Posted inଫୁରସତ

ଇଣ୍ଡିଗୋ ଫ୍ଲାଇଟ୍‌ରେ ହଜିଥିଲା ଲଗେଜ୍‌; ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଦେଲେ ଇଞ୍ଜିନିୟର

ବେଙ୍ଗାଲୁରୁ: ପ୍ରତ୍ୟେକ ଦିନ ଅଜବ ଘଟଣା ସବୁ ଘଟୁଛି। ସେଥିରୁ କିଛି ଲୋକଙ୍କ ଆଖିରେ ପଡ଼ୁଥିବାବେଳେ କିଛି ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ। ଏମିତି ଏକ ଅଜବ ଘଟଣା ଘଟାଇଛନ୍ତି ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେର୍‌ ଇଞ୍ଜିନିୟର। ଇଣ୍ଡିଗୋ ଫ୍ଲାଇଟ୍‌ ଜରିଆରେ ଆନନ୍ଦ କୁମାର ନାମକ ଜଣେ ଯୁବ ଇଞ୍ଜିନିୟର ପାଟଣାରୁ ବେଙ୍ଗାଲୁରୁ ଆସିଥିଲେ। ବିମାନ ଯାତ୍ରାବେଳେ ଆନନ୍ଦଙ୍କ ଲଗେଜ ହଜିଯାଇଥିଲା। ଭୁଲ୍‌ବଶତଃ ଆଉ ଜଣେ ଯାତ୍ରୀ ତାଙ୍କ ଲଗେଜ୍‌ ନେଇଯାଇଥିଲେ। ଆନନ୍ଦ ଏହାର ସୂଚନା ଇଣ୍ଡିଗୋ କଷ୍ଟମର କେୟାରକୁ ଫୋନ୍‌ କରି ଜଣାଇବାରୁ ସେମାନେ ତୁରନ୍ତ ଏହାର ସମାଧାନ କରିବେ ବୋଲି ଆନନ୍ଦଙ୍କୁ ପ୍ରତିଶ୍ରୁତି ଦେଲେ। କିଛିଦିନ ବିତିଯାଇଥିଲେ ମଧ୍ୟ କଷ୍ଟମର କେୟାରରୁ ଆନନ୍ଦଙ୍କ ପାଖକୁ କୌଣସି କଲ୍‌ ଆସି ନ ଥିଲା, ଯାହାପରେ ସେ ଇଣ୍ଡିଗୋ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ କରିଥିଲେ। ଫଳସ୍ବରୂପ ତାଙ୍କ ଲଗେଜ୍‌ ନେଇଥିବା ବ୍ୟକ୍ତି ଜଣଙ୍କୁ ମଧ୍ୟ ସେ ଚିହ୍ନଟ କରିବାରେ ସଫଳ ହେଲେ ଏବଂ ତାଙ୍କ ଲଗେଜ୍‌ ମଧ୍ୟ ପାଇଗଲେ। ଟୁଇଟର ଜରିଆରେ ଆନନ୍ଦ ସମ୍ପୂର୍ଣ୍ଣ ଘଟଣା ଏକ ପୋଷ୍ଟ ମାଧ୍ୟମରେ ଶେୟାର କରିଛନ୍ତି। ଏହାପରେ ତ୍ରୁଟି ପାଇଁ ଇଣ୍ଡିଗୋ କର୍ତ୍ତୃପକ୍ଷ ତାଙ୍କୁ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri