ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ: କାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୭।୫(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ୧ ଘଣ୍ଟା ୧୦ ମିନିଟ୍‌ ଗସ୍ତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୯ଟା ୫୦ ମିନିଟ୍‌ରେ ତାରାତାରିଣୀଠାରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ ପୂର୍ବାହ୍ନ ୧୦ ଟାରେ ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ପରେ ସେଠାରେ ନୂତନ ଭାବେ ନିର୍ମିତ ପ୍ରସାଦସେବନ ହଲ୍‌, ଭିୟୁ ପଏଣ୍ଟ, ମନ୍ଦିର ପ୍ରଶାସନ ଅଫିସ କୋଠା, ଇଣ୍ଟରପ୍ରିଟେଶନ ହଲ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହାପରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ୧୫ରୁ ଆରମ୍ଭ ହୋଇ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ନିରୋଧ ପାଇଁ ନିରତାରରେ ଗଠନହେଲା ସ୍ବତନ୍ତ୍ର କମିଟି

କଣ୍ଟାପଡ଼ା, ୧୪।୪(ଡି.ଏନ୍‌.ଏ.): ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ...

ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ, ୩ ଅଟକ

ପାରଳାଖେମୁଣ୍ଡି,୧୭।୧(ଡି.ଏନ୍‌.ଏ.): ଗଜପତି ଜିଲାରେ ବନବିଭାଗକୁ ଏକ ବଡ଼ଧରଣର ସଫଳତା ମିଳିଛି। ବେଆଇନ ରକ୍ତ ଚନ୍ଦନ ଚୋରା ଚାଲାଣ ବେଳେ ଦେଢ଼ କୁଇଣ୍ଟାଲ ରକ୍ତଚନ୍ଦନ ଜବତ କରିଛି...

ଘାଟିରୁ ୧୦୦ ଫୁଟ୍‌ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର

କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ...

ମାସକର ଶିଶୁକନ୍ୟାକୁ ଚେଙ୍କ, ଡାକ୍ତରଖାନାରେ ଭର୍ତ୍ତି

ବାରିପଦା ଅଫିସ,୨୬ା୯: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ଲୋକେ ଆଜି ବି ଅନ୍ଧବିଶ୍ୱାସକୁ ଜାବୁଡ଼ି...

ଭାଜପା ନେତାଙ୍କୁ ଗଳାକାଟି ହତ୍ୟା

ଘଣ୍ଟାପଡା/କଣ୍ଟାମାଳ,୨୪।୭(ଡି.ଏନ.ଏ.)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧୀନ ଆମ୍ବଗାଁ ସମଲେଶ୍ୱରୀ ନାଳ ନିକଟ ଆମ୍ବ ବଗିଚାରୁ ଶୁକ୍ରବାର ସକାଳେ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ...

ଶୋ’ରୁମ୍‌ ସଟର ତାଡ଼ି ୮ ଲକ୍ଷ ଚୋରି କଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୪ା୨: ବ୍ରହ୍ମପୁର ସହରରେ କିଛି ଦିନର ନୀରବତା ପରେ ପୁଣିଥରେ ଚୋରି ଭଳି ଘଟଣା ସାମ୍ନାକୁ ଲାଗିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା...

ଗୋଷ୍ଠୀ ଭିକ୍ଷା, କର୍ମକର୍ତ୍ତା ମନୋନୟନ

ଢେଙ୍କାନାଳ ଅଫିସ,୨୦।୨ ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦାରେ ୧୦୫ ବର୍ଷ ତଳେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ପ୍ରସିଦ୍ଧ...

ସଙ୍ଗରୋଧ ଗୃହରେ ପ୍ରବାସୀ ଶ୍ରମିକଙ୍କୁ ଭେଟିଲେ, ମାସ୍କ ବାଣ୍ଟିଲେ ବିଧାୟକ

କୋକସରା,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ ବିଧାୟକ ମୌଷଧି ବାଗ କୋକସରା ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ମାସ୍କ ଓ ସାବୁନ ବଣ୍ଟନ କରିଛନ୍ତି। ପରେ...

Advertisement
Archives

Model This Week