ପଥର ଭଳି କଠିନ ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌

ରାଜକୋଟ, ୧।୧୦: କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଉଛି। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆକ୍ରାନ୍ତଙ୍କୁ କଷ୍ଟ ହେବା ସହିତ ଶେଷରେ ମୃତ୍ୟୁ ଘଟୁଛି। ଗୁଜରାଟ ରାଜକୋଟର ସିଭିଲ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କିତ ସୂଚନା ଦିଆଯାଇଛି। ଇତିମଧ୍ୟରେ ଏଠାରେ ଥିବା ସରକାରୀ ପିଡ଼ିୟୁ ମେଡ଼ିକାଲ କଲେଜରେ ୫ ଜଣ କରୋନା ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ସେମାନଙ୍କର ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଇଥିବା ଜଣାପଡ଼ିଛି। ସାଧାରଣତଃ ଫୁସଫୁସ୍‌ ସ୍ପଞ୍ଜ୍‌ ଭଳି କୋମଳ ହୋଇଥାଏ। ତେବେ କରୋନା ଭୂତାଣୁ ଫୁସଫୁସ୍‌ କୋଷିକାକୁ ନଷ୍ଟ କରି ଏଥିରେ ଥିବା ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରିଥାଏ। ଫଳରେ ଫୁସଫୁସ୍‌ରେ ଧୀରେଧୀରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରିଥାଏ। ଏନେଇ ମେଡ଼ିକାଲ କଲେଜର ଫୋରେନସିକ୍‌ ମେଡିସିନ୍‌ ପ୍ରଫେସର ଡ. ହେତଲ କୟାଦା ସୂଚନା ଦେଇଛନ୍ତି। କର୍କଟ, ନିମୋନିଆ ଏବଂ ଟିବି ଆଦି ରୋଗରେ ମୃତ୍ୟୁ ଘଟୁଥିବା ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ସମୟରେ ଫୁସଫୁସ୍‌ କଠିନ ହୋଇଯାଇଥିବାର ଦେଖିବାକୁ ମିଳିଥାଏ। କରୋନା ମୃତକଙ୍କ କ୍ଷେତ୍ରରେ ଏହାଠାରୁ ଅଧିକ ଗୁରୁତର ସ୍ଥିତି ଦେଖାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୫୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୯ ପିଲା

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ୫୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୦,୫୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଅନ୍‌ଲାଇନରେ ପାଠ ପଢି ପାରୁ ନ ଥିବା ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି କନଷ୍ଟେବଳ

ନୂଆଦିଲ୍ଲୀ,୧୮ ।୧୦: କରୋନା ମହାମାରୀ ପରଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏବେ ପିଲାମାନଙ୍କୁ ଅନ୍‌ଲାଇନରେ ପାଠପଢାଯାଉଛି । ଏତିକି ବେଳେ ଅନ୍ୟମାନଙ୍କ ପାଇଁ...

ଏହି ରାଜ୍ୟରେ ୩୨୦ କୋଭାକ୍ସିନ୍‌ ଡୋଜ୍‌ ଚୋରି…

ଜୟପୁର,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି...

ମୁମ୍ବାଇରେ ଲାଗିଲା ୧୪୪ ଧାରା

ମୁମ୍ବାଇ,୧୦।୯: ଆଜି ଗଣେଶ ଚତୁର୍ଥୀ। ଆଗାମୀ ୧୦ ଦିନ ପାଇଁ ଗଣେଶ ପୂଜା ମହାରାଷ୍ଟ୍ର ସହିତ ସମଗ୍ର ଦେଶରେ ପାଳନ କରାଯିବ। କିନ୍ତୁ କରୋନା ସଂକ୍ରମଣ...

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟି ଜୀବନ ହରାଇଲେ ଜଣାଶୁଣା ସିଙ୍ଗର

ନୂଆଦିଲ୍ଲୀ, ୩୦।୩ : ପଞ୍ଜାବୀ ସିଙ୍ଗର ଦିଲଜାନ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଯୁବ ସିଙ୍ଗର ଦିଲଜାନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି...

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ,୧୩।୭:ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ଆୟକର ବିଭାଗର ୨୦୦ରୁ...

ସମାଧାନ ଆଡ଼େ ମୁହାଁଉଛି କେନ୍ଦ୍ର-କୃଷକ ବିବାଦ

ନୂଆଦିଲ୍ଲୀ,୩୧ା୧୨- ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ବିବାଦ ଦୀର୍ଘ ମାସକ ପରେ ସମାଧାନ ମୁହଁା ହୋଇଛି। ବୁଧବାର...

ପାର୍ଟି କରିବାର ପରିଣାମ, ଗୋଟିଏ ଆପାର୍ଟମେଣ୍ଟରୁ ଚିହ୍ନଟ ହେଲେ ୧୦୩ ପଜିଟିଭ

ବେଙ୍ଗାଲୁରୁ, ୧୬।୨ : କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟିନେଣ୍ଟାଲ ଜୋନ ଘୋଷଣା...

Advertisement


Archives

Model This Week