୫ ବର୍ଷରେ ୩୫୧୬ ଅପମୃତ୍ୟୁ

ବ୍ରହ୍ମପୁର, ୩୦ା୩(ସୁବାସ ଚନ୍ଦ୍ର ପାଢ଼ୀ)ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ। ଏଠାକୁ ଦକ୍ଷିଣ ଓଡିଶା ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ମେଡିକାଲରୁ ରୋଗୀ ରେଫର୍‌ ହୋଇ ଆସିଥାନ୍ତି। ସେହିପରି ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଲୋକ ମଧ୍ୟ ଏହି ମେଡିକାଲ ଉପରେ ନିର୍ଭରଶୀଳ। ତେବେ ମେଡିକାଲ ପାଇଁ ସ୍ବତନ୍ତ୍ର ଫାଣ୍ଡି ରହିଛି। ତେଣୁ ଏଠାକୁ ବିଭିନ୍ନ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ ଆସୁଥିବା ଲୋକଙ୍କ ମୃତ୍ୟୁ ହେଲେ ପୋଲିସ ଫାଇଲରେ ତାହା ଅପମୃତ୍ୟୁ ମାମଲା ହେଉଛି। ଏହାକୁ କେନ୍ଦ୍ରକରି ଗତ ୨୦୨୪ରେ ଏମକେସିଜି ମେଡିକାଲ ଫାଣ୍ଡିରେ ୭୭୨ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବିଭିନ୍ନ ଦୁର୍ଘଟଣାରେ ଗୁରୁତର ଲୋକଙ୍କ ଚିକିତ୍ସା ପାଇଁ ୨୪ଘଣ୍ଟିଆ ଜରୁରୀକାଳୀନ କାଜୁଆଲ୍ଟି ବ୍ୟବସ୍ଥା ରହିଛି। ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ବେଳେ ବିଭିନ୍ନ କାରଣ ଯୋଗୁଁ ଲୋକେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଏହି ଘଟଣାରେ ମୃତ୍ୟୁ ହେଲେ ତାହାକୁ ଅପମୃତ୍ୟୁ ବୋଲି ବିଚାରକୁ ନିଆଯାଉଛି। ଗତ ୫ ବର୍ଷ ମଧ୍ୟରେ ଉକ୍ତ ଫାଣ୍ଡିରେ ୩୫୧୬ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସଡ଼କ ଦୁର୍ଘଟଣା, ସାପ କାମୁଡ଼ା, ବିଷପାନ, କୌଣସି କାରଣରୁ ଅଚେତ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ଏଠାରେ ଭର୍ତ୍ତି କରାଯାଉଛି । ଚିକିତ୍ସାଧୀନ ଅବସ୍ଥାରେ କିମ୍ବା ଡାକ୍ତରଖାନା ଆସୁଥିବା ବେଳେ ରାସ୍ତାରେ ରୋଗୀଙ୍କ ମୃତ୍ୟୁ ହେଲେ ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରୁଛି। ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ମୃତଦେହ ବ୍ୟବଚ୍ଛେଦ ହେଉଛି। ମେଡିକାଲ ଫାଣ୍ଡି ପୋଲିସ ଦ୍ୱାରା ଏହି ସବୁ କାର୍ଯ୍ୟ ହେଉଛି। ଅନ୍ୟପକ୍ଷରେ ଡାକ୍ତରଖାନାର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ଅପମୃତ୍ୟୁ ବଢ଼ୁଥିବାରୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗତ ୨୦୨୦ରେ ମେଡିକାଲ ଫାଣ୍ଡିରେ ୬୧୨ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ୬୩୧, ୨୦୨୨ରେ ୭୧୨, ୨୦୨୩ରେ ୭୮୯ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

୨୦୨୪ ଜୁଲାଇ ୧ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏମକେସିଜି ମେଡିକାଲ ଗସ୍ତରେ ଆସି ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ। ଖାଲି ପଡିଥିବା ଡାକ୍ତର ପଦବି ପୂରଣ ସହିତ ବର୍ନ କେୟାର୍‌ ୟୁନିଟ ପ୍ରତିଷ୍ଠା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ ସରକାରଙ୍କୁ ଚିଠି ମଧ୍ୟ ଲେଖି ସାରିଛନ୍ତି। କିନ୍ତୁ ବଢ଼ୁଥିବା ଅପମୃତ୍ୟୁ କିଭଳି କମିବ ଓ ଉନ୍ନତ ସ୍ବାସ୍ଥ୍ୟ ସେବା କିଭିଳି ମିଳିବ ତାହା ସ୍ବାସ୍ଥ୍ୟ ବିଭାଗ ପାଇଁ ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?