Posted inଫୁରସତ

ମେ‘ ୫ରେ ଚତୁର୍ଗ୍ରହୀ ଯୋଗରେ ଚନ୍ଦ୍ର ଗ୍ରହଣ: ଏସବୁ ରାଶି ଜାତକଙ୍କ ପାଇଁ ଶୁଭଫଳ…

ନୂଆଦିଲ୍ଲୀ,୨୯।୪ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ। ଏହି ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ବ୍ୟତୀତ ଆଉ ଗୋଟିଏ ସୂର୍ଯ୍ୟ ପରାଗ ମଧ୍ୟ ହେବ। ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ହୋଇଥିଲା। ଯାହା ଏକ ହାଇବ୍ରିଡ ସୂର୍ଯ୍ୟ ପରାଗ ଥିଲା। ୨୦୨୩ ର ଶେଷ ସୂର୍ଯ୍ୟ ପରାଗ ୧୪ ଅକ୍ଟୋବରରେ ଘଟିବ ।

ମେ’ ୫ ରେ, ଉପଛାୟା ଚନ୍ଦ୍ରଗ୍ରହଣ ରାତି ୮ଟା ୪୪ ରୁ ଆରମ୍ଭ ହୋଇ ମେ’ ୬ ତାରିଖ ଗୋଟାଏ ୧ ରେ ଶେଷ ହେବ। ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୪ ଘଣ୍ଟା ୧୮ ମିନିଟ ହେବ। ଏହି ମହାଜାଗତିକ ଦୃଶ୍ୟ ଭାରତକୁ ଦୃଶ୍ୟମାନ ହେବ ନାହିଁ। ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଏସିଆ, ପ୍ରଶାନ୍ତ ମହାସାଗରୀୟ, ଆଟଲାଣ୍ଟିକ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ସଧାରଣତଃ ତିନୋଟି ପ୍ରକାରର ଚନ୍ଦ୍ରଗ୍ରହଣ ଘଟିଥାଏ। ସେଗୁଡିକ ହେଉଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଆଂଶିକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ। ପୃଥିବୀ ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟରେ ଗତି କଲାବେଳେ ସୂର୍ଯ୍ୟଙ୍କ ଆଲୋକକୁ ଅନ୍ଧକାର କରି ଚନ୍ଦ୍ର ପୃଷ୍ଠରେ ଛାଇ ପଡ଼ିଲେ ଉପଛାୟା ଚନ୍ଦ୍ରଗ୍ରହଣ ଘଟିଥାଏ ।
ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣର ବିଶେଷ ଗୁରୁତ୍ୱ ଦିଆଯାଇଛି। ଯାହାର ଶୁଭ ଏବଂ ଅଶୁଭ ପ୍ରଭାବ ୧୨ଟି ରାଶି ଉପରେ ଅନୁଭୁତ ହୋଇଥାଏ। ଏହି ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ବାତୀ ନକ୍ଷତ୍ରରେ ଘଟୁଛି। ଭୋପାଳ ବାସିନ୍ଦା ଜ୍ୟୋତିଷ ତଥା ବାସ୍ତୁ ପରାମର୍ଶଦାତା ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମାଙ୍କ ଅନୁଯାୟୀ, ସୂର୍ଯ୍ୟ, ବୁଧ, ଗୁରୁ ଏବଂ ରାହୁଙ୍କ ଚତୁର୍ଗ୍ରହୀ ଯୋଗରେ ଚନ୍ଦ୍ରଗ୍ରହଣ ଘଟୁଛି। ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ମାତ୍ରେ ଏହି ଯୋଗ ୧୫ ମେ’ରେ ଶେଷ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେଷ ରାଶି ଜାତକଙ୍କ ପାଇଁ ଚାକିରିରେ ନୂତନ ସୁଯୋଗ ଆଣିବ ଲକ୍ଷ୍ୟ ହାସଲ ହେବା ସହିତ ବ୍ୟବସାୟରେ ଲାଭ ମିଳିବ। ସେହିପରି ସିଂହ ରାଶି ଜାତକଙ୍କ ପାଇଁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରିବାରରେ ସୁଖ ଏବଂ ସମୃଦ୍ଧି ଆଣିବ। ସ୍ଥଗିତ କାର୍ଯ୍ୟ ଶୀଘ୍ର ଶେଷ ହେବ। କିଛି ବଡ ସଫଳତା ହାତରେ ଳାଗିବ। ଧନୁରାଶି ଜାତକଙ୍କ କ୍ୟାରିୟରରେ ଅନେକ ଭଲ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଏକରୁ ଅଧିକ ଆୟର ଉତ୍ସ ହେବାକୁ ଯାଉଛି। ଏହା ବ୍ୟତୀତ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମୀନ ରାଶି ଜାତକଙ୍କ ପାଇଁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାପ୍ତ କରିବ। କ୍ୟାରିୟର ଏକ ନୂତନ ଦିଗ ମିଳିବ। ପ୍ରିୟ ଲୋକ ଏବଂ ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ରହିବ। ସ୍ବାତୀ ନକ୍ଷତ୍ରରେ ଜନ୍ମ ଜାତକମାନେ ସତର୍କ ରହିବା ଆବଶ୍ୟକ। ଏହା ବ୍ୟତୀତ ତୁଳା ରାଶିର ଜାତକଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ କାରଣ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ରାଶିରେ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri