Posted inଫୁରସତ

ମା’

ମା’। ଯାହା ପାଖରେ ଭରିରହିଛି ସନ୍ତାନ ପ୍ରତି ଅମାପ ସ୍ନେହ, ମମତା ଓ ଭଲଭାଇବା। ତା’ର ପ୍ରତିଟି ସମୟ ନିଜ ସନ୍ତାନ ପାଇଁ ଉତ୍ସର୍ଗୀକୃତ। ସନ୍ତାନକୁ ସବୁ ଖୁସି ଆଉ ସୁବିଧା ସୁଯୋଗ ଅଜାଡ଼ି ଦେଇ ଏକ ସଫଳ ବ୍ୟକ୍ତିତ୍ୱର ପରିଚୟ ଦେବାରେ ଯେମିତି ତା’ର ଶ୍ରମ ହୁଏ ସାର୍ଥକ। ତେବେ ସମାଜରେ ଏଭଳି କେତେଜଣ ମା’ ରହିଛନ୍ତି, ଯେଉଁମାନେ ନିଜର ଜୀବନସାଥୀଙ୍କୁ ବିଭିନ୍ନ କାରଣରୁ ହରାଇ ମଧ୍ୟ ନିଜ ସନ୍ତାନକୁ ଭଲ ମଣିଷ ଗଢ଼ିବାରେ ସଫଳ ହୋଇଛନ୍ତି। ଆଜି ମଦର୍ସ ଡେ’ ଅବସରରେ ନିଜର ସେଭଳି ମା’ଙ୍କ ସମ୍ପର୍କରେ ଯାହା କୁହନ୍ତି ଏମାନେ…

ମା’ ପାଇଁ ପ୍ରତିଟି ମୁହୂର୍ତ୍ତ ଉତ୍ସର୍ଗୀକୃତ
ଅଭିଷେକ ମହାନ୍ତି (କର୍ମଜୀବୀ,
ଭୁବନେଶ୍ୱର)- ଯାହା ହାତରନ୍ଧା ଖାଇଲେ ସବୁ କ୍ଷୁଧା ମେଣ୍ଟିଯାଏ, ଯାହା ପଣତକାନି ତଳେ ସବୁ ଡର ଛାଡ଼ିଯାଏ, ଯିଏ ସ୍ନେହରେ ଜାବୁଡି ଧରିଲେ ସବୁ ଦୁଃଖ ମେଣ୍ଟିଯାଏ, ସିଏ ମୋ ଅତି ଆପଣାର ମା’ (ପୁଷ୍ପଲତା ମହାନ୍ତି)। ତା’ର ସ୍ନେହ, ଶ୍ରଦ୍ଧା ଆଉ କର୍ତ୍ତବ୍ୟପରାୟଣତା ଆଗରେ ଆମେ ଭାଇଭଉଣୀ ଋଣୀ। କାରଣ ଖୁବ୍‌ କମ୍‌ ବୟସରୁ ବାପାଙ୍କୁ ହରାଇଲା ପରେ ମୋ ସହ ଆଉ ଦୁଇ ସନ୍ତାନଙ୍କୁ ବଡ଼ କରିବା ଲାଗି ମା’ ସହିଥିବା କଷ୍ଟକୁ ଦେଖିଛି। କାହାରି ବିନା ସହଯୋଗରେ ଜଣେ ଏକାକୀ ମା’ ପାଇଁ ତିନି ସନ୍ତାନଙ୍କୁ ପାଳିବା ଯେ କେତେ ବଡ଼ ଚ୍ୟାଲେଞ୍ଜ ତାହା ଅନୁଭବ କରିଛି। ସବୁ ସମୟରେ ଏବଂ ସବୁ ପରିସ୍ଥିତିରେ ସେ ଆମକୁ ଅଣ୍ଟା ସଳଖି ଚାଲିବା ଶିଖାଇଛି। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚତ୍ଛି, ସେଥିରେ ମୋ ମା’ର ଅବଦାନ ଅତୁଳନୀୟ। ତେଣୁ ଏଭଳି ମା’ ପାଇଁ ଆଜି ଗୋଟିଏ ଦିନ ନୁହେଁ, ପ୍ରତିଟି ମୁହୂର୍ତ୍ତ ଉତ୍ସର୍ଗୀକୃତ।
କଷ୍ଟ ଲୁଚାଇ ମୋତେ ହସାଏ
ବିଶ୍ୱରୂପା ପ୍ରିୟଦର୍ଶିନୀ, ପୁରୀ- ମୋ ମନରେ ଛପି ରହିଥିବା ପ୍ରତ୍ୟେକ ଅକୁହା କଥାକୁ ମା’ (ବିଜୟଲକ୍ଷ୍ମୀ ସାହୁ)ଠୁ ଭଲ ଭାବରେ ଆଉ କିଏ ବା ବୁଝିପାରେ! ପିଲାବେଳୁ ବାବା ମୋ ପାଖରେ ନାହାନ୍ତି, ଏକଥା ସେ କେବେ ଅନୁଭବ କରିବାକୁ ଦେଇନି। ଦିନରୁ ରାତି ଭିତରେ ତା’ର ଯେମିତି ବଡ଼ ଟେନ୍‌ସନ ମୋତେ ଖୁଆଇବା। ମମି ପେସାରେ ଶିକ୍ଷୟିତ୍ରୀ, ଚାକିରି କରିବା ସହ ଏକାକୀ ମୋର ଦାୟିତ୍ୱ ନେବା ପାଇଁ ସେ କେତେ କଷ୍ଟ କରେ ସେ କଥା ବଖାଣିବାକୁ ଭାଷା ନିଅଣ୍ଟ। ଯେତେ ବ୍ୟସ୍ତ ଥିଲେ ମଧ୍ୟ ଦିନଯାକ ମୋ ଖାଇବାଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଠିକ୍‌ ଅଛି ନା ନାହିଁ ପ୍ରତ୍ୟେକ କଥା ବୁଝିଥାଏ। ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ଏତେ ଅସୁବିଧାରେ ଥାଇ ବି ସେ କେବେହେଲେ ମୋତେ ଟାଣ କଥା ପଦେ ବି କୁହେନି। ପ୍ରତ୍ୟେକ କାର୍ଯ୍ୟରେ ଏବଂ ଯେକୌଣସି ପରିସ୍ଥିତିରେ ମମି ମୋ ପଛରେ ସବୁବେଳେ ଠିଆ ହୋଇଥାଏ। ଆଉ ମୋର ପ୍ରତିଟି କାମ ପାଇଁ ମୋତେ ଉତ୍ସାହିତ କରେ। ମମି ପାଇଁ ଏତିକି କହିବି, ତା’ ଛଡା ଦୁନିଆରେ ମୋର କେହି ନାହିଁ। ସେ ପାଖରେ ରହିଲେ ମୋତେ ଦୁନିଆର ସବୁ ଖୁସି ମିଳିଯାଏ।
ମା’ ପାଇଁ ମୁଁ ଆଜି ଗର୍ବିତ
ଶୁଭମ୍‌ ପାତ୍ର (ବ୍ରହ୍ମପୁର)- ମା’ (ସନ୍ତୋଷୀ ପାତ୍ର) ବିନା ଜୀବନରେ କୌଣସି କାର୍ଯ୍ୟ ସଫଳ ହେବା ସମ୍ଭବପର ନୁହେଁ। କାରଣ ଦୀର୍ଘ ବର୍ଷ ଅନେକ କଷ୍ଟ ସହି ସେ ହିଁ ଏକାକୀ ଆମ ଦୁଇ ଭାଇ ଭଉଣୀଙ୍କୁ ସମ୍ଭାଳିଛି। ଆମେ ଛୋଟ ଥିବା ବେଳେ ଶାରୀରିକ ଅସୁସ୍ଥତା କାରଣରୁ ବାପାଙ୍କ ମୃତ୍ୟୁ ହୋଇଥିଲା। ସେ ସମୟରେ ପରିବାର ଚଳାଇବା ସହ ନିଜର ଦୁଇଟି ସନ୍ତାନଙ୍କୁ ପଢ଼ାଇ ଭଲ ମଣିଷ କରିବା ମା’ ପାଇଁ ଚିନ୍ତା ପାଲଟିଥିଲା। କିନ୍ତୁ ମା’ ହାର ମାନି ନ ଥିଲା ବରଂ ଏକ ଘରୋଇ ବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ସେଥିରୁ ମିଳୁଥିବା ସ୍ବଳ୍ପ ଅର୍ଥରେ ସେ ଆମକୁ ପାଠ ପଢ଼ିବା ଲାଗି ସମସ୍ତ ସୁବିଧା ଯୋଗାଇ ଦେଇଥିଲା। ମା’ର ଆଶୀର୍ବାଦ ଓ ସହଯୋଗ କାରଣରୁ ଆଜି ମୁଁ ଏକ ଘରୋଇ ସଂସ୍ଥାରେ କର୍ମଚାରୀ ଭାବେ କାର୍ଯ୍ୟ ପାଇବାରେ ସଫଳ ହୋଇଛି। ସେହିପରି ମୋ ଭଉଣୀ ମଧ୍ୟ ପାଠପଢ଼ା ଜାରି ରଖିଛି। ଏଭଳି ଜଣେ ମା’ କୋଳରେ ଜନ୍ମ ନେଇ ଆମେ ବହୁତ ଗର୍ବିିତ। ଭବିଷ୍ୟତରେ ଆହୁରି ଭଲ ଜବ୍‌ କରି ମା’ ଆମ ପାଇଁ ଦେଖିଥିବା ସ୍ବପ୍ନକୁ ସାକାର କରି ତା’ ମୁହଁରେ ହସ ଫୁଟାଇବା ଆମର ଏକ ମାତ୍ର ଲକ୍ଷ୍ୟ।
ମା’ ହିଁ ମୋ ସାହସ
ପବିତ୍ର କୁମାର ପ୍ରଧାନ (ନିଆଳି, କଟକ)- ମା’ (ଝୁନାଲତା ପ୍ରଧାନ) ମୋ ପାଇଁ ଏମିତି ଏକ ଶବ୍ଦ, ଯାହାର ଉଚ୍ଚାରଣ ମାତ୍ରେ ମୋ ମନରେ ସାହସ ଭରିଯାଏ। କାରଣ ସ୍କୁଲ୍‌ରେ ପଢ଼ିବା ବେଳେ ଯେବେ ହଠାତ୍‌ ବାପା ଚାଲିଗଲେ ଆମ ପାଇଁ ପୃଥିବୀ ଯେମିତି ଅନ୍ଧାର ହୋଇଗଲା। ପରିବାରରେ ଖେଳି ଯାଇଥିଲା ଦୁଃଖର ଛାୟା। କେମିତି ପରିବାର ଚଳିବ, କେମିତି ପିଲା ମଣିଷ ହେବେ ଇତ୍ୟାଦି ଚିନ୍ତାରେ ମା’ ଭାଙ୍ଗିପଡିଥିଲା। ତଥାପି ସେ ନିଜକୁ ସମ୍ଭାଳି ଆମକୁ ମଣିଷ କରିବା ଲାଗି ଚେଷ୍ଟା ଜାରି ରଖିଲା। ଯେତେ କଷ୍ଟରେ ଥିଲେ ବି ସେ ଆମକୁ ବାପାଙ୍କ ଅଭାବ ଅନୁଭବ ହେବାକୁ ଦେଇନି। ଆମ ମୁହଁରେ ହସ ଫୁଟାଇବାକୁ ନିଜ କଷ୍ଟକୁ ଲୁଚାଇ ରଖିଛି। ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢିବାକୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଦେଇଛି। ସତ କହିଲେ ମା’ ହେଉଛି ମୋର ସବୁଠୁ ବଡ ସାହସ। ତା’ ମୁହଁକୁ ଥରେ ଚାହିଁଦେଲେ ଦୁନିଆରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି ମନେ ହୁଏ।
-ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?