କାରଣରୁ ହରାଇ ମଧ୍ୟ ନିଜ ସନ୍ତାନକୁ ଭଲ ମଣିଷ ଗଢ଼ିବାରେ ସଫଳ ହୋଇଛନ୍ତି। ଆଜି ମଦର୍ସ ଡେ’ ଅବସରରେ ନିଜର ସେଭଳି ମା’ଙ୍କ ସମ୍ପର୍କରେ ଯାହା କୁହନ୍ତି ଏମାନେ…

ମା’ ପାଇଁ ପ୍ରତିଟି ମୁହୂର୍ତ୍ତ ଉତ୍ସର୍ଗୀକୃତ
ଅଭିଷେକ ମହାନ୍ତି (କର୍ମଜୀବୀ,
ଭୁବନେଶ୍ୱର)- ଯାହା ହାତରନ୍ଧା ଖାଇଲେ ସବୁ କ୍ଷୁଧା ମେଣ୍ଟିଯାଏ, ଯାହା ପଣତକାନି ତଳେ ସବୁ ଡର ଛାଡ଼ିଯାଏ, ଯିଏ ସ୍ନେହରେ ଜାବୁଡି ଧରିଲେ ସବୁ ଦୁଃଖ ମେଣ୍ଟିଯାଏ, ସିଏ ମୋ ଅତି ଆପଣାର ମା’ (ପୁଷ୍ପଲତା ମହାନ୍ତି)। ତା’ର ସ୍ନେହ, ଶ୍ରଦ୍ଧା ଆଉ କର୍ତ୍ତବ୍ୟପରାୟଣତା ଆଗରେ ଆମେ ଭାଇଭଉଣୀ ଋଣୀ। କାରଣ ଖୁବ୍‌ କମ୍‌ ବୟସରୁ ବାପାଙ୍କୁ ହରାଇଲା ପରେ ମୋ ସହ ଆଉ ଦୁଇ ସନ୍ତାନଙ୍କୁ ବଡ଼ କରିବା ଲାଗି ମା’ ସହିଥିବା କଷ୍ଟକୁ ଦେଖିଛି। କାହାରି ବିନା ସହଯୋଗରେ ଜଣେ ଏକାକୀ ମା’ ପାଇଁ ତିନି ସନ୍ତାନଙ୍କୁ ପାଳିବା ଯେ କେତେ ବଡ଼ ଚ୍ୟାଲେଞ୍ଜ ତାହା ଅନୁଭବ କରିଛି। ସବୁ ସମୟରେ ଏବଂ ସବୁ ପରିସ୍ଥିତିରେ ସେ ଆମକୁ ଅଣ୍ଟା ସଳଖି ଚାଲିବା ଶିଖାଇଛି। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚତ୍ଛି, ସେଥିରେ ମୋ ମା’ର ଅବଦାନ ଅତୁଳନୀୟ। ତେଣୁ ଏଭଳି ମା’ ପାଇଁ ଆଜି ଗୋଟିଏ ଦିନ ନୁହେଁ, ପ୍ରତିଟି ମୁହୂର୍ତ୍ତ ଉତ୍ସର୍ଗୀକୃତ।
କଷ୍ଟ ଲୁଚାଇ ମୋତେ ହସାଏ
ବିଶ୍ୱରୂପା ପ୍ରିୟଦର୍ଶିନୀ, ପୁରୀ- ମୋ ମନରେ ଛପି ରହିଥିବା ପ୍ରତ୍ୟେକ ଅକୁହା କଥାକୁ ମା’ (ବିଜୟଲକ୍ଷ୍ମୀ ସାହୁ)ଠୁ ଭଲ ଭାବରେ ଆଉ କିଏ ବା ବୁଝିପାରେ! ପିଲାବେଳୁ ବାବା ମୋ ପାଖରେ ନାହାନ୍ତି, ଏକଥା ସେ କେବେ ଅନୁଭବ କରିବାକୁ ଦେଇନି। ଦିନରୁ ରାତି ଭିତରେ ତା’ର ଯେମିତି ବଡ଼ ଟେନ୍‌ସନ ମୋତେ ଖୁଆଇବା। ମମି ପେସାରେ ଶିକ୍ଷୟିତ୍ରୀ, ଚାକିରି କରିବା ସହ ଏକାକୀ ମୋର ଦାୟିତ୍ୱ ନେବା ପାଇଁ ସେ କେତେ କଷ୍ଟ କରେ ସେ କଥା ବଖାଣିବାକୁ ଭାଷା ନିଅଣ୍ଟ। ଯେତେ ବ୍ୟସ୍ତ ଥିଲେ ମଧ୍ୟ ଦିନଯାକ ମୋ ଖାଇବାଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଠିକ୍‌ ଅଛି ନା ନାହିଁ ପ୍ରତ୍ୟେକ କଥା ବୁଝିଥାଏ। ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ଏତେ ଅସୁବିଧାରେ ଥାଇ ବି ସେ କେବେହେଲେ ମୋତେ ଟାଣ କଥା ପଦେ ବି କୁହେନି। ପ୍ରତ୍ୟେକ କାର୍ଯ୍ୟରେ ଏବଂ ଯେକୌଣସି ପରିସ୍ଥିତିରେ ମମି ମୋ ପଛରେ ସବୁବେଳେ ଠିଆ ହୋଇଥାଏ। ଆଉ ମୋର ପ୍ରତିଟି କାମ ପାଇଁ ମୋତେ ଉତ୍ସାହିତ କରେ। ମମି ପାଇଁ ଏତିକି କହିବି, ତା’ ଛଡା ଦୁନିଆରେ ମୋର କେହି ନାହିଁ। ସେ ପାଖରେ ରହିଲେ ମୋତେ ଦୁନିଆର ସବୁ ଖୁସି ମିଳିଯାଏ।
