Posted inଖେଳ

ବିଦେଶରେ ଫସି ରହିବାର ଫାଇଦା ଉଠାଇଲେ ଲିଅନ

ଚେନ୍ନାଇ, ୧୧।୭(ପି.ଟି.)-କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ କଟକଣା ଯୋଗୁ ବିଦେଶରେ ଫସି ରହିବାର ଫାଇଦା ନେଇଛନ୍ତି ଭାରତର ଯୁବ ଅନ୍ତର୍ଜାତୀୟ ଚେସ୍‌ ମାଷ୍ଟର ଲିଅନ ଲ୍ୟୁକ ମେଣ୍ଡୋଙ୍କା। ସର୍ବିୟାରେ ଅନୁଷ୍ଠିତ ପାରାସିନ୍‌ ଓପନ ଚେସ୍‌ ଟୁର୍ନାମେଣ୍ଟରେ ସେ ରନର୍ସଅପ୍‌ ହୋଇଛନ୍ତି। ୨୪୭୦ ଏଲୋ ରେଟିଂପ୍ରାପ୍ତ ୧୪ ବର୍ଷୀୟ ଏହି ଗୋଆ ଚେସ୍‌ ପ୍ରତିଭା ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଭାରତରେ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଯିବାରୁ ପିତା ଲିଣ୍ଡନଙ୍କ ସହ ଲିଅନ ପାଖାପାଖି ୩ ମାସ ହେଲା ହଙ୍ଗେରିରେ ଅଟକି ରହିଛନ୍ତି। ସମୟର ସଦୁପଯୋଗ କରି ଏହାର ଫାଇଦା କିନ୍ତୁ ନେଇଛନ୍ତି ଲିଅନ। ସେ ଗତ ଜୁନ୍‌ରେ ବୁଦାପେଷ୍ଟରେ ଅନୁଷ୍ଠିତ ବାଲାଟନ ଚେସ୍‌ ଫେଷ୍ଟିଭାଲରେ ଚାମ୍ପିୟନ ହୋଇଥିବାବେଳେ ଏବେ ପାରାସିନ ଓପନରେ ରନର୍ସଅପ୍‌ ହୋଇଛନ୍ତି। ନିଜ ପ୍ରଦର୍ଶନରେ ସନ୍ତୁଷ୍ଟ ଥିବା ଲିଅନ ଗ୍ରାଣ୍ଡମାଷ୍ଟର ନର୍ମ ହାସଲରୁ ଅଳ୍ପକେ ବଞ୍ଚତ୍ତ ହେଲେ ବୋଲି ପ୍ରକାଶ କରିଛନ୍ତି। ”ପାରାସିନ ଓପନରେ ମୋ ପ୍ରଦର୍ଶନରେ ମୁଁ ଖୁସି। ତେବେ ଶେଷ ରାଉଣ୍ଡରେ ୨୩୪୦ରୁ ଊର୍ଦ୍ଧ୍ୱ ରେଟିଂ ପ୍ରାପ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଖେଳି ପାରିଥିଲେ ମୁଁ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିପାରିଥାନ୍ତି। ଅଳ୍ପକେ ସେଥିରୁ ବଞ୍ଚତ୍ତ ହେଲି“ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରତିଯୋଗିତାରେ ସେ ୫ ବିଜୟ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ପ୍ରତିଯୋଗିତା ସ୍ଥଳକୁ ପ୍ରବେଶ ପୂର୍ବରୁ ପିଲାମାନଙ୍କୁ ଥର୍ମାଲ ସ୍କିନିଂ କରାଯିବା ସହ ସାନିଟାଇଜର ପ୍ରଦାନ କରାଯାଇଥିଲା ଏବଂ ନିଜ ବୋର୍ଡ ନିକଟରେ ବସିବା ସମୟରେ ମାକ୍ସ ପରିଧାନ କରିବାକୁ କୁହା ଯାଇଥିଲା। ଶନିବାରଠାରୁ ପାରାସିନରେ ଆରମ୍ଭ ହେବାକୁ ଯାଉଥିବା ଗ୍ରାଣ୍ଡମାଷ୍ଟର ରାଉଣ୍ଡ-ରବିନ ଟୁର୍ନାମେଣ୍ଟରେ ଲିଅନ ଭାଗନେବେ। ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବା ତାଙ୍କର ପରିବର୍ତ୍ତୀ ଲକ୍ଷ୍ୟ। ତାଙ୍କ ମା’ ଜଣେ ଡାକ୍ତର ହୋଇଥିବାରୁ ଗୋଆରେ କରୋନା ଭାଇରସରେ ସଂକ୍ରମିତ ରୋଗିଙ୍କ ସେବାରେ କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?