ମା’ ପାଇଁ ମୁଁ ଆଜି ଗର୍ବିତ
ଶୁଭମ୍‌ ପାତ୍ର (ବ୍ରହ୍ମପୁର)- ମା’ (ସନ୍ତୋଷୀ ପାତ୍ର) ବିନା ଜୀବନରେ କୌଣସି କାର୍ଯ୍ୟ ସଫଳ ହେବା ସମ୍ଭବପର ନୁହେଁ। କାରଣ ଦୀର୍ଘ ବର୍ଷ ଅନେକ କଷ୍ଟ ସହି ସେ ହିଁ ଏକାକୀ ଆମ ଦୁଇ ଭାଇ ଭଉଣୀଙ୍କୁ ସମ୍ଭାଳିଛି। ଆମେ ଛୋଟ ଥିବା ବେଳେ ଶାରୀରିକ ଅସୁସ୍ଥତା କାରଣରୁ ବାପାଙ୍କ ମୃତ୍ୟୁ ହୋଇଥିଲା। ସେ ସମୟରେ ପରିବାର ଚଳାଇବା ସହ ନିଜର ଦୁଇଟି ସନ୍ତାନଙ୍କୁ ପଢ଼ାଇ ଭଲ ମଣିଷ କରିବା ମା’ ପାଇଁ ଚିନ୍ତା ପାଲଟିଥିଲା। କିନ୍ତୁ ମା’ ହାର ମାନି ନ ଥିଲା ବରଂ ଏକ ଘରୋଇ ବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ସେଥିରୁ ମିଳୁଥିବା ସ୍ବଳ୍ପ ଅର୍ଥରେ ସେ ଆମକୁ ପାଠ ପଢ଼ିବା ଲାଗି ସମସ୍ତ ସୁବିଧା ଯୋଗାଇ ଦେଇଥିଲା। ମା’ର ଆଶୀର୍ବାଦ ଓ ସହଯୋଗ କାରଣରୁ ଆଜି ମୁଁ ଏକ ଘରୋଇ ସଂସ୍ଥାରେ କର୍ମଚାରୀ ଭାବେ କାର୍ଯ୍ୟ ପାଇବାରେ ସଫଳ ହୋଇଛି। ସେହିପରି ମୋ ଭଉଣୀ ମଧ୍ୟ ପାଠପଢ଼ା ଜାରି ରଖିଛି। ଏଭଳି ଜଣେ ମା’ କୋଳରେ ଜନ୍ମ ନେଇ ଆମେ ବହୁତ ଗର୍ବିିତ। ଭବିଷ୍ୟତରେ ଆହୁରି ଭଲ ଜବ୍‌ କରି ମା’ ଆମ ପାଇଁ ଦେଖିଥିବା ସ୍ବପ୍ନକୁ ସାକାର କରି ତା’ ମୁହଁରେ ହସ ଫୁଟାଇବା ଆମର ଏକ ମାତ୍ର ଲକ୍ଷ୍ୟ।
ମା’ ହିଁ ମୋ ସାହସ
ପବିତ୍ର କୁମାର ପ୍ରଧାନ (ନିଆଳି, କଟକ)- ମା’ (ଝୁନାଲତା ପ୍ରଧାନ) ମୋ ପାଇଁ ଏମିତି ଏକ ଶବ୍ଦ, ଯାହାର ଉଚ୍ଚାରଣ ମାତ୍ରେ ମୋ ମନରେ ସାହସ ଭରିଯାଏ। କାରଣ ସ୍କୁଲ୍‌ରେ ପଢ଼ିବା ବେଳେ ଯେବେ ହଠାତ୍‌ ବାପା ଚାଲିଗଲେ ଆମ ପାଇଁ ପୃଥିବୀ ଯେମିତି ଅନ୍ଧାର ହୋଇଗଲା। ପରିବାରରେ ଖେଳି ଯାଇଥିଲା ଦୁଃଖର ଛାୟା। କେମିତି ପରିବାର ଚଳିବ, କେମିତି ପିଲା ମଣିଷ ହେବେ ଇତ୍ୟାଦି ଚିନ୍ତାରେ ମା’ ଭାଙ୍ଗିପଡିଥିଲା। ତଥାପି ସେ ନିଜକୁ ସମ୍ଭାଳି ଆମକୁ ମଣିଷ କରିବା ଲାଗି ଚେଷ୍ଟା ଜାରି ରଖିଲା। ଯେତେ କଷ୍ଟରେ ଥିଲେ ବି ସେ ଆମକୁ ବାପାଙ୍କ ଅଭାବ ଅନୁଭବ ହେବାକୁ ଦେଇନି। ଆମ ମୁହଁରେ ହସ ଫୁଟାଇବାକୁ ନିଜ କଷ୍ଟକୁ ଲୁଚାଇ ରଖିଛି। ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢିବାକୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଦେଇଛି। ସତ କହିଲେ ମା’ ହେଉଛି ମୋର ସବୁଠୁ ବଡ ସାହସ। ତା’ ମୁହଁକୁ ଥରେ ଚାହିଁଦେଲେ ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି ମନେ ହୁଏ।
-ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri